ଗୁରୁବାର ଦିନ ଏହି ଉପାୟ କଲେ ଘରକୁ ଏତେ ଧନ ଆସିବ କି ସମ୍ଭାଳି ପାରିବେନି ଆପଣ- Astrology Tips

ଆଜି ଆମେ ଆପଣ ମାନଙ୍କୁ ଗୁରୁବାର ଦିନ କେଉଁ କାମ କରିଲେ ସବୁ ମନସ୍କାମନା ପୂରଣ ହେବ ସେହି ବିଷୟରେ କହିବାକୁ ଯାଉଛୁ । ଗୁରୁବାର ଦିନ ହେଉଛି ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ ବାର ଅଟେ । ଏମାନେ ଧନ ଓ ଐଶ୍ବରୀୟର ଅଧିକାରୀ ଅଟନ୍ତି ।

ଏହି ଦୁଇ ମହାଶକ୍ତିଙ୍କର କୃପା ପାଇବା ପାଇଁ ଗୁରୁବାର ଦିନ ଅତ୍ୟନ୍ତ ଶୁଭ ଦିନ ଅଟେ । ତେବେ ଆସନ୍ତୁ ଜାଣିବା ସେହି ସରଳ ଉପାୟ ଗୁଡିକ କଣ ରହିଛି ଯାହା ଗୁରୁବାର ଦିନ କରିଲେ ଶୁଭ ହେବା ସହ ସୁଖ ସମୃଦ୍ଧି ଆସିଥାଏ । ୧- ମହିଳା ମାନେ ସ୍ନାନ କରିବା ସମୟରେ ହଳଦୀ ମିଶାଇ ସ୍ନାନ କରିବା ଉଚିତ । ଏହା ଦ୍ଵାରା ସବୁ ସମସ୍ୟାର ସମାଧାନ ହୋଇଥାଏ । ସ୍ୱାସ୍ଥ୍ୟ ସମସ୍ଯା, ଧନ ସମସ୍ଯା, ଦୁଶ୍ଚିନ୍ତା ଆଦି ଦୂର ହୋଇଥାଏ ।

୨- ଗୁରୁବାର ଦିନ ବିଶୁଣୁ ଭଗବାନ ବା ବୃହସ୍ପତିଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଜୀବନରେ ସବୁ ଦୁଖ କଷ୍ଟ ଦୂର ହୋଇଥାଏ ।

୩- ଗୁରୁବାର ଦିନ କିଛି ହଳଦୀ ଓସ୍ତ ଗଛ ମୂଳରେ ଅର୍ପଣ କରନ୍ତୁ । ଏହା ପରେ ନିଜର ମନସ୍କାମନା ଭଗବାନଙ୍କ ନିକଟରେ ଜଣାନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କର ମନର ସବୁ ଇଚ୍ଛା ପୂରଣ ହେବ । ଏହା ଛଡା ଯଦି କୌଣସି ବ୍ୟକ୍ତି ରୋଗାଗ୍ରସ୍ତ ଥାନ୍ତି ବା କରଜ ସମ୍ଭଧିତ କୌଣସି ସମସ୍ଯା ରହିଥାଏ ତେବେ ଏହା ଦୂର ହେବ ।

୪- ଗୁରୁବାର ଦିନ ହଳଦୀ ଖଣ୍ଡକୁ ସୂତାରେ ମାଳ କରି ଘର ମୁଖ୍ୟ ଦ୍ଵାରରେ ଟଙ୍ଗାଇ ଦିଅନ୍ତୁ । ଏପରି କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କର ଅଶେଷ କୃପା ଲାଭ ହୋଇଥାଏ । ଏହା ଛଡା ଆପଣଙ୍କ ଘରେ ଧନର ଅଭାବ ରହିବ ନାହି । ଆପଣଙ୍କର ସବୁ ଆର୍ଥିକ ସମସ୍ଯା ଦୂର ହେବ ।

୫- ଭଗବାନ ବିଷ୍ଣୁ ଓ ବୃହସ୍ପତିଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୋଖରାଜ ରତ୍ନ ଗୁରୁବାର ଦିନ ଧାରଣ କରନ୍ତୁ । ଏହି ରତ୍ନକୁ ରୂପା ବ ସୁନା ଦ୍ଵାରା ମଧ୍ୟ ପିନ୍ଧି ପାରିବେ । ଏହି ରତ୍ନ କୁ ଧାରଣ କରିବା ଦ୍ଵାରା ଜୀବନରେ ଅନେକ ନୂଆ ପରିବର୍ତ୍ତନ ଆସିବା ସହ ଉନ୍ନତି ମଧ୍ୟ ହୋଇଥାଏ । ଆପଣଙ୍କର ଅଟକି ଥିବା ସବୁ କାମ ପୂର୍ଣା ହେବ । ଏହାକୁ ପୋଇନ୍ଧିବା ଦ୍ଵାରା ଆପଣଙ୍କର ସବୁ ସମସ୍ଯା ଦୂର ହେବାରେ ଲାଗିବ । ଆପଣଙ୍କର ଯଶ ଖ୍ଯାତି, ମାନ ସମାନ ବୃଦ୍ଧି ପାଇବାରେ ଲାଗିବ ।

ଆପଣଙ୍କ ଜୀବନରେ ଉନ୍ନତି ର ସମସ୍ତ ମାର୍ଗ ଖୋଲି ଯାଇଥାଏ । ବ୍ୟକ୍ତି ଜୀବନରେ ସୌଭାଗ୍ୟର ଉଦୟ ହୋଇଥାଏ । କୌଣସି ଗରିବ ବା ଦୁଖୀ ଲୋକ ଏହି ରତ୍ନ କୁ ଧରଣ କରିଲେ ଧନବାନ ହୋଇଥାଏ । ତେବେ ଏହି ସବୁ ଉପାୟ ଗୁରୁବାର ଦିନ କରିଲେ ବ୍ୟକ୍ତି ଜୀବନରେ ସୁଖ ସମୃଦ୍ଧି ଆସିବା ସହ ଧନ ମଧ୍ୟ ପ୍ରାପ୍ତ ହୋଇଥାଏ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *