ହାର୍ଟ ଆଟାକ ହେବାର ସମ୍ଭାବନା କୁ ବଢାଇଥାଏ ଆପଣଙ୍କର ଏହି ସବୁ ଅଭ୍ୟାସ, ବଦଳି ଦିଅନ୍ତୁ ନଚେତ ହୋଇପାରେ …

ଆଜି କାଲି ସମସ୍ତେ ନିଜ କାର୍ଯ୍ୟ ରେ ବ୍ୟସ୍ତ ରହୁଛନ୍ତି । ଯାହା ଫଳରେ ନିଜ ଶରୀର ର ଠିକ୍ ଭାବରେ ଧ୍ୟାନ ରଖିପାରୁ ନାହାନ୍ତି । ଠିକ ସେ ନ ଶୋଇବା, ଠିକ ଟାଇମ ରେ ନଖାଇବା, ଅତ୍ୟଧିକ କାମ କରିବା, ଚିନ୍ତାଗ୍ରସ୍ତ ହେବା । ଏହି ସବୁ କାରଣ ପାଇଁ ମଣିଷ କିଛି ଖରାପ ଅଭ୍ୟାସ କରିଥାଏ । ଯାହା ଫଳରେ ସେ ସେହି କିଛି ସମୟ ର ଚିନ୍ତା ରୁ ତ ମୁକ୍ତ ହୋଇଯାଏ ହେଲେ ଭବିଷ୍ୟ ରେ ସେ ବହୁ ଅସୁବିଧା ର ସମ୍ମୁଖୀନ ହୋଇଥାଏ ।

ହୃଦୟ ବା ହାର୍ଟ ଆମ ଶରୀରର ସବୁଠୁ ଅଧିକ ଗୁରୁତ୍ଵ ପୂର୍ଣ୍ଣ ଅଙ୍ଗ । ଏହାର କାର୍ଯ୍ୟ ହେଉଛି ରକ୍ତ ସଞ୍ଚାରଣ କରିବା ।

 

ଯଦି ହାର୍ଟ ରେ କିଛି ବି ଅସୁବିଧା ହୁଏ ତ ସେ ଠିକ ଭାବରେ ଅନ୍ୟ ସବୁ ଅଙ୍ଗ ରେ ରକ୍ତ ସଞ୍ଚାରଣ କରିପାରିବ ନାହି ଯାହା ଫଳରେ ସେହି ଅଙ୍ଗ ରେ ରକ୍ତ ନ ମିଳିବାରୁ ଅଙ୍ଗ ଟି ର କୋଷ ଗୁଡିକ ମରିଯାଏ । କିଛି ଖରାପ ଅଭ୍ୟାସ ପାଇଁ ଆମ ହାର୍ଟ ଦୁର୍ବଳ ହୋଇଥାଏ ଯାହା ଫଳରେ ହାର୍ଟ ଆଟାକ ହବାର ମଧ୍ୟ ସମ୍ଭାବନା ଥାଏ ।

ଯଦି ଆପଣ ଚାହୁଛନ୍ତି ଆପଣଙ୍କ ହାର୍ଟ  ସମ୍ବନ୍ଧୀୟ କିଛି ରୋଗ ନ ହେଉ ତାହାଲେ ଆପଣଙ୍କୁ କିଛି ଖରାପ ଅଭ୍ୟାସ ଛାଡିବାକୁ ପଡିବ ଏବଂ କିଛି ଭଲ ଅଭ୍ୟାସ କୁ ମାନିକି ଚଳିବାକୁ ପଡିବ ।

୧ ଯଦି ଆପଣ ଧୂମ୍ରପାନ କରୁଛନ୍ତି, ତାହାଲେ ଛାଡିଦିଅନ୍ତୁ । ଅଧିକାଂଶ ଲୋକ ଧୂମ୍ରପାନ ପାଇଁ ନିଜ ପ୍ରାଣ ହରେଇଥାନ୍ତି । ହାର୍ଟ ଦୁର୍ବଳ ହେବା ର ଏହା ହେଉଛି ମୁଳ କାରଣ ।

୨ ଯଦି ଆପଣ ନିଜ ବୟସ ହିସାବରେ ଅଧିକ ମୋଟା ଅଛନ୍ତି ତାହାଲେ ସବୁଦିନ ସକାଳେ ବାୟାମ କରନ୍ତୁ । ନିଜ ଶରୀର ର ଉଚ୍ଚତା ଓ ଓଜନ ହିସାବ ରେ ଖାଦ୍ୟ ଖାଆନ୍ତୁ । ଏହା ଫଳରେ ହାର୍ଟ ସମ୍ବନ୍ଧୀୟ କିଛି ବି ରୋଗ ହବାର ସମ୍ଭାବନା ନାହିଁ ।

୩ ଆପଣ ନିଜ ଶରୀର ର କୋଲୋଷ୍ଟ୍ରଲ ଓ ବ୍ଲଡ଼ ପ୍ରେସର କୁ ନିୟନ୍ତ୍ରଣ କରନ୍ତୁ । ଏହା ଫଳରେ ଆପଣଙ୍କ ହାର୍ଟ ସୁସ୍ଥ ରହିବ ।

 

ଆଶା କରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ସାହାଜ୍ଯ କରିବ । ଆଗକୁ ମଧ୍ୟ ଏହିଭଳି ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *