ବନ୍ଧୁଗଣ, “ଗୌତମ ରୋଡେ” ହିନ୍ଦୀ ସିରିୟଲ ତଥା ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ଅଟନ୍ତି । “ଗୌତମ ରୋଡେ” ଙ୍କର ସବୁଠାରୁ ଲୋକପ୍ରିୟ କିରଦାର ହେଉଛି “ସରସ୍ଵତୀ ଚନ୍ଦ୍ର ବୈୟାସ” । “ଗୌତମ ରୋଡେ” ଅଭିନୟ କରିବା ପୂର୍ବରୁ ଜଣେ ମଡେଲ ଭାବରେ ନିଜ କାରିୟର ର ଶୁଭାରମ୍ଭ କରିଥିଲେ । ସେ ଅଭିନେତା ଏବଂ ମଡେଲ ସହିତ ବହୁତ ଭଲ ଆଙ୍କର ମଧ୍ୟ ଅଟନ୍ତି ।
ସେ ନିଜର ଅଭିନୟ ର ପ୍ରାରମ୍ଭ ଗୋଟିଏ ଟିଭି ବିଜ୍ଞାପନ ରୁ ଆରମ୍ଭ କରିଥିଲେ । ସେ ସବୁଠାରୁ ପ୍ରଥମେ କୋଲଗେଟ ବ୍ରାଣ୍ଡ ର ଗୋଟିଏ ଟିଭି ବିଜ୍ଞାପନ ରୁ ନିଜ ଅଭିନୟର ଆରମ୍ଭ କରିଥିଲେ । “ଗୌତମ ରୋଡେ” ଅଭିନୟ ର ପ୍ରାରମ୍ଭ ବର୍ଷ ୨୦୦୦ ରୁ କରିଥିଲେ ।
ସେ ଚଳଚ୍ଚିତ୍ର ରେ ଡେବ୍ୟୁ ୨୦୦୨ ବର୍ଷ ରେ କରିଥିଲେ । ବନ୍ଧୁଗଣ “ଗୌତମ ରୋଡେ” ଙ୍କୁ କିଛି ମ୍ୟୁଜିକ ଆଲବମ ରେ ମଧ୍ୟ ଅଭିନୟ କରିବାର ସୁଯୋଗ ମିଳିଥିଲା । ୨୦୧୮ ରେ “ଗୌତମ ରୋଡେ” ଷ୍ଟାର ଭାରତ ରେ ପ୍ରସାରିତ ହେଉଥିବା କାଳଭୈରଭ ରହସ୍ୟ ସିଜନ-୨ ରେ ବଡ ଯୁବରାଜ “ବୀର ସିଂହ” ର କିରଦାର ଅଭିନୟ କରିଥିଲେ ।
“ଗୌତମ ରୋଡେ” ଙ୍କ ଜନ୍ମ ୧୪ ଅଗଷ୍ଟ, ୧୯୭୭ ମସିହାରେ ଦିଲ୍ଲୀ ରେ ହୋଇଥିଲା । “ଗୌତମ ରୋଡେ” ଏବଂ ତାଙ୍କ ପରିବାର ପ୍ରଥମେ ନୂଆ ଦିଲ୍ଲୀ ରେ ରହୁଥିଲେ । ଏହାପରେ ସେମାନେ ମୁମ୍ବାଇ ରେ ରହିବାକୁ ଲାଗିଲେ । ତାଙ୍କ ବାପାଙ୍କ ନାମ “ସୁରେନ୍ଦ୍ର ରୋଡେ” ଅଟେ ଏବଂ ସେ ଜଣେ ଅବସରପ୍ରାପ୍ତ ବ୍ରୋକର ଅଟନ୍ତି । ତାଙ୍କ ମାତାଙ୍କ ନାମ “ସଙ୍ଗୀତା ରୋଡେ” ଅଟେ । ସେ ଜଣେ ଜ୍ଵାଲେରୀ ଡିଜାଇନର ଅଟନ୍ତି । “ଗୌତମ ରୋଡେ” ଙ୍କ ଜଣେ ବଡ ଭଉଣୀ ମଧ୍ୟ ଅଟନ୍ତି ଯାହାଙ୍କ ନାମ “ରଶ୍ମୀ ରୋଡେ” ଅଟେ ।
ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା “ଗୌତମ ରୋଡେ” ଙ୍କ ପତ୍ନୀ ଙ୍କ ସମ୍ବନ୍ଧରେ ଯାହାଙ୍କ ନାମ “ପଙ୍ଖୁଡି ଅବସ୍ଥି” ଅଟେ । ଗୌତମ ଏବଂ ପଙ୍ଖୁଡି ର ଭେଟ ବର୍ଷ ୨୦୧୫ ରେ ସିରିୟଲ ସୂର୍ଯ୍ୟପୁତ୍ର କର୍ଣ୍ଣ ର ସେଟ ରେ ହୋଇଥିଲା । ଏହି ସେଟ ରେ ଦୁହି ଜଣଙ୍କ ମଧ୍ୟରେ ବନ୍ଧୁତା ହେଲା ଏବଂ ପରେ ଏହା କ୍ରମଶ ପ୍ରେମରେ ପରିଣତ ହୋଇଗଲା ।
ଏହି ସୋ ରେ “ଗୌତମ”, ‘କର୍ଣ୍ଣ’ ର କିରଦାର ନିଭାଇ ଥିଲେ ଏବଂ “ପଙ୍ଖୁଡି”, ‘ଦୌପୋତି’ ର କିରଦାର ନିଭାଇଥିଲେ । ଏହି ସମୟରେ “ଗୌତମ ରୋଡେ” ବିବାହ ପାଇଁ “ପଙ୍ଖୁଡି” ଙ୍କୁ ପ୍ରୋପୋଜ କଲେ, ଏବଂ ପଙ୍ଖୁଡି ସଙ୍ଗେ ସଙ୍ଗେ ବିବାହ ପାଇଁ ରାଜି ମଧ୍ୟ ହୋଇଯାଇଥିଲେ । ଦୁହିଜଣ ପରସ୍ପରକୁ କିଛି ସମୟ ଡେଟ କରିବା ପରେ, ପରିବାର ସଦସ୍ୟଙ୍କ ଅନୁମତିରେ ୫,ଫେବୃଆରି ୨୦୧୮ ରେ ରାଜସ୍ଥାନରେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି ଭଲ ଲାଗିଥିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।