ମୌସୁମୀର ପୂର୍ବନୁମାନ, ଭୟଙ୍କର ରୂପ ନେବ ମୌସୁମୀ, ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା

ମୌସମ ବିଭାଗ ତରଫରୁ କୁହାଯାଇଛି କି ଏହି ବର୍ଷ ଭାରତରେ ମୌସୁମୀର ଭୟଙ୍କର ରୂପ ଦେଖିବାକୁ ମିଳିବ । ଯେଉଁ କାରଣରୁ ଚାରିଆଡେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ଦେଖିବାକୁ ମିଳିବ । ଏମିତିରେ ସ୍ଥିତି ଆହୁରି ବିପଦ ଜନକ ହୋଇ ପଡିବ ବୋଲି ମଧ୍ୟ କୁହାଯାଉଛି । ଏକ ରିସର୍ଚ ଦ୍ଵାରା ମୌସୁମୀର ପୂର୍ବନୁମାନ କରା ଯାଇଛି । କହିଦେଉଛୁ କି ବିଶ୍ଵରେ ତାପମାତ୍ର ବୁଦ୍ଧି ହିଁ ମୌସୁମୀ ପରିବର୍ତ୍ତନର ମୁଖ୍ୟ କାରଣ ଅଟେ । ଅନ୍ୟ ପଟେ ବୈଜ୍ଞାନିକମାନେ ମୌସୁମୀ ଋତୁର ପରିବର୍ତ୍ତନ ପାଇଁ ଜଳବାୟୁ ପରିବର୍ତ୍ତନ ଦାୟୀ ବୋଲି କହି ଆସୁଛନ୍ତି ।

କିନ୍ତୁ କିଛି କମ୍ପୁଟର ମଡେଲରୁ ମିଳୁଥିବା ତଥ୍ୟ ଅନୁସାରେ କୁହାଯାଉଛି କି ଗ୍ରୀନହାଉସ ଗ୍ୟାସ, ଗରମ ପରିବେଶରେ ବୁଦ୍ଧି ହେଉଥିବା ଆଦ୍ରର୍ତା ଇତ୍ୟାଦି ମୌସୁମୀ ଋତୁରେ ଅଧିକ ବର୍ଷା ହେବାର ମୁଖ୍ୟ କାରଣ ଅଟେ । କହିଦେଉଛୁ କି ସାଇନ୍ସ ଆଡ୍‌ଭାନ୍ସେସ୍‌ରେ ଏହି ନୂଆ ରିପୋର୍ଟ ପ୍ରକାଶ ପାଇଛି । ଗତ ୧୦ ଲକ୍ଷ ବର୍ଷର ତଥ୍ୟକୁ ଆଧାର କରି ଏହି ରିପୋର୍ଟକୁ ପ୍ରସ୍ତୁତ କରାଯାଇଛି । ଏହି ବର୍ଷ ମୌସୁମୀ କେଉଁ ରୂପ ନେବ ଏହାକୁ ନେଇ ବର୍ତ୍ତମାନ କିଛି ବୈଜ୍ଞାନିକମାନେ ଭୟଙ୍କର ଅନୁମାନ କରିଛନ୍ତି ।

ବୈଜ୍ଞାନିକମାନଙ୍କ ଅନୁସାରେ ଏହି ବର୍ଷ ଭାରତରେ ମୌସୁମୀ ଯୋଗୁ ଅତ୍ୟଧିକ ମାତ୍ରାରେ ବର୍ଷା ହେବା ସହିତ ସ୍ଥିତି ବହୁତ ଖରାପ ଓ ବିପଦ ଜଣକ ହୋଇପାରେ । ଭାରତରେ ସାଧାରଣତଃ ଜୁନ ମାସ ରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମୌସୁମୀ ବାୟୁ ସକ୍ରିୟ ରହିଥାଏ ଓ ଏହି ସମୟରେ ହିଁ ବର୍ଷା ହୋଇଥାଏ । ଏହି ସମୟରେ ହିଁ ଦେଶର କୃଷିମାନଙ୍କ ଅର୍ଥନୀତି ନିର୍ଭର କରିଥାଏ କି ତାହା ତଳକୁ ଯିବ ନା ଉପରକୁ ଯିବ । ଏମିତିରେ ମୌସୁମୀ ବହୁତ ମହତ୍ଵ ରଖିଥାଏ । କିନ୍ତୁ ରିପୋର୍ଟ ଅନୁସାରେ ଜଳବାୟୁ ପରିବର୍ତ୍ତନ ଦକ୍ଷିଣ ଏସିଆ ଅଞ୍ଚଳରେ ସ୍ଥିତି ଓ ଇତିହାସ ବଦଳାଇ ଦେବ ।

ରିପୋର୍ଟ ଅନୁସାରେ ବୈଜ୍ଞାନିକମାନେ ବଙ୍ଗୋପସାଗରରୁ କିଛି ନମୁନା ସଂଗ୍ରହ କରି ଏହା ଉପରେ ରିସର୍ଚ କରିଥିଲେ । ମୌସୁମୀ ବର୍ଷା ଯୋଗୁ ସମତଳର ପାଣି ଧୋଇ ହୋଇ ସମୁଦ୍ରରେ ମିଶିଥିବା କିଛି ଉପଦାନକୁ ସେମାନେ ନମୁନା ରୂପରେ ସଂଗ୍ରହ କରିଥିଲେ । ଏହି ନମୁନା ୨୦୦ ମିଟର ଲମ୍ବା ଥିଲା ଓ ଏଥିରି ବୈଜ୍ଞାନିକମାନେ ଜାଣିପାରିଲେ କି ଅଧିକ ବର୍ଷା ହେବା କାରଣରୁ ସମୁଦ୍ରରେ ଅଧିକ ରୁ ଅଧିକ ସ୍ଵଚ୍ଛ ପାଣି ପ୍ରବେଶ କରିଥାଏ ଓ ଉପରି ଭାଗରେ ଲବଣତାକୁ ହ୍ରାସ କରିଥାଏ ।

ଅନ୍ୟ ପଟେ ମାନବ ଜାତି ଯୋଗୁ ବାୟୁମଣ୍ଡଳରେ ଗ୍ରୀନ ହାଉସ ଗ୍ୟାସର ମାତ୍ର ଅତ୍ୟଧିକ ମାତ୍ରାରେ ବୁଦ୍ଧି ପାଉଛି । ଏହି କାରଣରୁ ବି ମୌସୁମୀରେ ବହୁତ ବଡ ଧରଣର ପରିବର୍ତ୍ତନ ଦେଖା ଦେଉଛି । ୧୦ ଲକ୍ଷ ବର୍ଷର ତଥ୍ୟକୁ ନେଇ ତିଆରି କରାଯାଇଥିବା ଏହି ରିପୋର୍ଟ ବର୍ତ୍ତମାନ ସମୟରେ ଅତ୍ୟନ୍ତ ଗୁରୁତ୍ଵପୂର୍ଣ ଅଟେ ।

Leave a Reply

Your email address will not be published. Required fields are marked *