ଗୋଟିଏ ଧାନରୁ ବାହାରୁଛି ଦୁଇଟି ଚାଉଳ! ନ ଦେଖିଲେ ବିଶ୍ବାସ ହେବ ନାହିଁ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗୋଟିଏ ଧାନରୁ ଗୋଟିଏ ଚାଉଳ ବାହାରେ । କିନ୍ତୁ ଆପଣ ମାନେ କେବେ ଶୁଣିଛନ୍ତି ଯେ ଗୋଟିଏ ଧାନରୁ ଦୁଇଟି ଚାଉଳ କେବେ ବାହାରିବା କଥା ? ତେବେ ଏହିଭଳି ଚାଷ ହେଉଛି ବାଲେଶ୍ଵର ଜିଲ୍ଲାର ନିଳଗିରି ନିକଟସ୍ଥ ଚଣ୍ଡୀପୁର ଗାଁରେ ଯେଉଁଠାରେ ନବୋଦୟରୁ ବିହନ କେନ୍ଦ୍ର କରା ଯାଇଛି । ଏଠାରେ ୧୦୦୦ରୁ ଉର୍ଦ୍ଧ କିସମର ଧାନ ରହିଛି । ଏଠାରେ ୫୫ରୁ ଅଧିକ କିସମର ଧାନ ରଖା ଯାଇଛି । ଯେଉଁ ଧାନରୁ ଦୁଇଟି ଚାଉଳ ବାହାରୁଛି ତାହାର ନାଁ ରହିଛି ସଉତୁଣୀ ଓ ଏହା ଜୈବିକ ପଦାର୍ଥରୁ ଚାଷ କରା ଯାଉଛି । ଏହି ଧାନରୁ ବହୁତ ଭଲ ଭାବେ ଅମଳ ହେଉଛି ।

ବର୍ତ୍ତମାନ ନବଦୋୟ ଓଡିଶାରେ ଯେଉଁ ବ୍ୟକ୍ତି ଚାଷ କରୁଛନ୍ତି ଏଠାରେ ୧୦୫୫ରୁ ଅଧିକ ଧାନ ଚାଷ ହେଉଛି । ଏଠାରେ ଦେଶୀ ଧାନ ଚାଷ କରା ଯାଉଛି । ପ୍ରତିବର୍ଷ ଏଠାରୁ ୧୦୦ରୁ ୨୦୦ ଚାଷୀ ଧାନ ନେଇ ଚାଷ କରୁଛନ୍ତି । ରାସାୟନିକ ଚାଷରେ ଅଧିକ ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଜୈବିକ ଚାଷରେ କମ ଟଙ୍କା ଖର୍ଚ୍ଚ ହେଉଛି । ଜୈବିକ ଚାଷରେ କୌଣସି ସାରର ପ୍ରୟୋଗ କରାଯାଉ ନାହି । ବିଭିନ୍ନ ପ୍ରକାରର ଗଛ ପତ୍ରରୁ ଔଷଧ ତିଆରି କରାଯାଇ ଯାବିକ ଚାଷରେ ବ୍ୟବହାର କରା ଯାଉଛି । ଏହା ଦ୍ଵାରା ପୋକ ମାନଙ୍କୁ ଦମନ କରା ଯାଉଛି ଯାହା ଦ୍ଵାରା ଜୈବିକ ଚାଷରେ ଖର୍ଚ୍ଚ କମ ଆସୁଛି ।

ଯଦି ଜଣେ ଚାଷୀ ମାତ୍ର ୩ ବର୍ଷ ପିଡିଆ, ଜୀଆଁଖତର ପ୍ରୟୋଗ କରିଲେ ଆସ୍ତେ ଆସ୍ତେ ସାରର ପରିମାଣ କଣ ହେବ । ଏହାକୁ ବହୁ ପରୀକ୍ଷିତ କରି ସାରିଛନ୍ତି ବୋଲି ନବୋଦୟ ଓଡିଶାର ଜଣେ ଚାଷୀ କହିଛନ୍ତି । ଯଦି ଜଣେ ଚାଷୀ ଲୁଣ ଅଞ୍ଚଳରେ ଧାନ ଚାଷ କରିବାକୁ ଚାହିଁବ ତେବେ ସେହି ଧାନ ଏଠାରେ ରହିଛି । ଯଦି ଜଣେ ଚାଷୀ ପାହାଡିଆ ଅଞ୍ଚଳରେ ଧାନ ଚାଷ କରିବ ସେହି ଧାନ ମଧ୍ୟ ଏଠାରେ ରଖା ଯାଇଛି । ପ୍ରତେକ ଚାଷୀଙ୍କୁ ୨୫୦ରୁ ୫୦୦ଗ୍ରାମ ଯାଏଁ ଧାନ ଦିଆ ଯାଉଛି । ୫୫ ପ୍ରକାର ଶୃଙ୍ଗ ଧାନ ମଧ୍ୟ ଏଠାରେ ରହିଛି । ପଙ୍କ ଧାନ ମଧ୍ୟ ରହିଛି ଯାହା ୧୮ ପ୍ରକାରର ରହିଛି ।

ବିଭିନ୍ନ ରାଜ୍ୟ ଗୁଡିକରେ ସବୁ ଧାନ ଦିଆ ଯାଉଛି । ବିନା ପଇସାରେ ଓ ଡକୁମେଣ୍ଟରେ ଧାନ ଦିଆ ଯାଉଛି । ଏଠାରେ ଯେଉଁ କଳସୀରେ ପୁରୁଣା ଧାନ ରହିଛି ତାହା ପ୍ରତି ବର୍ଷ ବଦଳା ଯାଉଛି । ନୂଆ ଧାନ ଅମଳ ହେବା ପରେ ପୁରୁଣା ଧାନକୁ ଫିଙ୍ଗି ଦିଆଯାଇ ନୂଆ ଧାନ କଳସୀରେ ରଖା ଯାଉଛି । ତେବେ ନବଦାନ୍ୟା ପକ୍ଷରୁ ଏହି ଭଳି ଏକ ପଦକ୍ଷେପ ଯାହା ସ୍ଵାଗତ ଯୋଗ୍ୟ ଅଟେ । ଏଠାରେ ଯେଉଁ ଧାନ ରଖା ଯାଇଛି ତାହାକୁ ଚାଷୀ ମାନେ ନେଇ ଚାଷ କରି ଅଧିକ ଧାନ ଅମଳ କରିବାରେ ସଫଳ ହେଉଛନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *