ହେ…ହେ… କହୁ କହୁ…ହଠାତ ଭୁସୁଡି ପଡିଲା 3 ମହଲା କୋଠା, ଦେଖନ୍ତୁ Live Video

ମହାରାଷ୍ଟ୍ର ଜଳଗାଓଁ ଜିଲ୍ଲାର ପଚୋରାରେ ରାତି ଅଧରେ ଗୋଟିଏ ୩ ମହଲା ଘର କିଛି ସେକନ୍ଡ ମଧ୍ୟରେ ଭାଙ୍ଗି ପୂରାପୂରି ମାଟିରେ ମିସିଗଲା । ସବୁଠୁ ଭଲ କଥା ହେଉଛି କି ଏଥିରେ ରହୁଥିବା ଲୋକମାନେ ସଠିକ ସମୟରେ ଏହି ବିଲଡିଙ୍ଗ କମଜୋର ଅଛି ବୋଲି ଜାଣି ଯାଇଥିଲେ, ସେଥିପାଇଁ ସେମାନେ ଏହି ବିଲଡିଙ୍ଗ ଖାଲି କରି ଦେଇଥିଲେ । ସେଥିପାଇଁ ଏହି ବିଲଡିଙ୍ଗ ଭାଙ୍ଗିବା କାରଣରୁ କାହାକୁ ବି ଆଘାତ ଲାଗି ନାହିଁ ।

କହିବାକୁ ଗଲେ ଏହି ବିଲିଡିଙ୍ଗ ଭାଙ୍ଗିବାର ସମ୍ପୂର୍ଣ ଏକ ଭିଡିଓ ବର୍ତ୍ତମାନ ବହୁତ ଭାଇରାଲ ହେଉଛି । ଯେଉଁଥିରେ ପୁରା ଘରଟି ଭାଙ୍ଗି ତଳେ ପଡି ଯାଉଥିବାର ନଜର ଆସୁଛି । ଏହି ମାମଲାରେ ସବୁଠୁ ଖାସ କଥା ହେଉଛି କି ଏହି ବିଲଡିଙ୍ଗକୁ କେବଳ ୫ ବର୍ଷ ତଳେ ତିଆରି କରାଯାଇ ଥିଲା ।

ପୋଲିସଙ୍କ ଅନୁସାରେ ଘର ନିର୍ମାଣ କରିବା ସମୟରେ ଏଥିରେ କିଛି ଭୁଲ ରହିଯାଇଥିଲା । ଯେଉଁ କାରଣରୁ ଲଗାତାର ଏହା ଗୋଟିଏ ଆଡକୁ ନଇଁ ଯାଉଥିଲା । ଦୁଇ ମାସ ପୁର୍ବରେ ଏହି ଘର ଭିତରର କେତେକ କାନ୍ଥରେ ଫାଟ ଆସି ଯାଇ ଥିଲା, ଏହା ସତ୍ବେ ବି ଏହି ବିଲଡିଙ୍ଗରେ କିଛି ପରିବାର ରହୁଥିଲେ । ଏହାକୁ ତିଆରି କରିଥିବା ସାଜେଦାବୀ ଶେଖ ଖଲ୍ଲୀ କହିଲେ କି ସେ ଏହି ଘରର ନିର୍ମାଣ ଲୋକମାନଙ୍କୁ ଭଡାରେ ଦେବା ପାଇଁ କରିଥିଲେ ।

କିନ୍ତୁ ଲଗାତାର ବର୍ଷା କାରଣରୁ ଘରର କାନ୍ଥ ଗୁଡିକରେ ଫାଟ ଆସି ଯାଇଥିଲା । ସେଥିପାଇଁ ଏଠି ରହୁଥିବା ଲୋକମାନଙ୍କୁ ମୁଁ ଦୁଇ ମାସ ପୂର୍ବରୁ ହିଁ ଏହି ଘରକୁ ଖାଲି କରି ଦେବା ପାଇଁ କହିଥିଲି । ସେମାନେ ଧୀରେ ଧୀରେ ଏହାକୁ ଖାଲି ବି କରୁଥିଲେ । ସୋମବାର ଦିନ ଅଳ୍ପ ବର୍ଷା କାରଣରୁ ଏହି ବିଲଡିଙ୍ଗ କିଛି ମୁହୂର୍ତ ମଧ୍ୟରେ ତଳେ ଭାଙ୍ଗି ପଡିଗଲା । ସୋଭାଗ୍ୟ ବଶତଃ ସେହି ସ୍ମାୟରେ କେହି ବି ଏହି ଘରେ ନ ଥିଲେ ।

ଏହି ଭିଡିଓ ଦେଖିଲେ ଆପଣମାନେ ଜାଣି ପାରିବେ କି ଘରର କେତେ କମଜୋର ହୋଇ ଯାଇଥିଲା । କହିବାକୁ ଗଲେ ଏଥିରେ ଘର ତିଆରି କରିଥିବା ମିସ୍ତ୍ରୀର ଭୁଲ ନା ଇଞ୍ଜିନିୟର । ଏହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । କିନ୍ତୁ ଏହିଭଳି ଭୁଲ ପ୍ରାୟତଃ ସାମ୍ନାକୁ ଆସୁଥାଏ ।

ଯେଉଁଠି ବେଳେ ବେଳେ ଏହିଭଳି ଦୁର୍ଘଟଣାର ଶିକାର ସାଧାରଣ ଲୋକମାନେ ବି ହୋଇଥାନ୍ତି । ଯାହାକି ବହୁତ ଭୟଙ୍କର ହୋଇଥାଏ । ସେଥିପାଇଁ ଘର ତିଆରି କରିବା ସମୟରେ ସବୁବେଳେ ସବୁ ଜିନିଷର ଧ୍ୟାନ ରଖନ୍ତୁ ।

Leave a Reply

Your email address will not be published. Required fields are marked *