ହାତର ରେଖା ଦେଖି ଏମିତି ଜାଣନ୍ତୁ ଆପଣଙ୍କର କେତୋଟି ସନ୍ତାନ ହେବ ? Hasta Rekha

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଆପଣଙ୍କ ହାତ ରେଖା ଦେଖି କିପରି ଜାଣିବେ କେତୋଟି ସନ୍ତାନ ହେବାର ଅଛି ସେହି ବିଷୟାରେ ଚର୍ଚ୍ଚା କରିବାକୁ ଯାଉଛୁ । ଏଭଳି ବିଷୟ ବସ୍ତୁ ଆପଣ ମାନେ କେବେ ଜାଣି ନ ଥିବେ । ତେଣୁ ଏହା ଏକ ନୂଆ ଧାରଣର ବିଷୟ ବସ୍ତୁ ଅଟେ । ତେବେ ଆସନ୍ତୁ ଜାଣିବା ଆପଣଙ୍କ ହାତ ରେଖା ଦେଖି କେମିତି ଜାଣିବେ ଆପଣଙ୍କର କେତୋଟି ପିଲା ହେବେ ଭବିଷ୍ୟତରେ ।

ବନ୍ଧୁଗଣ ଏହି ବିଷୟରେ ଜାଣିବା ପାଇଁ ଆପଣଙ୍କୁ ଆପଣଙ୍କର ଛୋଟ ଆଙ୍ଗୁଳି ବା କାଣୀ ଆଙ୍ଗୁଳିରେ ଥିବା ତଳ ଭାଗରେ ବୁଧ ପର୍ବତକୁ ଦେଖିବାକୁ ହେବ । ଏହି ଆଙ୍ଗୁଳିରେ ଆପଣ ନିଜର ବିବାହ ବିଷୟରେ ମଧ୍ୟ ଜାଣିପାରିବେ । ବୁଧ ପର୍ବତର ରେଖାକୁ ଭର୍ଟିକାଲ ଲାଇନ୍ସ କୁହାଯାଏ । ଏହି ରେଖାରେ ଯେତୋଟି ରେଖା ରହିଥାଏ ସେତୋଟି ପିଲା ଜନ୍ମ ହେବାର ସମ୍ଭାବନା ରହିଥାଏ । ଯଦି ଆପଣଙ୍କ ହାତରେ ବହୁତ ସାରା ରେଖା ଅଛି ତେବେ ଆପଣ ଭାବିବେ କଣ ଏତେ ପିଲା ଜନ୍ମ ହେବ ?

କିନ୍ତୁ ଏହାର ପ୍ରକୃତ ଅର୍ଥ ହେଉଛି ଏହି ରେଖାର ୨ଟି ରେଖା ଲମ୍ବା ଓ ଅନ୍ୟ ସବୁ ରେଖା ଛୋଟ ହୋଇଥିଲେ ତେବେ ସମ୍ଭବ ହୋଇପାରେ କି ଆପଣଙ୍କର ଗୋଟେ ମାତ୍ର ସନ୍ତାନ ହୋଇପାରେ । ଯଦି ୧ଟି ରେଖା ଲମ୍ବା, ପରେ ୨ଟି ରେକହ ଛୋଟ ଓ ଆଉ ଗୋଟେ ଲମ୍ବା ରେଖା ଥାଏ ତେବେ ଜାଣିବେ ଆପଣଙ୍କର ପ୍ରଥମ ସନ୍ତାନ ଯଦି ହୋଇପାରେ । ଆଉ ଗୋଟେ ସନ୍ତାନ ପାଇଁ ସମୟ ଲାଗିପାରେ । ଏହା ବ୍ଯତୀତ ଆପଣଙ୍କ ଜୀବନରେ କିଛି ସମସ୍ଯା ଆସିପାରେ । ଯଦି ଏଠାରେ ୨ଟି ରେଖା ଥିବ ତେବେ ୨ଟି ସନ୍ତାନ ହୋଇପାରେ ।

ଯଦି ଆପଣଙ୍କ ହାତରେ ମଣି ବନ୍ଧ ବା ଯାହାକୁ ରିଷ୍ଟ ବନ୍ଧନ ମଧ୍ୟ କୁହାଯାଏ ଆଉ ସେଠାରେ ଯଦି ୩ଟି ରେଖାରୁ ଅଧିକ ହୋଇପାରେ । କିନ୍ତୁ ଯଦି ଦୋଷ ମୁକ୍ତ ରେଖା ରହିଥାଏ ଏକରୁ ଅଧିକ କିମ୍ବା ୩ ହେଲେ ବହୁତ ଭଲ ହୋଇଥାଏ । କିନ୍ତୁ ୨ଟି ରେଖା ରହିଆ ନିହାତି ଜରୁରି ଅଟେ । ଯେମିତି ଏହି ରେଖା ଭାଙ୍ଗି ନ ଥିବ ପୁରା ସିଧା ଥିବା । ତେବେ ଏହି କ୍ଷେତ୍ରରେ ଆପଣଙ୍କ ସନ୍ତାନ ଙ୍କ ପ୍ରତି ଆପଣଙ୍କର ସମ୍ପର୍କ ମଜବୁତ ହେବାର ସୂଚନା ଦେଇଥାଏ । ଆପଣଙ୍କ ସନ୍ତାନ ଆପଣଙ୍କୁ ବହୁତ ପ୍ରେମ ଓ ସମ୍ମାନ ମଧ୍ୟ ଦେବେ ।

ଯଦି ଆପଣଙ୍କର ରେଖା ଭାଙ୍ଗୁଛି କିମ୍ବା ଉପରକୁ ଯାଉଛି ତେବେ ଆପଣଙ୍କୁ ନିଜ ପିଲାଙ୍କ ସହ ସାବଧାନ ରହିବାର ଅଛି । ଆପଣଙ୍କୁ ଅଧିକ କେୟାର କରିବାକୁ ପଡିବ । ହୋଇପାରେ କୌଣସି ବିଚାରକୁ ନେଇ ମତଭେଦ ହୋଇପାରେ । ଏମିତି ହୋଇପାରେ ଭବିଷ୍ୟତରେ ଆପଣ ନିଜ ପିଲାଙ୍କୁ ନେଇ ଚିନ୍ତା ରେ ରହିବେ । ଏମିତି ମଧ୍ୟ ହୋଇପାରେ ଆପଣଙ୍କର ଅଧିକ ଭଲ ପାଇବା କାରଣରୁ ସନ୍ତାନ ଭବିଷ୍ୟତରେ ବିଗିଡି ଯାଇ ପାରନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *