ଆଜି ଆମେ ଆପଣଙ୍କୁ ବିଶ୍ଵର ଧନୀ ମହିଳାମାନଙ୍କ ଲିସ୍ଟରେ ସାମିଲ ଥିବା ଶାହାରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ବିଷୟରେ କହିବୁ । ଗୌରୀ ଖାନଙ୍କ ଅସଲ ନାଁ ଗୌରୀ ଛିବର ଅଟେ । ସେ ଜଣେ ଫିଲ୍ମ ପ୍ରଡ୍ୟୁସର, ଇଣ୍ଟିରିୟର ଡିଜାଇନର ଓ କସଟ୍ୟୁମ ଡିଜାଇନର ଅଟନ୍ତି । ଗୌରୀ ଖାନଙ୍କ ଜନ୍ମ ୮ ଅକ୍ଟୋବର ୧୯୭୦ ନୂଆ ଦିଲ୍ଲୀରେ ହୋଇଥିଲା । ୨୦୨୧ ଅନୁସାରେ ସେ ୫୧ ବର୍ଷର ହୋଇ ଯାଇଛନ୍ତି । ଗୌରୀ ଖାନ ଲୋରେଟୋ କନଭେନ୍ଟ ସ୍କୁଲ ଦିଲ୍ଲୀରୁ ନିଜର ସ୍କୁଲ ଶିକ୍ଷା ପୁରା କରିଛନ୍ତି ।
ଏହା ପରେ ସେ ଲେଡି ଶ୍ରୀ ରାମ କଲଜେ ନୂଆ ଦିଲ୍ଲୀରୁ କଲେଜ ଶିକ୍ଷା ପୁରା କରିଛନ୍ତି । ଗୌରୀ ଖାନ ଶାହାରୁଖ ଖାନଙ୍କ ସହିତ ୧୯୯୯ରେ ଏକ ଫିଲ୍ମ ପ୍ରଡକ୍ସନ କମ୍ପାନୀ ଆରମ୍ଭ କରିଥିଲେ । ଯାହାର ନାଁ ରେଡ ଚିଲି ଏନ୍ଟାରଟେନମେନ୍ଟ ରଖାଯାଇଛି । ଗୌରୀ ଖାନ ଏହି ପ୍ରଡକ୍ସନ କମ୍ପାନୀରୁ ବହୁତ ଫିଲ୍ମ ପ୍ରଡ୍ୟୁସ ବି କରିଛନ୍ତି ।

ସେ ଇଣ୍ଟିରିୟର ଡିଜାଇନର କେତେକ ପ୍ରୋଜେକ୍ଟ ବି କରିଛନ୍ତି । ଗୌରୀ ଖାନ ଅନ୍ୟ କେତେକ ବିଜନେସ ବି କରୁଛନ୍ତି । ଗୌରୀ ଖାନ ଜଣେ ଫ୍ୟାସନ ଡିଜାଇନର ବି ଅଟନ୍ତି । ସେ ଫ୍ୟାସନ ଡିଜାଇନର ରୂପରେ ବହୁତ ସେଲିବ୍ରେଟି ଓ ଇଣ୍ଟରନ୍ୟାସନାଲ ବ୍ରାଣ୍ଡ ପାଇଁ କସଟ୍ୟୁମ ଡିଜାଇନ କରିଛନ୍ତି । ଗୌରୀ ଖାନଙ୍କ ପିତାଙ୍କ ନାଁ ରମେଶ ଚନ୍ଦ୍ର ଛିବର ଅଟେ ଓ ମା ସବିତା ଛିବର । ତାଙ୍କର ଗୋଟିଏ ଭାଇ ବି ଅଛି । ଯାହାର ନାଁ ବିକ୍ରାନ୍ତ ଛିବର । ଗୌରୀ ଖାନ ୧୯୯୮ ଶାହାରୁଖ ଖାନଙ୍କ ସହ ବିବାହ କରିଛନ୍ତି ଓ ଏମାନଙ୍କର ତିନୋଟି ସନ୍ତାନ ଅଛି ।

ଦୁଇଟି ପୁଅ ଓ ଗୋଟିଏ ଝିଅ । ପୁଅ ଆର୍ୟନ ଖାନ ଓ ଆବ୍ରାମ ଖାନ । ଝିଅ ସୁହାନ ଖାନ । ଗୌରୀ ଖାନ ସ୍ଵାମୀ ଶାହାରୁଖ ଖାନଙ୍କ ସହିତ ମୁମ୍ବାଇରେ ମନ୍ନତରେ ରହୁଛନ୍ତି । ଏହି ଘର କୌଣସି ମହଲ ଠାରୁ କମ ନୁହେଁ । ଏହି ଘରେ ସମସ୍ତ ପ୍ରକାରର ସୁବିଧା ଅଛି । ମନ୍ନତରେ ୨୦ ଟି ବେଡରୁମ, ୧୦ ଟି ୱାଶରୁମ, ଗୋଟିଏ ଲାଇବେରି, ଜିମ, ସିନେମା ହଲ, ସ୍ପୋର୍ଟ୍ସ ଏରିୟା ଓ ୪୦ ଟି କାର ପାର୍କିଂ ଏରିୟା ବି ସାମିଲ ଅଛି । ଏହି ଘରର ମୂଲ୍ୟ ୨୦୦ କୋଟି ଟଙ୍କା । ଦୁବାଇରେ ବି ତାଙ୍କର ଗୋଟିଏ ଘର ଅଛି ।

ଏହି ଘରକୁ ଗୌରୀ ଖାନ ୮୦ କୋଟି ଟଙ୍କାରେ କିଣି ଥିଲେ । ଲଣ୍ଡନରେ ବି ଗୌରୀ ଖାନଙ୍କ ଗୋଟିଏ ଘର ଅଛି । ଯେଉଁଠି ତାଙ୍କର ପୁଅ ଆର୍ୟନ ଖାନ ରହୁଛନ୍ତି । ଏହି ଘରକୁ ସେ ୧୩୦ କୋଟି ଟଙ୍କା ଦେଇ କିଣିଛନ୍ତି । ତାଙ୍କ ପାଖରେ BMW 6 ଜାହର ମୂଲ୍ୟ ୬୫ ଲକ୍ଷ ଟଙ୍କା, ଅଡୀ a8 ଜାହର ମୂଲ୍ୟ ୧ କୋଟି ୫୭ ଲକ୍ଷ ଟଙ୍କା, ମର୍ସିଡିସ କାର ବି ଅଛି ଯାହାର ମୂଲ୍ୟ ୧ କୋଟି ୪୨ ଲକ୍ଷ ଟଙ୍କା । କହିଦେଉଛୁ କି ଗୌରୀ ଖାନ ଫ୍ୟାସନ ଓ ଇଣ୍ଟିରିୟର ଡିଜାଇନରୁ ପାଖାପାଖି ସବୁ ମାସରେ ୫ କୋଟି ଟଙ୍କା ଆୟ କରିଥାନ୍ତି । ତାଙ୍କର ମୋଟ ସମ୍ପତ୍ତି ୧୬୦୦ କୋଟି ଟଙ୍କା ଅଟେ ।
