ଜଳସେଚନ ବିଭାଗ SDO, JEଙ୍କୁ କାଦୁଅ ରାସ୍ତାରେ ଚାଳାଇ ଏମିତି କହିଲେ ଗାଁ ଲୋକ…. ଦେଖନ୍ତୁ Video

ଗତ ଦୁଇ ଦିନ ହେବ ଓଡିଶାର ପ୍ରାୟତଃ ସବୁ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିଲା । ଏହି କାରଣରୁ ରାସ୍ତା ଘାଟରେ ପାଣି ହୋଇଯାଇଥିଲା । ଏହା ଛଡା କେତେକ ସ୍ଥାନରେ ଘରେ ମଧ୍ୟ ପାଣି ପଶି ଯାଇଥିଲା । ଏମିତିରେ ଲୋକମାନେ ବହୁତ ଅସୁବିଧାର ସାମ୍ନା କରିଥିଲେ । କିନ୍ତୁ ବର୍ତ୍ତମାନ କେତେକ ସ୍ଥାନରେ ବର୍ଷା ବନ୍ଦ ହୋଇଛି ଓ ପାଣି ବି ଛାଡି ଗଲାଣି । କିନ୍ତୁ ରାସ୍ତା ଘାଟରେ ପାଣି ଜମିବା କାରଣରୁ ମାଟି ରାସ୍ତା ଗୁଡିକ ଖରାପ ହୋଇଯାଇଛି ।

ଏମିତିରେ ବର୍ତ୍ତମାନ ଏକ ଏମିତି ଭିଡିଓ ସାମ୍ନାକୁ ଆସୁଛି ଯାହାକୁ ଆପଣ ଆଗରୁ କେବେ ବି ଦେଖି ନ ଥିବେ । କହିବାକୁ ଗଲେ ଓଡିଶାର ଏକ ଗାଁର କିଛି ଲୋକମାନେ ସରକାରୀ କର୍ମଚାରୀଙ୍କୁ ତାଙ୍କ ଗାଁର କାଦୁଅ ରାସ୍ତାରେ ଚଳାଇଲେ । ଯାହାକୁ ଦେଖିବା ପରେ ବର୍ତ୍ତମାନ ସମସ୍ତେ ଏହି ଗ୍ରାମବାସୀମାନଙ୍କର ଏହି କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି ।

କହିଆକୁ ଗଲେ ଖୋର୍ଦ୍ଦା ଜିଲ୍ଲାର ଭଗବତୀ ପଡା ଗାଁର ରାସ୍ତା କେବଳ ମାଟିର ଥିଲା । ଏମିତିରେ ଦୁଇ ଦିନ ଲଗାଣ ବର୍ଷା ଯୋଗୁ ଏହି ମାଟି ରାସ୍ତା ପୁରା କାଦୁଅ ହୋଇଗଲା । ଯାହା ଦ୍ଵାରା ସେଥିରେ ଯିବା ଆସିବା କରିବା ପୂରାପୂରି ଅସମ୍ଭବ ଅଟେ । ଏମିତିରେ ଗାଁର କିଛି ଲୋକମାନେ ଏକଜୁଟ ହୋଇ ସେହି ଗାଁ ଜଳସେଚନ ବିଭାଗର ଏସଡ଼ିଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ ତାଙ୍କ ଅଫିସରୁ ଡାକି ଏହି କାଦୁଅ ରାସ୍ତାରେ ଚଳାଇଲେ । ଯାହାକି ଏକ ଅପମାନ ଜଣକ କାର୍ଯ୍ୟ ଥିଲା ।

କିନ୍ତୁ ଗ୍ରାମବାସୀମାନଙ୍କ ଏହିଭଳି ପଦେକ୍ଷେପ ନେବା ପଛରେ ଅସଲ ଉଦ୍ଦେଶ୍ୟ ହେଉଛି କି ସେମାନେ ବର୍ଷା ଦିନରେ ଏହି କାଦୁଆ ରାସ୍ତାରେ କେମିତି ଯିବା ଆସିବା କରୁଛନ୍ତି ତାକୁ ଏହି ସରକାରୀ କର୍ମଚାରୀମାନେ ନିଜେ ଅନୁଭବ କରନ୍ତୁ । ଏହି ଗାଁର ଜଣେ ବାସିନ୍ଦା କହିଲେ କି ପ୍ରଥମେ ତାଙ୍କ ଗାଁର ରାସ୍ତା ଭଲ ଥିଲା । କିନ୍ତୁ ସରକାରୀ କାର୍ଯ୍ୟ ନାଁରେ ଏଠି ନୂଆ ରାସ୍ତା ହବ ବୋଲି କହି କେବଳ ମାଟି ପକାଇ ଦେଲେ । ଏହା ପରେ ଆମେ କିଛି ଲୋକ ମିଶି ଏହି କାର୍ଯ୍ୟକୁ ବନ୍ଦ କରି ଦେଲୁ ।

ଆପଣମାନେ ବି ଭିଡିଓରେ ଦେଖି ପାରୁଥିବେ କି କେମିତି ଗାଁ ଲୋକମାନେ ସରକାରୀ କର୍ମଚାରୀଙ୍କୁ ଟାଣି ଟାଣି ଏହି କାଦୁଆ ରାସ୍ତାରେ ଚାଲିବା ପାଇଁ ବାଧ୍ୟ କରୁଛନ୍ତି । ଅନ୍ୟ ପଟେ ସରକାରୀ କର୍ମଚାରୀମାନଙ୍କ ପାଖରେ ଅନ୍ୟ କିଛି ଉପାୟ ନ ଥିବାରୁ ସେମାନେ ବି ଏହି ରାସ୍ତାରେ ଚାଲିବା ପାଇଁ ବାଧ୍ୟ ଏହୁଛନ୍ତି । କହିବାକୁ ଗଲେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରୁ ଏହି ଗ୍ରାମବାସୀମନଙ୍କ ପ୍ରଶଂସା କରାଯାଉଛି ଓ କୁହାଯାଉଛି କି ଏହିଭଳି ସବୁ ଗାଁରେ ସରକାରୀ କର୍ମଚାରୀଙ୍କୁ କରିବା ଉଚିତ ।

Leave a Reply

Your email address will not be published. Required fields are marked *