ଗୁରୁବାର ଦିନ କରନ୍ତୁ ଏହି 5ଟି କାମ, ମା ଲକ୍ଷ୍ମୀ ନିଜେ ଆସିବେ ଆପଣଙ୍କ ଘରକୁ

ଆଜିର ସମୟରେ ସମସ୍ତ ବ୍ୟକ୍ତି ସେମାନଙ୍କର ସବୁ ଆବଶ୍ୟକତାକୁ ପୂରଣ କରିବା ପାଇଁ ଅର୍ଥ ଧନର ଆବଶ୍ୟକତା କରିଥାନ୍ତି ।  ଏହି ସମୟରେ ଅନେକ ଲୋକବି ଅଛନ୍ତି ବହୁତ ଟଙ୍କା ରୋଜଗାର କରନ୍ତି ।  କିନ୍ତୁ ଶେଷରେ ସେମାନଙ୍କ ପାଖରେ ଟଙ୍କାଟିଏ ମଧ୍ୟ ରହିନଥାଏ । କେଉଁଠି ନା କେଉଁଠି ଖର୍ଚ ହୋଇଯାଇଥାଏ । ଯେଉଁଥି ପାଇଁ ସେମାନଙ୍କର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଧନ ସେଇ ମାନଙ୍କ ପାଖରେ ରହିଥାଏ ଯେଉଁ ମାନଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

ତେଣୁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ମାତା ଲକ୍ଷ୍ମୀଙ୍କ ପୂଜା ଅର୍ଚନା କରିବା ସହିତ କେତେକ ନୀତି ନିୟମ ମଧ୍ୟ ପାଳନ କରିବାକୁ ପଡିଥାଏ । ତେବେ ଆଜିର ଏହି ଭିଡିଓ ମାଧ୍ୟମରେ ଆମେ ଜାଣିବା ଯେ ପ୍ରତେକ ଗୁରୁବାର ଦିନ କେଉଁ ପାଞ୍ଚଟି କାମ କରିବା ଦ୍ଵାରା ସମସ୍ତ ଆର୍ଥିକ ସମସ୍ୟା ଗୁଡୁକର ଅନ୍ତ ହେବ ସହିତ ଘରେ ଧନର ବର୍ଷ ହୋଇଥାଏ ।

ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ପ୍ରତେକ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ପ୍ରତିଦିନ ପୂଜା କରିବା ଉଚିତ । ଏହା କରିବା ଦ୍ଵାରା ଆପଣଙ୍କ ସବୁ ସମସ୍ୟା ଗୁଡିକର ଅନ୍ତ ଘଟିବ । ଗୁରୁବାର ଦିନ ହଳଦିଆ ପୋଷାକ ପିନ୍ଧନ୍ତୁ, ଏହାଛଡା ମା ଲକ୍ଷ୍ମୀଙ୍କୁ ହଳଦିଆ ରଙ୍ଗର ଫୁଲ ଚନ୍ଦନ ଏବଂ ହଳଦିଆ ପ୍ରସାଦ ଅର୍ପଣ କରନ୍ତୁ । ଗୁରୁବାର ଦିନ ଆପଣ ହଳଦୀ ପାଣିରେ ସ୍ନାନ କରନ୍ତୁ ଏବଂ ଗୋଟିଏ କଦଳୀ ଗଛର ମୂଳରେ ହଳଦୀ ପାଣି ଅର୍ପଣ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରେ କେବଳ ଧନ ହିଁ ଧନ ଆସିଥାଏ ।

ଧନର ଅଭାବ ଦୂର କରିବା ପାଇଁ ଗୁରୁବାର ଦିନ ଉପବାସ ପାଳନ କରନ୍ତୁ । ଉପବାସ ସମୟରେ ହଳଦିଆ ଜିନିଷ ଦାନ କରନ୍ତୁ । ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଗୃହରେ ବାସ କରିଥାନ୍ତି । ଗୁରୁବାର ଦିନ ଆପଣ ତୁଲସୀ ପୂଜା କରିବା ସମୟରେ ଆପଣ ତୁଲସୀ ଗଛ ମୂଳରେ କଞ୍ଚା କ୍ଷୀର ପ୍ରଦାନ କରନ୍ତୁ ।

ଗୁରୁବାର ଦିନ ଆପଣଙ୍କ ବୃହସ୍ପତି ଗ୍ରହକୁ ଶକ୍ତିଶାଳୀ କରିବା ପାଇଁ ଭଗବାନ ଶିବଙ୍କୁ ହଳଦିଆ ରଙ୍ଗର ପୁଷ୍ପ ଅର୍ପଣ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ବୃହସ୍ପତି ଗ୍ରହ ପ୍ରସନ୍ନ ହୋଇଥାନ୍ତି ଏବଂ ସବୁ ଗ୍ରହ ଦୋଷ ମଧ୍ୟ କଟିଯାଇଥାଏ । ତେବେ ଆପଣ ମାନେ ଗୁରୁବାର ଦିନ ଏହିସବୁ ନିୟମ ପାଳନ କରନ୍ତୁ । ଦେଖିବେ ଆର୍ଥିକ ସମସ୍ୟା ରହିବ ନାହିଁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *