ଗୀତାର ଏହି 3ଟି କଥା ତୁମର ଭାଗ୍ୟ ବଦଳାଇଦବ- ବାବାଜୀ ଅମୃତାନନ୍ଦ ଦାସ

ବନ୍ଧୁଗଣ ଆଜିର ସମୟରେ ମଣିଷ ସବୁ କିଛି ପାଇବାକୁ ଚେଷ୍ଟା କରୁଛି । ଭଗବାନ କୃଷ୍ଣ କହିଛନ୍ତି ଯାହା ପାଖରେ ଶ୍ରୀମଦ ଭଗବତ ଗୀତା ଅଛି ତାର ଅନ୍ୟ କୌଣସି ଶାସ୍ତ୍ର ର ପ୍ରୟୋଜନ ନାହି । ଯାହା ସ୍ଵୟଂ ଭଗବାନଙ୍କର ମୁଖରୁ ବାହାରିଥିବା ବାଣୀ । ଆଜି ଆମେ ଆପଣଙ୍କୁ କହିବୁ ଗୀତା ର ୩ଟି ଶ୍ଳୋକ ବିଷୟରେ ଯାହା ଜାଣି ପାରିଲେ ଆପଣଙ୍କୁ ଜୀବନରେ କିଛି ବି ଆବଶ୍ୟକ ପଡିବ ନାହି ।

ଭଗବାନ କୃଷ୍ଣ ଗୀତା ରେ ପ୍ରଥମ ଶ୍ଳୋକ ହେଉଛି ଅନେକ ପ୍ରକାରରେ ଚିନ୍ତା ହିଁ ଆଜି ମଣିଷକୁ କନଫିୟୁଜ କରି ଦେଉଛି । ଯେମିତି ବାହା ହେବି, ଚାକିରି କରିବି, ପିଲା ମାନଙ୍କୁ ଭଲ ସ୍କୁଲରେ ପାଠ ପଢାଇବି, ସ୍ତ୍ରୀ ର ଧ୍ୟାନ ନେବି ଇତ୍ୟାଦି । କିନ୍ତୁ ଆମେ ଆପଣ କରିବା ତାହା ଜାଣିପାରି ନ ଥାଉ । ଗୋଟେ ମୋହ ରୂପକ ଜାଲରେ ମଣିଷ ବାନ୍ଧି ହୋଇ ଯାଉଛି ।

ଅଧିକ ପାଇବାର ଆସା ହିଁ ପଠନର କାରଣ ହୋଇଥାଏ ଆଉ ମନୁଷ୍ୟ ନର୍କ ରେ ପଡିଥାଏ । ଦ୍ଵିତୀୟ ଶ୍ଳୋକ ଟି ହେଉଛି ନର୍କ ରେ ପଡିବା ପାଇଁ ୩ଟି ଦ୍ଵାରା ଅଛି । ଦୁର୍ଲଭା ମଣିଷର ୩ଟି କର୍ମ ହିଁ ତାକୁ ନର୍କ ଆଡ କୁ ନେଇଯାଏ । ସେହି ୩ଟି କର୍ମ ହେଉଛି କାମ, କ୍ରୋଧ ଓ ଲୋଭ । ମଣିଷ ଦୁର୍ଲଭ ଜନ୍ମ ପାଇଁ ନାକ କୁ ଯିବାର କାରଣ ଏହି ୩ଟି ପ୍ରମୁଖ କାରଣ ହୋଇଥାଏ ।

ମଣିଷ ଯେତେ କର୍ମ କରୁ ଯଦି ଲୋଭ କି ଆସନ୍ତି ଭାବ ରହିଲା ତା ହେଲେ ସେ ତଳକୁ ଖସି ଯାଇଥାଏ । ମଣିଷ ଯେତେ ମହାନ ହୋଇଥାଉ ଯଦି ଟିକେ ବି ଲୋଭ, କାମନା, କ୍ରୋଧ ରହିଲା ତେବେ ନର୍କ କୁ ଟାଣି ନେଇଥାଏ । ତେଣୁ ମଣିଷ ଏହି ୩ଟି କୁ ତ୍ୟାଗ କରିବା ଉଚିତ । ନ ହେଲେ ମଣିଷ ଜୀବନ ନଷ୍ଟ ହୋଇଯିବ ।

ତୃତୀୟ ଶ୍ଳୋକ ଟି ହେଉଛି  ଭଗବାନ କୃଷ୍ଣ କହିଲେ ହେ ଅର୍ଜୁନ ତୁମେ କର୍ମ କରି ଚାଲ କିନ୍ତୁ ଫଳ ଊପରେ ଆସା ରକ୍ଷା ନାହିନ । କିନ୍ତୁ ଅର୍ଜୁନ ପଚାରିଲେ ଏହା କେମିତି ସମ୍ଭବ ପ୍ରଭୁ ? ଉତ୍ତରରେ ଭଗବାନ କୃଷ୍ଣ କହିଲେ କମ ଫଳର ଆସା ହିଁ ତୁମକୁ ଦୁଖ ଦେବ । ଆମେ ଯାହା ଇଚ୍ଛା କରିବା ତାହା ମିଳେ ନାହି । ଯେମିତି ବାପା ଚାହେଁ ପୁଅ ପାଠ ପଢି ଭଲ ମଣିଷ ହେ କିନ୍ତୁ ପୁଅ ବଡ ହୋଇ ବେକାର ହେଲା ।

ସ୍ଵାଭାବିକ ବାପା ମନରେ କଷ୍ଟ ଆସିବ । କର୍ମ ଫଳର ଇଚ୍ଛା ବା ଆଶା ଆମକୁ ଦୁଖ ଦିଏ । ତେଣୁ ପ୍ରତେକ ମଣିଷ ଙ୍କୁ ଶ୍ରୀମଦ ଭଗବତ ଗୀତା ପାଠ କରିବା ଉଚିତ । କାରଣ ଜୀବନରେ ଏମିତି କୌଣସି ପ୍ରଶ୍ନ ନାହି ଯାହାର ସମାଧାନ ଗୀତା ରେ ନାହି । ତେଣୁ ଆପଣ ମାନେ ମଧ୍ୟ ଗୀତା ର ଅଧ୍ୟୟନ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *