ହାତରେ କେଉଁ ଚିହ୍ନ ଥିଲେ ସରକାରୀ ଚାକିରି ପ୍ରାପ୍ତ ହୋଇଥାଏ? ଦେଖନ୍ତୁ ଏହା ସହ ଆହୁରି 10+ Anuchinta

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ଯାହା ଆପଣଙ୍କର ଦୈନନ୍ଦିନ ଜୀବନରେ ନିହାତି କମାରେ ଆସିବ । ୧- ଠାକୁର ଘରେ ବାଲ ଗୋପାଳ ଓ ଭଗବାନ ଗଣେଶଙ୍କ ମୂର୍ତ୍ତି ରଖିବା ସହ ହଳଦୀ, କର୍ପୁର, ଚାନ୍ଦିର ମୁଦ୍ରା, ମହୁ, ରୁଦ୍ରାକ୍ଷ, ସ୍ପଷ୍ଟୀକ ମାଳା ରଖିଲେ ମଙ୍ଗଳକାରୀ ହୋଇଥାଏ ।

୨- ଠାକୁର ଘରେ ତମ୍ବା ପାତ୍ରରେ ଜଳ ରଖିଲେ ଶୁଭ ଓ ମଙ୍ଗଳକାରୀ ହୋଇଥାଏ । ଠାକୁର ଘରେ ମାଟି ବା ଧାତୁର ମାତା ଦୂର୍ଗାଙ୍କ ମୂର୍ତ୍ତି ରଖି ପୂଜା କରିଲେ ଶୁଭ ହୋଇଥାଏ ।

୩- ଠାକୁର ଘରେ ଗୋଟିଏ କାଠର ପଟା ରଖିବା ଉଚିତ । ଏହା ମଧ୍ୟରେ ପୂଜା କରିଲେ ଶୁଭପ୍ରଦ ହୋଇଥାଏ । ପୂଜା ସମୟରେ କଳସରେ ତମ୍ବା ପଇସା ରଖିଲେ ଘରେ ଶାନ୍ତିର ଦ୍ଵାରା ଖୋଲିଥାଏ ।

୪- ହଳଦିଆ କଉଡି ଠାକୁର ଘରେ ରଖିବା ଦ୍ଵାରା ଶୁଭ ହେବା ସହ ନାଲି କପଡାରେ ଅଲଗା ବାନ୍ଧି କିଛି କଉଡି ପଇସା ରଖୁଥିବା ଜାଗାରେ ରଖିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।

୫- ଠାକୁର ଘରେ କଳସର ସ୍ଥାପନ କରିଲେ ଶୁଭ ହେବା ସହ ଦେବତା ମାନେ ଆକ୍ରୁଷ୍ଟ ହୋଇଥାନ୍ତି । ଠାକୁର ଘରେ ଶଙ୍ଖ ରଖିଲେ ଶୁଭପ୍ରଦ ହେବା ସହ ଲକ୍ଷ୍ମୀଙ୍କ ବାସ ହୋଇଥାଏ ।

୬- ପୂଜା ସ୍ଥଳରେ ଗରୁଡ ଘଣ୍ଟି ରଖାଯାଇଥାଏ ଏବଂ ପୂଜାରେ ଘଣ୍ଟି ବଜାଇଲେ ନେଗେଟିଭ ଶକ୍ତି ଦୂର ହେବା ସହ ବାତାବରଣ ଶୁଦ୍ଧ ହୋଇଥାଏ ।

୭- ପୂଜା କରିବା ସମୟରେ କୁଙ୍କୁମ ବ୍ୟବହାର କରିଲେ ଶୁଭପ୍ରଦ ହେବା ସହ ଏହାକୁ ମଥାରେ ଲଗାଇଲେ ଆରୋଗ୍ଯ ପ୍ରାପ୍ତ ହେବା ସହ ସାହସ ବୃଦ୍ଧି ପାଇଥାଏ ।

୮- ପୂଜା ସମୟରେ ନୈବେଦ୍ୟର ବ୍ୟବହାର ହୋଇଥାଏ । ଠାକୁରଙ୍କୁ ଭୋଗ ଲଗାଇବା ଦ୍ଵାରା ଜୀବନରେ ସରଳତା, ମଧୁରତା ପ୍ରାପ୍ତ ହୋଇଥାଏ ।

୯- ପୂଜା କାମରେ ଫୁଲର ବ୍ୟବହାର କରିଲେ ସୁନ୍ଦରତା ଅନୁଭବ ହେବା ସହ ଶୁଭ ଓ ମଙ୍ଗଳକାରୀ ହୋଇଥାଏ ।

୧୦- ପୂଜା ସମୟରେ ଅକ୍ଷତର ବ୍ୟବହାର କରିଲେ ଶୁଭ ହୋଇଥାଏ । ଏଥିରେ ଗୋଟା ଚାଉଳ ଓ ହଳଦିଆ ମିସାଇଲେ ମଙ୍ଗଳକାରୀ ହୋଇଥାଏ ।

୧୧- ଠାକୁର ଘରେ ଚନ୍ଦନ ଘୋରି ରଖିଲେ ଏହାର ସୁଗନ୍ଧ ଦ୍ଵାରା ମନରୁ ନେଗେଟିଭ ବିଚାର ଦୂର ହୋଇଥାଏ ଏବଂ ମଠାରେ ଲଗାଇଲେ ସାନ୍ତ ସ୍ଵଭାବ ପ୍ରାପ୍ତ ହୋଇଥାଏ ।

୧୨- ଠାକୁର ଘରେ ପଞ୍ଚାମୃତ ବ୍ୟବହାର  କରିଲେ ରୋଗ ନିବାରକ ହୋଇଥାଏ । କ୍ଷୀର, ଦହି, ମହୁ, ଘିଅ, ମିଶ୍ରିକୁ ମିଶ୍ରଣ କରି ପଞ୍ଚାମୃତ ପ୍ରସ୍ତୁତ କରାଯାଏ ।

୧୩- ପୂଜା ଘରେ ତମ୍ବା ପାତ୍ରରେ ଜଳ ଭରି ତୁଳସୀ ପତ୍ର ପକାଇ ରଖିଲେ ଶୁଭ ହେବା ସହ ଦୁଇ ଗୁଣା ଫଳ ପ୍ରାପ୍ତି ହୋଇଥାଏ ।

୧୪- ଠାକୁର ଘରେ ଶିବଲିଙ୍ଗ ରଖିବା ଉଚିତ । ଏହି ଶିବଙ୍କ ଜ୍ଯୋତି ହୋଇଥାଏ ଓ ଏହା ଶୁଭ ଓ ମଙ୍ଗଳକାରୀ ହୋଇଥାଏ ।

୧୫- ଯେଉଁ ଲୋକଙ୍କ ହାତ ରେଖା ରେ ତ୍ରିଶୂଳ ଚିହ୍ନ ରହିଥାଏ ତାହା ଶୁଭପ୍ରଦ ହେବା ସହ ସରକାରି ଚାକିରି ପ୍ରାପ୍ତ ହୋଇଥାଏ । ଏହା ସହ ଉଚ୍ଚ ପଦବୀ ପ୍ରାପ୍ତ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *