ପ୍ରଭୁ ହନୁମାନଙ୍କର ପ୍ରିୟ ଫୁଲ କଣ ଅଟେ ? କେଉଁ ପୂଜାରେ ପୂଜା କରିଲେ ସବୁ ମନୋକାମନା ପୂରଣ ହୋଇଥାଏ ? ହନୁମାନଙ୍କର ବାହନ କିଏ ଅଟନ୍ତି ?

ବନ୍ଧୁଗଣ ଈଶ୍ବରଙ୍କ ଠାରେ ସବୁ ମଣିଷଙ୍କର ଆସ୍ଥା ରହିଛି । ଯାହା ପାଇଁ ପ୍ରତେକ ଇଶ୍ଵର ଏକ ହେଲେ ବି ସେମାନଙ୍କର କିଛି ବିଶେଷତା ରହିଛି । ଅଗସ୍ତି ସଂହିତା ସୁନ୍ଦର ଭାବେ ପ୍ରମାଣ ଦେଇଛନ୍ତି ମଙ୍ଗଳବାର ଦିନ ସ୍ଵାତି ନକ୍ଷତ୍ର ରେ ଏଶ ଲଗ୍ନ ରେ ସ୍ଵୟଂ ଭଗବାନ ଶିବ ହନୁମାନଙ୍କର ଅବତାର ନେଇ ଧରା ପୃଷ୍ଠ କୁ ଆସିଥିଲେ । ତେଣୁ ବୀର ହନୁମାନ ପ୍ରଭୁ ରାମଙ୍କର ପରମ ଭକ୍ତ ଥିଲେ ।

ସବୁ ଦେବା ଦେବୀଙ୍କର କିଛି ନା କିଛି ପ୍ରିୟ ଫୁଲ ରହିଥାଏ । ତାହା ଆପଣ ମାନେ ନିଶ୍ଚୟ ଜାଣିଥିବେ । ଠିକ ସେମିତି ବୀର ବଜରଙ୍ଗବାଲି ଙ୍କର କିଛି ପ୍ରିୟ ଫୁଲ ଅଛି । ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଶାସ୍ତ୍ର ଅନୁଯାୟୀ ପ୍ରଭୁ ଶ୍ରୀ ବୀର ହନୁମାନଙ୍କର ନୀଳୋତ୍ପଳ, ଶ୍ଵେତ ପଦ୍ମ, ନାଲି ପଦ୍ମ, କଇଁ ଅତ୍ୟନ୍ତ ପ୍ରିୟ ଫୁଲ ଅଟେ ।

ଶ୍ଵେତ ମନ୍ଦାର, କୁସୁମ, କନିଅର, ଜୁଇ, ଯାଇ, ପାଟଳା, ବକୁଳ, ରକ୍ତ ମନ୍ଦାର, ଶ୍ଵେତ ଅରଖ, ନୀଳ ଅରଖ ମଧ୍ୟ ଭଗବାନ ହନୁମାନଙ୍କର ଅତ୍ୟନ୍ତ ପ୍ରିୟ ଫୁଲ ଅଟେ । ଏହା ସହ ରକ୍ତ ବର୍ଣନା ବା ନାଲି ଫୁଲ ଅଛି ତାହା ମଧ୍ୟ ହନୁମାନ ଜୀ ଙ୍କ ପ୍ରିୟ ଫୁଲ ଅଟେ । ଏବେ ଆସନ୍ତୁ ଜାଣି ନେବା ହନୁମାନ ଜୀ ଙ୍କ ବାସୁ ଦେବତା କିଏ ଅଟନ୍ତି । ଅଙ୍ଗଦ, ନୀଳ ଓ ନଳ ହେଉଛନ୍ତି ପ୍ରଭୁ ହନୁମାନଙ୍କର ପାର୍ଶ୍ଵ ଦେବତା ।

ହନୁମାନ ଜୀ ଙ୍କର ଦକ୍ଷିଣ ଅପାର୍ଶ୍ଵ ର ଦ୍ଵାରପାଳ ହେଉଛନ୍ତି ଶୁସିନ ଓ ବାମ ପଟରେ ଦ୍ଵାରପାଳ ରହିଲେ ଦୁବିଧ । ଯେବେ ଆପଣ ଘରେ ହନୁମାନ ଜୀ ଙ୍କ ମୂର୍ତ୍ତି ବା ଫୋଟୋ ସ୍ଥାପନ କରୁଛନ୍ତି ଧ୍ୟାନ ରଖିବେ ଟଙ୍କାର ମୁଖ ସର୍ବଦା ଦକ୍ଷିଣାଭିମୁଖୀ ରହିବା ଉଚିତ । ଅର୍ଥାତ ହନୁମାନ ଜୀ ସର୍ବଦା ଦକ୍ଷିଣ ଦିଗକୁ ମୁଖ କରି ବସିବା ଉଚିତ ।

ହନୁମାନଙ୍କର ସବୁଠାରୁ ପ୍ରିୟ ଦ୍ରବ୍ଯ ହେଉଛି ସିନ୍ଦୁର, ରାଶି ତେଲ ଓ କପିଳା ଗାଈ ର ଘିଅ । ଯେଉଁ ବ୍ୟକ୍ତି ପ୍ରତେକ ମଙ୍ଗଳବାର ଦିନ ସିନ୍ଦୁର ଅଭିଷେକ କରନ୍ତି ତେବେ ସବୁ ମନୋକାମନା ନିଶ୍ଚୟ ପୂରଣ ହୋଇଥାଏ । ଯଦି ବିବାହରେ ସମସ୍ଯା ହେଉଛି, କାଳ ସର୍ପ ଦୋଷ ଅଛି, ମଙ୍ଗଳଙ୍କର ପ୍ରଭାବ ପଡୁଛି ତେବେ ପ୍ରତେକ ମଙ୍ଗଳବାର ଦିନ ରାଶି ତେଲ ଓ ସିନ୍ଦୁର ଅଭିଷେକ କରିବା ଦ୍ଵାରା ଏହା ଦୂର ହୋଇଥାଏ ।

ଭଗବାନ ବିଶୁଣୁଙ୍କର ବାହନ ଗରୁଡ, ବ୍ରମ୍ହାଙ୍କର ହଂସ, ଦେବାଧିଦେବଙ୍କ ବୃଷଭ, କାର୍ତ୍ତିକଙ୍କର ମୟୁର, ଗଣେଶଙ୍କର ମୂଷା ସେହିଭଳି ବୀର ହନୁମାନଙ୍କର ବାହନ ହେବା ପାଇଁ ଶକ୍ତି କାହା ପାଖରେ ନାହିଁ । କାରଣ ସେ ପବନ ଭଳି ଦୃଷ୍ଟ ଅଟନ୍ତି । ଯେବେ ହନୁମାନ ଜୀ ଯଜ୍ଞ କରାଯାଉଛି ସେତେବେଳେ ଓମ ହନୁମନ୍ତେ ନମହ ମନ୍ତ୍ର ଜପ କରିବା ଉଚିତ । ତେଣୁ ହନୁମାନ ନିଜେ ନିଜର ବାହନ ଅଟନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *