ହାତ ଯୋଡି ଅନୁରୋଧ କଲେ Aparajita Mohanty, କଣ କହିଲେ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସ୍ଵାମୀ-ସ୍ତ୍ରୀ-ପ୍ରକୃତି ବିବାଦ ପରେ ଦିନକୁ ଦିନ ନୂଆ ନୂଆ କଥା ସାମନାକୁ ଆସିବାରେ ଲାଗିଛି । ଯାହାକୁ ନେଇ ସାରା ଓଡିଶାରେ ବେଶ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଥିଲା । ତେବେ ଅନେକ ବାଦ ବିବାଦ ପରେ ଏବେ ଖୁସି ର ସମୟ ଆସି ପହଞ୍ଚି ଯାଇଛି ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଙ୍କ ଜୀବନରେ ଆଉ ତାଙ୍କ ପରିବାର ଭିତରେ । ତେବେ ପୁଅ ଘରକୁ ଫେରିବା ପରେ ପରିବାର ଲୋକେ ଖୁସି ହୋଇ ଯାଇଥିଲେ । ଆଉ ସେହି ଖୁସି ରେ ଗତ କାଲି ବାବୁସାନ ଙ୍କର ଜନ୍ମ ଦିନ ମଧ୍ୟ ବେଶ ସମାରୋହରେ ସେଲିବ୍ରେସନ ହେବର ନଜର ଆସିଛି ।

ବର୍ତ୍ତମାନ ବାଧ୍ୟ ହୋଇ ଶେଷରେ ଓଲିଉଡ ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି ଗଣ ମାଧ୍ୟମ କୁ କିଛି ଅନୁରୋଧ କରି କହିଛନ୍ତି । ସେ କହିଛନ୍ତି ଆପଣ ମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣ ମାନେ ମୋ ଅସୁବିଧା ସମୟରେ ସାଥ ଦେଇଛନ୍ତି ମୋ ପାଖରେ ଆସି ଠିଆ ହୋଇଛନ୍ତି । ସାହାଜ୍ଯ ସହଯୋଗ କରି ଥିବାରୁ ସେ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

ସେଥିପାଇଁ ସେ ପୁରା ଓଡିଶା ବାସୀ ଙ୍କ ସହ ମିଡିଆ ବାଲା ଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଆଉ ଏତିକି ଅନୁରୋଧ କରିଛନ୍ତି କି ତାଙ୍କ ଘର ଆଗରେ ଯେଉଁ ଭଳି ଭାବେ ଭିଡ ଜମା ହୋଇଛି ତାହା କମ କରନ୍ତୁ । ମିଡିଆ ବାଲା ଙ୍କ ଠାରୁ ଆରମ୍ଭ କରି ବାବୁସାନ ମହାନ୍ତି ଙ୍କ ଫ୍ୟାନ୍ସ ମାନଙ୍କୁ ମଧ୍ୟ ଅପରାଜିତା ମହାନ୍ତି କହିଛନ୍ତି ଆପଣ ମାନେ ନିଜ ନିଜ ଘରକୁ ଜାଣନ୍ତୁ । କାରଣ ବର୍ତ୍ତମାନ ଉତ୍ତମ ମହାନ୍ତି ଙ୍କ ଦେହ ଭଲ ନାହି ।

ଆଉ ତାଙ୍କ ସାଙ୍ଗ ରେ ତାଙ୍କ ଘରେ ରହୁଥିବା ତାଙ୍କ ଭିଣୋଇ ଙ୍କ ଦେହ ମଧ୍ୟ ଭଲ ନାହି । ଏମିତି କି ତାଙ୍କ ଭିଣୋଇ ଜଣେ ହାର୍ଟ ରୋଗୀ କେତେବେଳେ ବି ଆମ୍ବୁଲାନ୍ସ ଡକାଇବାକୁ ପଡିପାରେ । ଯଦି ତାଙ୍କ ଘର ଆଗରେ ଏଭଳି ଗହଳି ଲାଗି ରହେ ତେବେ ଆଗକୁ ଅଧିକ ଅସୁବିଧା ହୋଇପାରେ । ତେଣୁ ଆଜିକୁ ୭-୮ ଦିନ ହୋଇ ଗଲାଣି ସମସ୍ତରେ ତାଙ୍କର ଦୁଖ ସମୟରେ ଛିଡା ହୋଇଛନ୍ତି ତେଣୁ ବର୍ତ୍ତମାନ ନିଜ ନିଜ ଘରକୁ ଯାଆନ୍ତୁ ବୋଲି ଅପରାଜିତା ଗଣ ମାଧ୍ୟମ ଆଗରେ ଅନୁରୋଧ କରିଛନ୍ତି ।

ଘର ଆଗରେ ଲୋକଙ୍କ ଗହଳି ହେବ ଯୋଗୁଁ ସେମାନେ ଘର ବାହାରକୁ ବାହାରିବା ତ ଦୂରର କଥା ଘରର ଝରକା କବାଟ ମଧ୍ୟ ଖୋଲି ପାରୁ ନାହାନ୍ତି । ଯାହା ପାଇଁ ସେମାନେ ଅଣ ନିଶ୍ଵାସୀ ଅନୁଭବ କରିଲେଣି ଘରେ ରହିକି । ତେଣୁ ତାଙ୍କ ଘର ଆଗରୁ ଗହଳି ଭାଙ୍ଗିବାକୁ ସେ ଅନୁରୋଧ କରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *