ଗୌତମ ବୁଦ୍ଧଙ୍କ ଅନୁଯାଇ ଗୋଟେ ଲୋକର ଚାରଟି ସ୍ତ୍ରୀ ରହିବ ଓ ଏମିତି ସବୁ କରିବ ସ୍ୱାମୀ ପାଇଁ ।

ମାର୍ଗଦର୍ଶକ ଗୌତମ ବୁଦ୍ଧ ଙ୍କ ମତ ଅନୁଯାୟୀ , ଜଣେ ପୁରୁଷର ଜୀବନ କାଳ ମଧ୍ୟରେ ଚାରି ଜଣ ସ୍ତ୍ରୀ ରହିଥାନ୍ତି । ଏହା ପ୍ରତ୍ୟେକ ପୁରୁଷଙ୍କ ଲାଗି ପ୍ରଯୁଜ୍ୟ । ଆସନ୍ତୁ ଏହାର ସତ୍ୟାସତ୍ୟ ଏକ ଗଳ୍ପ ଦ୍ୱାରା ଅନୁଧ୍ୟାନ କରି ଜାଣିବା ।

ଜଣେ ବ୍ୟକ୍ତିର ଚାରୋଟି ସ୍ତ୍ରୀ ଥିଲେ । ଅନ୍ତିମ କାଳ ଉପସ୍ଥିତ ହେବା ଯୋଗୁଁ ସେ ନିଜର ପ୍ରତ୍ୟେକ ସ୍ତ୍ରୀଙ୍କୁ ଅନୁରୋଧ କରିଥିଲେ କି ନିଜ ସହ ଯିବା ପାଇଁ ଅନ୍ତିମ ଯାତ୍ରାରେ । ପ୍ରଥମେ ସେ ଗଲେ ନିଜ ପ୍ରଥମ ସ୍ତ୍ରୀ ନିକଟକୁ । ତାଙ୍କୁ ଅନୁରୋଧ କଲେ ନିଜ ସହ ଯିବା ପାଇଁ । ହେଲେ ସେ ରୋକଠୋକ ମନା କରିଦେଇଥିଲେ । ଯେତେବେଳେ ସେ ନିଜ ଦ୍ଵିତୀୟ ସ୍ତ୍ରୀ ନିକଟକୁ ଯାଇ ଅନୁରୋଧ କଲେ ଏ ବିଷୟରେ, ସେ ମଧ୍ୟ ରୋକଠୋକ ମନା କରିଦେଇଥିଲେ ।

ଏହାପରେ ସେ ଗଲେ ନିଜର ତୃତୀୟ ସ୍ତ୍ରୀ ଙ୍କ ନିକଟକୁ । ସେ କେବଳ ଏତିକି କହିଲେ କି ଆପଣ ଯେତେବେଳେ ଅନ୍ତିମ ଯାତ୍ରାରେ ଯିବେ , ମୁଁ କେବଳ ସ୍ମଶାନ ପର୍ଯ୍ୟନ୍ତ ଯିବି । କିନ୍ତୁ ତା ଆଗକୁ ଆଉ ପାଦେ ମଧ୍ୟ ବଢ଼ିପାରିବି ନାହିଁ ।

ଶେଷରେ ଯେତେବେଳେ ସେ ନିଜ ଚତୁର୍ଥ ସ୍ତ୍ରୀ ନିକଟକୁ ଗଲେ, ଯାହାଙ୍କୁ ସେ ଆଜୀବନ ଅପମାନ ଓ ହତାଦର କରିଆସିଛନ୍ତି । ସେ କେବେହେଲେ ଆଶା କରିନଥିଲେ କି ସେ ସ୍ୱାମୀଙ୍କ କଥାରେ ରାଜି ହେବେ ବୋଲି ।

କିନ୍ତୁ ଆଶ୍ଚର୍ଯ୍ୟ ର ବିଷୟ , ସେ ଏକେବାରେ ବିନା ସର୍ତ୍ତରେ ରାଜି ହୋଇଗଲେ । ଏହା ସେ ବ୍ୟକ୍ତି ଙ୍କୁ ଅନେକଟା ଆଚମ୍ବିତ କରିଥିଲା । ଠିକ ସେହିପରି ମଣିଷର ଶରୀର କେବଳ ମୃତ୍ୟୁ ପର୍ଯ୍ୟନ୍ତ ସାଥିରେ ରହିଥାଏ ।ମଣିଷର ଭାଗ୍ୟ ମଧ୍ୟ ସେହିପରି କେବଳ ମୃତ୍ୟୁ ପର୍ଯ୍ୟନ୍ତ ହିଁ ସାଥିରେ ରହିଥାଏ ।

ମଣିଷର ପରିବାର ତଥା ବନ୍ଧୁ ପ୍ରିୟଜନ , ଠିକ ସେହି ବ୍ୟକ୍ତିର ତୃତୀୟ ସ୍ତ୍ରୀ ପରି । ସେମାନେ କେବଳ ମୃତ୍ୟୁ ପରେ ସ୍ମଶାନ ଘାଟ ଯାଏଁ ସାଥି ହୋଇ ଯାଇଥାନ୍ତି ଏବଂ ତା ପରେ ସେହିଠାରୁ ହିଁ ପ୍ରତ୍ୟାବର୍ତ୍ତନ କରନ୍ତି ।କିନ୍ତୁ ମଣିଷର ଗର୍ବ, ରାଗ, ହିଂସା , ଆଚାର , ବ୍ୟବହାର , ଏ ସମସ୍ତ ସେ ବ୍ୟକ୍ତିର ଚତୁର୍ଥ ସ୍ତ୍ରୀ ପରି ।ସେମାନେ ମଣିଷ ର ମୃତ୍ୟୁ ପରେ ମଣିଷର ଆତ୍ମା ସହିତ ପରଲୋକ ଗମନ କରନ୍ତି ।

Leave a Reply

Your email address will not be published. Required fields are marked *