ବନ୍ଧୁଗଣ ମାତ୍ର 12 ଦିନ ତଳେ ବାହାଘର ହୋଇଥିଲା । କାନ୍ଥରେ ଅଙ୍କା ଯାଇଥିବା ଶୁଭ ବିବାହର ଚିତ୍ର ଦାଉ ଦାଉ ହୋଇ ଜଳୁଛି । ଘର ଦୁଆରେ ଲାଗିଥିବା ୱେଡିଙ୍ଗ ପୋଷ୍ଟର ଏବେ ବି ଅଛି । ନୂଆ ଜୀବନ ସହ ସଂସାର କରିବାକୁ ବାପା-ମା ଙ୍କୁ ସବୁ ଦିନ ପାଇଁ ଛାଡି ଶାଶୁଘରକୁ ଆସିଥିଲା ଝିଅ । ମନରେ କେତେ କଣ ସ୍ଵପ୍ନ ଥିଲା କେତେ ଆଶା ବି ଥିଲା । ହେଲେ ସବୁ କିଛି ସରିଗଲା ।

12 ଦିନ ପୂର୍ବରୁ ବେଡିଆରେ ଏମିତି ହାତ ଗଣ୍ଠି ପଡିଥିଲା ଆଉ ଏବେ ପ୍ରସ୍ତୁତ ହେଉଛି ଜୁ-ଇ । ଶାଶୁଘରକୁ ଆସିଥିଲା ସ୍ଵପ୍ନ ନେଇ ହେଲେ ସବୁ କିଛି ଚୁରମାର ହୋଇଗଲା । 12 ଦିନ ତଳେ ଯେଉଁ ଘରକୁ ସବାରି ଯାଇଥିଲା ଆଜି ସେଇ ଘରୁ ଉଠିଲା କୋ-କେ-ଇ । ସଂସାର ଗଢିବା ଆଗରୁ ଯୌତୁକ ପାଇଁ ଶାଶୁଘର ଲୋକେ ନବ ବଧୁ ଙ୍କୁ ମା-ରି ଦେଇଥିବା ଭଳି ସ-ଙ୍ଗି-ନ ଓ ସାଂ-ଘା-ତି-କ ଅ-ଭି-ଯୋ-ଗ ହୋଇଛି ।
କଟକ ନରସିଂହପୁର ନିମ ସାହି ରେ ଘଟିଛି ଏମିତି ଅଭାବନୀୟ ଘଟଣା । ଆଉ ମୃ-ତ ନବ ବଧୁ ଜଣକ ହେଉଛନ୍ତି ମିନାକ୍ଷୀ ନାୟକ । ମିନାକ୍ଷୀ ବାପି ନାୟକ ଙ୍କୁ ଗତ 12 ଦିନ ତଳେ ବୈଦିକ ରୀତିନିତି ରେ ବିବାହ କରିଥିଲେ । ବିବାହ ପରେ ମିନାକ୍ଷୀ ଙ୍କ ସଂସାର ଠିକ ଭାବେ ଚାଲିଥିଲା । ହେଲେ ଅଧ ରାତିରେ ଶାଶୁଘର ପକ୍ଷରୁ ବାପା ଘରକୁ ଯାଇଥିଲା ଫୋନ । ଆଉ କୁହା ଯାଇଥିଲା କି ତୁମ ଝିଅ ର ମୃ-ତ୍ୟୁ ହୋଇଛି ।

ବାସ ଏତିକି କଥା ଶୁଣିବା ପରେ ରାତି ଅଧରେ ଶାଶୁଘରେ ପହଞ୍ଚି ଥିଲେ ବାପ ଘରର ଲୋକେ । ଆଉ ଖଟରେ ଏମିତି ସୋଇଥିଲା ଝିଅ । କାନ୍ଦି କାନ୍ଦି ଝିଅ ପାଖରେ ମା ମୁଣ୍ଡ ବାଡେଇ ଦେଲା । ହେଲେ ଝିଅ ଉଠିଲା ନାହି । ଏବେ ଉଠିଲା ନାହି କି ଆଉ କେବେ ଉଠିବ ନାହି । ତେବେ ଶାଶୁଘର ଲୋକ ହିଁ ଝିଅ କୁ ମା-ରି ଦେବାର ଅ-ଭି-ଯୋ-ଗ ଆଣିଛନ୍ତି ବାପଘର ଲୋକେ ।
ବାପଘର ଲୋକେ ଅ-ଭି-ଯୋ-ଗ ଆଣିଛନ୍ତି ତାହା ନୁହେଁ ବରଂ ଏ ନେଇ ଥାନା ରେ ମାମଲା ରୁଜୁ ହୋଇଛି । ସ୍ଵାମୀ ବାପି ନାୟକ, ଶ୍ଵଶୁର ଲୋକନାଥ ନାୟକ ଓ ଶାଶୁ ସାବିତ୍ରୀ ନାୟକ ଏବେ ଥାନା ରେ ଅଟକ ରଖି ପଚରା ଉଚରା କରୁଛି ଅଲିସ । ବାହାଘର ମାତ୍ର 12 ଦିନ ପରେ କେମିତି ମିନାକ୍ଷୀ ପ୍ରା-ଣ ହ-ରା-ଇ-ଲେ ତାହାକୁ ନେଇ ସନ୍ଦେହ ହେବ ସହ ଝିଅ କୁ ହରାଇ ଧର୍ଯ୍ୟ ହରା ହୋଇ ପଡିଛନ୍ତି ବାପା-ମା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।
