ଆପଣ ମାନେ ସମସ୍ତେ ବାଦାମ ବିଷୟରେ ବହୁତ କଥା ଜାଣିଥିବେ ଯେ ବାଦାମ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ଅଟେ । ବାଦାମରେ ବହୁତ ପ୍ରକାର ପ୍ରୋଟିନ ହୋଇଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ । ବହୁତ ଲୋକଙ୍କୁ ସ୍ମରଣ ଶକ୍ତି ପାଇଁ ମଧ୍ୟ ଡକ୍ଟର ପିସ୍ତା ବାଦାମ ଖାଇବା ପାଇଁ କହିଥାନ୍ତି ଏହା ଛଡା ପିସ୍ତା ବାଦାମ ଏମିତି ଗୋଟେ ବାଦାମ ଯାହାକୁ ଆପଣ ଚାହିଁଲେ ୨ ବର୍ଷ ପର୍ଯ୍ୟନ୍ତ ମଧ୍ୟ ଷ୍ଟୋର କରି ରଖି ପାରନ୍ତି ଏହା ଖରା[ପ ହବ ନାହିଁ ।
ପିସ୍ତା ବାଦାମ ଖାଇବାର ସଠିକ ସମୟ ସକାଳ ଖାଲି ପେଟରେ ହୋଇଥାଏ କାହିଁକିନା ଖାଲି ପେଟରେ ଏହା ବହୁତ ଲାଭକାରୀ ହୋଇଥାଏ କିନ୍ତୁ ସ୍ୱାସ୍ଥ୍ୟ ଅନୁଯାଇ ଆପଣଙ୍କୁ କେଉଁ କାରଣ ପାଇଁ ପିସ୍ତା ବାଦାମ ସେବନ କରିବାର ଅଛି ଏହି କାରଣ ଉପରେ ଆପଣଙ୍କ ସମୟ ମଧ୍ୟ ନିର୍ଭର କରିଥାଏ । ଯଦି ଆପଣ ଓଜନ ବଢେଇବା ପାଇଁ ଏହାର ସେବନ କରିବା ପାଇଁ ଚାହାନ୍ତି ତେବେ ସକାଳ ଜଳିକ୍ଷା ଆଗରୁ ଆପଣଙ୍କୁ ରାତିରେ ପାଣିରେ ଭେଦେଇ ଥିବା ବାଦାମ ସେବନ କରିବା ଉଚିତ କାହିଁକିନା ପିସ୍ତା ବାଦାମରେ ଫାଇବର ବହୁତ ମାତ୍ରାରେ ରହିଥାଏ ଯାହା ଆମ ଶରୀର ପାଇଁ ବହୁତ ଲାଭକାରୀ ଅଟେ ।

ଯେଉଁ ଲୋକମାନେ ଯୋଗା ବା ଜିମ ଯାଇଥାନ୍ତି ତାଙ୍କ ପାଇଁ ପିସ୍ତା ବାଦାମ ସେବନ କରିବାର ସଠିକ ସମୟ ଏକ୍ସରସାଇଜ ୩୦ ମିନିଟ ଆଗରୁ ହୋଇଥାଏ । ଆପଣଙ୍କୁ ରାତିରେ ୪ରୁ ୫ଟି ପିସ୍ତା ବାଦାମ ପାଣିରେ ଭେଦେଇବାର ଅଛି ତା ପରେ ସକାଳେ ଉଠି ନିଜ କାମ ସାରି ଯୋଗା କରିବାର ୩୦ ମିନିଟ ଆଗରୁ ବାଦାମ ସେବନ କରନ୍ତୁ ଦେଖିବେ ଆପଣଙ୍କ ଯୋଗା ବା ଜିମ ବହୁତ ଲାଭକାରୀ ରହିବ ଆପଣଙ୍କ ପାଇଁ ।

ଯଦି ଆପଣଙ୍କୁ ନିଦ ଆସୁ ନାହିଁ ତେବେ ଏହା ମଧ୍ୟ ଆପଣଙ୍କ ପାଇଁ ବହୁତ ଲାଭକାରୀ କିନ୍ତୁ ଏହା ପାଇଁ ଆପଣଙ୍କୁ ବାଦାମ ରାତିରେ ଖାଇବା ଉଚିତ ଅଟେ, ଆପଣଙ୍କୁ ଅଧିକ ରାତିରେ ଏହାକୁ ସେବନ କରିବାର ନାହିଁ ଆପଣ ରାତି ଖାଇବା ଖାଇଲା ପରେ ବାଦାମ ସେବନ କରନ୍ତୁ । ବାଦାମରେ ମେଗ୍ନେସିଅମ ହୋଇଥାଏ ଯାହା ଆପଣଙ୍କୁ ଭଲ ନିଦ ଦେଇଥାନ୍ତି ।

ବାଦାମ ଖାଇବାର ସଠିକ ଉପାୟ ହେଲା ଏହାକୁ ରାତିରେ ଭେଦେଇ ରଖି ଦିଅନ୍ତୁ ଓ ସକାଳେ ଖାଲି ପେଟରେ ବାଦାମ ଚୋପା ଛଡାଇ ଏହାକୁ ସେବନ କରନ୍ତୁ, ତେବେ ଏହା ଏଥିପାଇଁ କୁହା ଯାଇଛି କାହିଁକିନା ବାଦାମ ବହୁତ ଟାଣ ହୋଇଥାଏ ଓ ବାଦାମ ଚୋପାରେ ଟେନିନ ନାମକ ଗୋଟେ ପଦାର୍ଥ ହୋଇଥାଏ ଯାହା ପେଟରେ ଗଲା ପରେ ହଜମ କରିବାରେ ବହୁତ ସମସ୍ଯା କରିଥାଏ ସେଥିପାଇଁ ଚୋପା ଛଡାଇ ଖାଇବା ଉଚିତ ଓ ଖାଲି ପେଟରେ ସେବନ କରିବା ସବୁଠାରୁ ଭଲ ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।