ଗ୍ୟାଷ୍ଟିକ ସମସ୍ୟାର କାରଣ, ଲକ୍ଷଣ ଓ ନିରାକରଣ- Dr. Sushant Sethi

ସ୍ୱାସ୍ଥ୍ୟ ହିଁ ସମ୍ପଦ । ଆଜିକାଲିର ଜୀବନ ଶୈଳୀ ଓ ଖାଦ୍ୟପେୟର ପରିବର୍ତ୍ତନ ଯୋଗୁ ଅନେକ ରୋଗର ସୃଷ୍ଟି ହେଉଛି । ଯାହା ଫଳରେ ଲୋକ ମାନେ ଅନେକ ସମସ୍ୟାର ସମୁଖିନ୍ନ ହେଉଛନ୍ତି । ସେଥିମଧ୍ୟରୁ ଗ୍ଯାସ ବା ଏସିଡିଟି ଏକ ପ୍ରମୁଖ ସମସ୍ଯା ଅଟେ । ଆଜି ଆମେ ଆପଣ ମାନଙ୍କୁ ଗ୍ଯାସ ହେବାର କାରଣ ଓ ଏହାର ନିରାକରଣ ବିଷୟରେ କହିବାକୁ ଯାଉଛୁ । ଗ୍ୟାଷ୍ଟିକ ସମସ୍ଯା କହିଲେ ସାଧାରଣତ ପେଟ ଜନିତ ସ୍ମୟାକୁ ବୁଝିଥାନ୍ତି । ଯେମିତିକି ଅଳ୍ପ ଖାଦ୍ୟ ଖାଇବା ପରେ ପେଟ ପୁରା ଲାଗିବା, ଆମ୍ବିଳା ହେକୁଟି ହେବା, ବଦ ହଜମି ଆଦି ହେଲେ ଗ୍ୟାଷ୍ଟିକ ବୋଲି ଜଣା ପଡିଥାଏ ।

ଗ୍ୟାଷ୍ଟିକ ସମସ୍ଯା ହେଲେ ପେଟ ଭାରି ଲାଗିବା ସହ ପେଟରେ ଯନ୍ତ୍ରଣା ମଧ୍ୟ ଅନୁଭବ ହୋଇଥାଏ । ଏହା ବ୍ଯତୀତ ଗ୍ଯାସ ସମସ୍ଯା ରହିଲେ ଭୋକ ମଧ୍ୟ କମ ଲାଗିଥାଏ । ଏହାର କାରଣ ହେଉଛି ପେଟରେ କୌଣସି ପ୍ରକାରର ଇନଫେକସନ । ଖାଦ୍ୟନଳୀରେ କ୍ଷତ ବା ପାକସ୍ଥଳୀରେ କ୍ଷତ ହେବା ଯୋଗୁ ଏହା ଗ୍ୟାଷ୍ଟିକ ସମସ୍ୟାକୁ ଅଧିକ ଜଟିଳ କରିଥାଏ ।

ଅଧିକ ତମ୍ବାକୁ ବା ନିଶା ଜାତୀୟ ଦ୍ରବ୍ଯର ସେବନ ଦ୍ଵାରା ଗ୍ଯାସଟୀକ ସମସ୍ଯା ସୃଷ୍ଟି ହୋଇଥାଏ । କିଛି ଲୋକ ମାନେ ଗ୍ଯାସ ହେଲେ ଡାକ୍ତରଙ୍କ ପରାମର୍ଶ ନ ନେଇ କୌଣସି ମେଡ଼ିସିନ ଦୋକାନରୁ ମେଡ଼ିସିନ ଆଣି ସେବନ କରିଥାନ୍ତି ଯାହା ଫଳରେ ରୋଗ ଅଧିକ ବଢିଥାଏ । କିଛି କ୍ଷେତ୍ରରେ ପେନକ୍ଲିୟର ର ସେବନ କରାଯାଏ ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।

ଯାହା ଦ୍ଵାରା ଲୋକ ମାନଙ୍କୁ କ୍ୟାନ୍ସର ଭଳି ମାରାତ୍ମକ ରୋଗର ଶିକାର ହେବାକୁ ପଡିଥାଏ । ଗ୍ୟାଷ୍ଟିକ ଅଲସର ହେଲେ କ୍ୟାନ୍ସର ବା କର୍କଟ ରୋଗ ସୃଷ୍ଟି ହୋଇଥାଏ । ଯଦି ଅନ୍ତନାଡିରେ କୌଣସି ପ୍ରକାର କ୍ଷତ ସୃଷ୍ଟି ହୁଏ ତେବେ ଏହା କ୍ଷତିକାରକ ହୋଇଥାଏ । ଏହା ଜେନେଟିକ କାରଣରୁ ହେଉ ବା ପରିବେଶ କାରଣରୁ ହେଉ ବା ଇମୋନିଜିକାଲ କାରଣରୁ ହେଉ ତାହାକୁ କୋଲାଇଟିସ ବୋଲି କୁହାଯାଏ ।

ଉପର ପେଟର ସମସ୍ଯାକୁ ଗ୍ଯାସ ସମସ୍ଯା କୁହାଯାଏ । ଅନ୍ୟ କ୍ଷେତ୍ର ରେ ତାଳି ପେଟରେ ଯନ୍ତ୍ରଣା ହେଲା ବା ଝାଡାରେ ସମସ୍ୟା ହେଲେ ତାହାକୁ କୋଲାଇଟିସ ବୋଲି କୁହାଯାଏ । ଏଥିପାଇଁ ଆମକୁ ଆମର ଜୀବନ ଶୈଳୀ ରେ ପରିବର୍ତ୍ତନ ଆଣିବା ଉଚିତ । ବିଶେଷ କରି ଖାଦ୍ଯ ରେ ସନ୍ତୁଳନ ରକ୍ଷା କରିବା ଉଚିତ ।

ଏହା ବ୍ଯତୀତ ସୁଷମ ଖାଦ୍ଯ, ପ୍ରୋଟିନ ଯୁକ୍ତ ଖାଦ୍ୟର ସେବନ କରିବା ଉଚିତ । ଏହା ବ୍ଯତୀତ ନିଶା ଦ୍ରବ୍ଯ ଠାରୁ ଦୂରେଇ ରାହିବା ଉଚିତ । ଏମିତି କି ଜଣକ ଫୁଡ ଖାଦ୍ଯ ଖାଇବା ଉଚିତ ନୁହେଁ । ଯେମିତିକି ଗୁପ୍ଚୁପ, ଫାଷ୍ଟଫୁଡ ବା ତେଲ ଜାତୀୟ ଖାଦ୍ୟର ସେବନ କରିବା ଉଚିତ ନୁହେଁ । ଏହା ଦ୍ଵାରା ଗ୍ଯାସ ସମସ୍ଯା ଅଧିକ ଦେଖା ଯାଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *