ବନ୍ଧୁଗଣ ମୃତ୍ୟୁ କଣ ଏମିତି ଆସେ ଆପଣ ଏହି ପ୍ରଶ୍ନ ଶୁଣିବା ପରେ ଆଶ୍ଚର୍ଯ୍ୟ ହେଉଥିବେ ଆଉ କହିବେ ଏମିତି ପ୍ରଶ୍ନ କଣ ପଚରାଯାଏ ? କାରଣ ସ୍ଟେଜ ଉପରେ ଚାଲିଥିଲା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ । ଆଉ ମଞ୍ଚରେ ଅକ୍ଷୟ ମାହାନ୍ତିଙ୍କ ଯାଯାବର ଗୀତ ଗାଉଥିଲେ କଣ୍ଠଶିଳ୍ପୀ ମୁରଲୀ ମହାପାତ୍ର । କିନ୍ତୁ ନିଜର ଅସୁସ୍ଥ କଥା ଦର୍ଶକଙ୍କୁ କିଛି ସମୟ ପାଇଁ କହିଥିଲେ । ଦର୍ଶକଙ୍କୁ ଦେଖି ଦେଖି ଯାଯାବର ଗୀତ ଗାଉ ଗାଉ ପ୍ରାଣ ହରାଇଲେ ମୁରଲୀ । ହଠାତ କିଛି ବୁଝିବା ପୂର୍ବରୁ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ।
କହିବାକୁ ଗଲେ ସାଂସ୍କୃତିକ କାର୍ଯ୍ୟ କ୍ରମରେ ଗାଉଥିବା ଯାଯାବର ଗୀତ ଦର୍ଶକ ଙ୍କ ଆଗରେ ଶେଷ ଗୀତ ହୋଇଗଲା ମୁରଲିଙ୍କର । ଆଉ ଏମିତି ହୃଦୟ ବିଦାରକ ଘଟଣା ଘଟିଛି ଜଯପୁର ସହର ରେ । ସ୍ଥାନୀୟ ଅଂଚଳ ରେ ଅକ୍ଷୟ ମହାନ୍ତି ଭାବେ ପରିଚିତ ହୃଦ ଘାତ ରେ ହୋଇଥିବା ମୃତ୍ୟୁ କୁ ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି । କିନ୍ତୁ ସତ କଥା ହେଲା ମୁରଲୀ ଆଉ ଆମ ଗହଣରେ ନାହାନ୍ତି । ଦଶହରା ପାଇଁ ଗାଁ ଠାରୁ ସହର ସବୁ ଆଡେ ଉଶ୍ଚବ ମୁଖର ପରିବେଶ ।
ପୂଜା ଅବସରରେ ଜୟପୁର ସହରର ରାଜନଗର ଠାରେ ଜୟପୂର କଳାକାର ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟ କ୍ରମ ପରିବେଷଣ ଚାଲିଥିଲା । ଆଉ କଣ୍ଠ ଶିଳ୍ପୀ ମୁରଲୀ ମହାପତ୍ର ସ୍ଟେଜ ରେ ଗୀତ ଗାଇବାକୁ ଆସିବା ପୂର୍ବରୁ ନିଜେ ସୁସ୍ଥ ନ ଥିବା କହି ଗୀତ ଗାଇବାରେ ଭୁଲ ହୋଇଥିଲେ କ୍ଷମା କରିବେ ବୋଲି ଦର୍ଶକ କୁ କହିଥିଲେ । କିନ୍ତୁ ସେ ଅସୁସ୍ଥ ଥିଲେ ମଧ୍ୟ ଅକ୍ଷୟ ମହାନ୍ତି ଙ୍କ ଯାଯାବର ଗୀତ ର ଏ ଝୁମିଥିଲେ ମୁରଲୀ । ହେଲେ ଗୀତ ଗାଉ ଗାଉ ହଠାତ ଅସୁସ୍ଥ ଅଧିକ ଅନୁଭବ କରିବାରୁ ଚେୟାର ଉପରେ ବସି ପଡିଥିଲେ ମୁରଲୀ ।
ଆଉ ଏତିକି ବେଳେ ତାଙ୍କର ପ୍ରାଣ ବାୟୁ ଉଡି ଯାଇଥିବା କଥା କୁହା ଯାଇକି । ତେବେ ମଞ୍ଚ ଉପରୁ ତାଙ୍କୁ ସାଙ୍ଗେ ସାଙ୍ଗେ ମେଡିକାଲରେ ଭର୍ତ୍ତି କରାଯିବା କଥା କୁହା ଯାଇଛି । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ । ଆଉ ମୃତ୍ୟୁ କଣ ଏମିତି ଆସେ ବୋଲି ପ୍ରଶ୍ନ କରିଥିଲେ ।
କିନ୍ତୁ ସତ କଥା ହେଲା ମୃତ୍ୟୁ କେତେବେଳେ ଆସିବ ତାହା କେହି କହି ପାରିବେ ନାହି ଯାହା ଏହି ଘଟଣା ରୁ ଜଣା ପଡିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।