ଗର୍ଲଫ୍ରେଣ୍ଡ ସହ ବିବାହ କରିବା ପାଇଁ ଚାହୁଁଥିଲେ ସ୍ଵାମୀ, ସ୍ତ୍ରୀ ରାଜି ନ ହେବାରୁ କଲେ ଏହି କାମ

ମଧ୍ୟ ପ୍ରଦେଶ ଛତରପୁର ଜିଲ୍ଲା ର ସରବଈ ଥାନା କ୍ଷେତ୍ର ର ନାନ୍ଦ ଗାଁର ଜଣେ ଯୁବକ ଗର୍ଲଫ୍ରେଣ୍ଡ ସହ ବିବାହ କରିବା ପାଇଁ ନିଜ ସ୍ତ୍ରୀକୁ ଘରୁ ବାହାର କରିବା କଥା ସମମ୍ନା କୁ ଆସିଛି । ସରବଈ ଥାନା କ୍ଷେତ୍ର ନାନ୍ଦ ଗାଁର ଅବଦୁଲ ରହମାନ ରବିବାର ଦିନ କହିଲେ ଯେ ସେ ନିଜ ଝିଅ ତାସିମା ଖାତୁନ ର ବିବାହ ନିଜ ଗାଁର ହିସାବୁଦିନ ର ପୁଅ ସଦାମ ସହ ୫ଜୁନ ୨୦୧୬ରେ କରିଥିଲେ । ରହମାନ ଏହା ପରେ କହିଲେ ଯେ ତାଙ୍କ ଝିଅର ସ୍ଵାମୀ ସଦାମ ଗୋଟେ ମାସ ପୂର୍ବରୁ ତାସିମା କୁ ନିଜ ଗର୍ଲଫ୍ରେଣ୍ଡ ସହ ବିବାହ କରିବା ପାଇଁ ମନେଇଲେ ।

କିନ୍ତୁ ଝିଅ ଏହାର ବିରୋଧ କଲା ପରେ ରାତି ଅଧରେ ତାକୁ ବାଡେଇ ଗୋଟେ ଘରେ ବନ୍ଦ କରିଦେଇଥିଲା । ଏହା ପରେ କିଛି ଦିନ ପର୍ଯ୍ୟନ୍ତ ତାକୁ ସେମିତି ଟର୍ଚର କରି ଚାଲିଥିଲା ।

ତାକୁ ଖାଇବାକୁ ଦେଉ ନଥିଲା ଓ ଯେତେବେଳେ ଇଚ୍ଛା ଆସି ତାକୁ ଗାଳି କରି ମର ଧର କରୁଥିଲା । ଏହି ପରି କିଛି ଦିନ ବିତିବା ପରେ ଦିନେ ସେ ତାକୁ ସେହିଭଳି ମାର ପିଟି ଘରୁ ବାହାର କରି ଦେଲେ ଏବଂ ଛାଡପତ୍ର ପାଇଁ ଧମକ ମଧ୍ୟ ଦେଲେ । ଏହାପରେ ଗୋଟେ ଦିନ ରାତି ସଦାମ, ତା ଭାଇ ଶାମଶାଦ, ପିତା ହିସାବୁଦିନ ଏବଂ ଧରମ ଭାଇ ମୁଶ୍ତକିମ ଏହି କଥା ପାଇଁ ଅବଦୁଲ ରହମାନ ଘର ଉପରେ ଚଢଉ କରି ଦେଇଥିଲେ, ସୂଚନା ପାଇ ପୋଲିସ ସେଠାରେ ପହଞ୍ଚିଲେ ଓ ସଦାମକୁ ହିରାଶତ ରେ ରଖିଲେ ଏବଂ କଥା ସାନ୍ତ କରାଇଲେ, କିନ୍ତୁ ଏଯାଏ କାନୁନି କାର୍ଯ୍ୟ ଆରମ୍ଭ ହୋଇ ନାହିଁ ।

ସରବଈ ଥାନାଅଧ୍ୟକ୍ଷ ରାଜକୁମାର ରବିବାର ଦିନ କହିଲେ “ଶୁକ୍ରବାର ଦିନ ସଦାମକୁ ହିରାସତରେ ରଖା ଯାଇଥିଲା, ଓ ତାଙ୍କୁ ନିଜ ଜାତି ମାମଲା ପାଇଁ ଶନିବାର ଦିନ ଛାଡି ଦିଆ ଗଲା । ପୀଡିତ ତାସୀନ ଅଭିଯୋଗ ତଦନ୍ତ ହେଉଛି, ତଦନ୍ତ ପୂର୍ଣ ହେଲା ପରେ ଆଗ ପାଇଁ କାର୍ଯ୍ୟ ଆରମ୍ଭ ହେବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *