ହେ ଭଗବାନ ! ଏଭଳି ନୃଶଂସ ପୁଅ କାହାକୁ ବି ନ ଦିଅ… ଦୁଇ ଦୁଇଟି ପୁଆ ଥାଉ ଥାଉ ମଶାଣିରେ ରାତି କାଟୁଛି ରୋଗିଣୀ ମା’, ସମ୍ପୂର୍ଣ୍ଣ ଘଟଣା ଯାନୀ ଆପଣ ହି କାନ୍ଦି ପକାଇବେ

ନମସ୍କାର ବନ୍ଧୁଗଣ, ପୁଅ ଜନ୍ମ କରିଥିଲେ କିନ୍ତୁ ଆଜି ସେହି ପୁଅ ଆମ କୁ ଜିଅନ୍ତା ମଶାଣିରେ ଛାଡି ଯାଇଛି । ଦୋଷ କେବଳ ଏତିକି ଥିଲା ମା ର ଗୋଡରେ ଘା ହେଲା ଆଉ ସେହି ଘା କାରଣରୁ ସେଥିରେ ରୋଗପୋକ ଲାଗିଗଲା । ଯାହା ପାଇଁ ସହାୟ ପଡିସା ଗାଁ ଲୋକେ ଟାହି ଟାପରା କରିଲେ । ରୋଗିଣା ବୁଢୀ ମା ଙ୍କୁ ଆଣି ଶେଷରେ ପୁଅ ବନ୍ୟା ସମୟରେ ମଶାଣିରେ ଶୁଆଇଦେଲା । ଭୋକ ଉପାସରେ ଅନ୍ଧାର ରାତିରେ ଡର ଲାଗୁଛି କିଛି ଖାଇନି ବାବୁ ଏମିତି କହୁଛି ବୁଢୀ ମା । ମହାନଦୀ ପାଣି ଆସି ମସାଣିରେ ଲାଗିଛି ଆଉ ସେଠାରେ ଜରିପାଲ ପଡିଛି ଆଉ ମସାଣିର ଦର ପୋଡା କାଠ ମଧ୍ୟ ପଡିଛି ।

ତା ଭିତରେ ଭଙ୍ଗା ଖଟିଆରେ ସୋଇଛି ରୋଗିଣା ମା । କୀଟ କୀଟ ଅନ୍ଧାର ଭିତରେ ନିରୀହ ମା ଜୀବନର ଭିକ ମାଗୁଛି କହିଲେ କିଛି ଭୁଲ ହେବ ନାହି । ପାଖରେ ବୋତଲ ଅଛି କିନ୍ତୁ ପିଇବାକୁ ପଣି ଟୋପେ ନାହି । ସେତେବେଳେ କେହି ଜଣେ ପାଲକୁ ମଶାଣିର ଡର ପୋଡା କାଠରେ ବୁଜି ଦେଇଛି । ମୃତ୍ୟୁ ଆଗରୁ ଏମିତି ଅବସ୍ଥା ନ କହିଲେ ସରେ ।

ସୂଚନା ଅନୁଯାୟୀ ରୋଗିଣା ମା ର କିଛି ବର୍ଷ ତଳେ ଗୋଡରେ ଘା ହେଲା କିନ୍ତୁ ଚିକିତ୍ସା ପରେ ବି ଭଲ ହେଲା ନାହି । ଦିନକୁ ଦିନ ବଢି ଚାଲିଲା । ଚିକିତ୍ସା ପାଇଁ ଅର୍ଥ ଅଭାବରୁ ଦୁଇ ଭେଣ୍ଡିଆ ପୁଅ ମା କୁ ଘରେ ପକାଇ ରଖିଲେ । ଧୀରେ ଧୀରେ ଅବସ୍ଥା ବିଗିଡିବାରେ ଲାଗିଲା ।

କଥା ଯେବେ ପ୍ରଘଟ ହେଲା ଗାଁ ଲୋକେ କହିଲେ ଆଗ ଘରୁ ବାହାର କର ନ ହେଲେ ନିଜେ ଗାଁରୁ ବାହାର କର ପୁରା ପରିବାରକୁ ସମାଜରେ ବାସନ୍ଦ କରାଯିବ । ଜାତିର ଏମିତି ଧମକ ଆଗରେ ଦୁଇ ପୁଅ ହାର ମାନିଲେ । ସମାଜର ଅକୁହା କଥା ଶୁଣିବା ପରେ ଦୁଇ ପୁଅ ମା କୁ ଆଣି ମଶାଣିରେ ଶୁଆଇ ଦେଇ ଚାଲିଗଲେ । ଏହି ଘଟଣା ବାବଦରେ ଭିଡିଓ କୁ କୁହାଯିବା ପରେ ସେ କହିଥିଲେ କିଛି ଜାଣି ନାହାନ୍ତି ।

ତଥାପି ବିଡିଓ ଚିକିତ୍ସା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏହି ଘଟଣା କେବଳ ଆମକୁ ନୁହେଁ ଅନେକଙ୍କୁ ବ୍ୟଥିତ କରିଛି । ଆଧୁନିକ ଯୁଗରେ ମଣିଷ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବିକଶିତ ହେଲେ ବି ଅନ୍ଧବିଶ୍ଵାସ ଆଗରେ ହାର ମାଣିଛି ଏହି ପରିବାର । ସତରେ ମଣିଷ କେତେ ନିର୍ଦ୍ଦଯ ହୋଇପାରେ ତାହା ରୋଗିଣା ମା କୁ ଦେଖିଲେ ଜଣାପଡୁଛି ।

ସାମାନ୍ଯ ଅନ୍ଧବିଶ୍ବାସରେ ବସବର୍ତ୍ତୀ ହୋଇ ଜନ୍ମ କରିଥିବା ମା କୁ ମସାଣି ଫୋପାଡି ଦେବା ପାଇଁ ବାଧ୍ୟ କରିଲେ ଦୁଇ ପୁଅକୁ ଆମ ଏ ସାମାଜର ଲୋକେ । ସାମାଜିକ ବାସନ୍ଦ ଭୟରେ ବୃଦ୍ଧାଙ୍କୁ ମହାନଦୀ କୂଳରେ ମଶାଣିରେ ଛଡାଯିବା ଘଟଣାକୁ ନେଇ ପ୍ରଶାସନ ତରଫରୁ ତାଙ୍କୁ ଉଧାର କରାଯାଏ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ମେଡିକଳରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ରୋଗିଣୀ ମା ଚଞ୍ଚଳା ।  ବନ୍ଧୁଗଣ ଆପଣଙ୍କର ଏହି ଘଟନା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *