ବାଲ୍ୟ ବିବାହ ଏକ ବଡ ଅପରାଧ ବୋଲି ଆମେ ସମସ୍ତେ ଜାଣିଛେ । କିନ୍ତୁ ଆଜି ବି କେଉଁଠି ନା କେଉଁଠି ଏହି ପରମ୍ପରା ରହିଛି ଓ କୁନି କୁନି ଝିଅ ମାନଙ୍କୁ ଏହାର ଶିକାର ହେବାକୁ ପଡୁଛି । ତେବେ ଏହି ସମ୍ବନ୍ଧରେ ଏବେ ଏକ ନୂଆ ଖବର ସାମ୍ନାକୁ ଆସିଛି ଯେ ଯଦି କୌଣସି ଜାଗାରେ ବଳୟା ବିବାହ ହେଉଛି ତ ସେଥିରେ ଯୋଗ ଦେବା ସମସ୍ତ ବ୍ୟକ୍ତିଙ୍କୁ ହାତକଡି ପଡିବ । ଯେମିତି କି ପୁରୋହିତ, ମଣ୍ଡପ ମାଲିକ, ବ୍ୟାଣ୍ଡବଜା ବାଲା ଆଦି ସମସ୍ତଙ୍କୁ ଜେଲର ପବନ ଖାଇବାକୁ ପଡିବ ।
ବାଲ୍ୟ ବିବାହ ଆଇନ ସମ୍ମତ ନୁହେଁ, 18ବ ବର୍ଷରୁ କମ ଝିଅ ଓ 21 ବର୍ଷ ରୁ କମ ପୁଅ ମାନଙ୍କୁ ବିବାହ ବନ୍ଧନରେ ବାନ୍ଧି ସଂସାରର ବୋଝ ତଳେ ଚାପିବା ଏକ ଅପରାଧ ଅଟେ । ତେବେ ଯଦି ଆପଣମାନେ ଜାଣି ନାହାନ୍ତି ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ଏହି ଆଇନ 2006 ମସିହାରୁ ଲାଗୁ କରା ଯାଇଛି । କିନ୍ତୁ ଏହି ଆଇନକୁ କଡା କଡି ପାଳନ କରିବା ପାଇଁ ଅନୁଗୁଳ ଜିଲ୍ଲାପାଳ ସୋମବାର ଦିନ ଜିଲ୍ଲାର ସବୁ ସରପଞ୍ଚମାନଙ୍କୁ ଚିଠି ଲେଖିଛନ୍ତି ।
ସେ କହିଛନ୍ତି କି ଗୋଟେ ବାଲ୍ୟ ବିବାହ ପାଇଁ ଯେତିକି ସେହି ପିଲାଙ୍କ ବାପା ମା ଦାଇ ସେତିକି ସେମାନଙ୍କ ବିବାହ କରାଉଥିବା ପୁରୋହିତ ମଧ୍ୟ ଦାୟୀ । ସେଥିପାଇଁ ବିବାହ ଆଗରୁ ପୁରୋହିତ ମାନେ ସେହି ବାର କନ୍ୟାଙ୍କ ବୟସ ନିଶ୍ଚୟ ବୁଝନ୍ତୁ । ବେଦିରେ ବସିବା ଆଗରୁ ବାର କନ୍ୟାଙ୍କ ବସ କେତେ ଏହା ଜାଣିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।
କେବଳ ପୁରୋହିତ ନୁହେଁ ବରଂ ବିବାହରେ ଭାଗୀଦାର ଥିବା ଅନ୍ୟ ସମସ୍ତ ସଂସ୍ଥା ଯେମିତିକି ମଣ୍ଡପ ମାଲିକ, ବରର୍ଯାତରୀ ମାନଙ୍କ ପାଇଁ ଠିକ ହୋଇଥିବା ଗାଡିର ମାଲିକ, ବ୍ୟାଣ୍ଡବାଜାର ମାଲିକ ଆଦୀଙ୍କୁ ବି ଜିଲ୍ଲାପାଳ ଚିଠି ଦେଇ ଏହି ବିଷୟରେ ସଚେତନ କରାଇ ଛନ୍ତି । ତେବେ 15 ବର୍ଷ ତଳୁ ଯଦି ଓ ଏହି ଆଇନ ଲାଗୁ ହୋଇଛି ତଥାପି କିଛି ଗାଁ ଗଣ୍ଡାରେ ଏହାର ଅନୁପାଳନ ହେଉ ନାହିଁ । ଯାହା ଫଳରେ ଗତ 2 ମାସ ମଧ୍ୟରେ 13ଟି ବାଲ୍ୟ ବିବାହ କଥା ପ୍ରଶାସନ ସାମ୍ନାକୁ ଆସିଛି ।
ବହୁତ ପ୍ରୟାସ ପରେ ମଧ୍ୟ କେଉଁଠି ନା କେଉଁଠି ଲୁଚା ଛପାରେ ବହୁତ ନାବାଳିକାଙ୍କ ହାତଗଣ୍ଠି ପଡିଛି । ତେବେ କେବଳ ଅନୁଗୁଳ ଜିଲ୍ଲା ନୁହେଁ ରାଜ୍ୟର ଏମିତି ଅନେକ ସ୍ଥାନ ଅଛି ଯେଉଁଠି ଲୁଚାଛପାରେ ବାଲ୍ୟବିବାହ କରାଯାଉଛି । ଏହା ଉପରେ ସ୍ଥାନୀୟ ପ୍ରଶାସନ ନଜର ରଖିଲେ ଅନେକ କୁନି ପିଲାଙ୍କ ଜୀବନ ବରବାଦ ହେବାରୁ ବଞ୍ଚି ଯାଆନ୍ତା ।