ବାତ୍ୟା Gulab ଲ୍ୟାଣ୍ଡଫଲ ପରେ ଓଡିଶାରେ ଏହି 5 ଟି ଜିଲ୍ଲାକୁ ଜାରି ହେଲା ରେଡ ଆଲର୍ଟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାତ୍ୟା ଗୁଲାବ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣୀତ ହେଲା । ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ପରେ ଘଣ୍ଟା ପ୍ରତି ୧୪ କିମି ବେଗରେ ବର୍ତ୍ତମାନ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡିଶା ଦେଇ ଗତି କରିବାରେ ଲାଗିଛି । ଆସନ୍ତା ୬ ଘଣ୍ଟା ମଧ୍ୟରେ ବାତ୍ୟା ଗୁଲାବ ଦୁର୍ବଳ ହୋଇ ଅବପାତରେ ପରିଣୀତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବାତ୍ୟା ଗୁଲାବ ଗୋପାଳପୁର ଠାରୁ ୨୨୦ କିମି ଦୂରରେ ଥିବା ବେଳେ କଳିଙ୍ଗ ପଟନାମ ଠାରୁ ୧୨୦ କିମି ଦୂରରେ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଏଥିପାଇଁ ୫ଟି ଜିଲ୍ଲା କୁ ରେଡ ଆଲର୍ଟ ଜାରି କରା ଯାଇଛି । ସେହି ଜିଲ୍ଲା ଗୁଡିକ ହେଉଛି ଗଜପତି, ରାୟଗଡା, ନବରଙ୍ଗପୁର, କୋରାପୁଟ ଓ ମାଲକାନାଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରା ଯାଇଛି । ସେହିପରି ୩ଟି ଜିଲ୍ଲାକୁ ଅରେଞ୍ଜ ୱାର୍ନିଙ୍ଗ ଜାରି କରା ଅଯାଇଛି । ସେଗୁଡିକ ହେଉଛି ଗଞ୍ଜାମ, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରା ଯାଇଛି । ଏହା ସହ ପୁରୀ, ଖୋର୍ଦ୍ଧା, ନୂଆପଡା, ବଲାଙ୍ଗୀର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସବୁ ଜିଲ୍ଲା ଗୁଡିକରେ ସ୍ଥିନୀୟ ଅଞ୍ଚଳର ଲୋକ ମାନଙ୍କୁ ଉଚ୍ଚ ଜାଗାକୁ ସ୍ଥାନାନ୍ତରିତ କରା ଯାଇଛି ।

ଏହା ସହ ମଶ୍ଚ୍ୟଜୀବି ମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ସତର୍କ ଜାରି କରା ଯାଇଛି । ବାତ୍ୟା ଗୁଲାବ ଅନେକ ରାଜ୍ୟ ରେ କ୍ଷୟକ୍ଷତି କରି ଯାଇଛି । ଏହା ସହ ଯେତେବେଳ ବାତ୍ୟା ଗୁଲାବ ଦୁରବଲ ହୋଇ ଅବପାତରେ ପରିଣୀତ ହେବ ହୁଏ ତ ଆଉ ଅନେକ ଜିଲ୍ଲା ଗୁଡିକରେ କ୍ଷତି କରିପାରେ । ଏଥିପାଇଁ ପାଣିପାଗ ବିଭାଗ ପକ୍ଷ ରୁ ସତର୍କ ରହିବା ପାଇଁ ସୂଚନା ଜାରି ହୋଇଛି । ବାତ୍ୟା ଗୁଲାବ ର ପ୍ରକୋପରେ ଆଗକୁ ବଡ କ୍ଷତି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ରୁ ଆକଳନ କରା ଯାଉଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *