ଆକାଶରେ ଉଡିବାକୁ ଚାହୁଁଥିଲା ଏହି ଯୁବକ, କିନ୍ତୁ ଘଟିଲା କିଛି ଏଭଳି ଦୁଃଖଦ ଘଟଣା…. ଏବେ ଭାଇରାଲ ହେଉଛି Video

ମହାରାଷ୍ଟ୍ରର ୟବତମାଳରେ ଗୋଟିଏ ଦୁର୍ଘଟଣାରେ ଗୋଟିଏ ଯୁବକର ମୃତ୍ୟୁ ହୋଇଯାଇଛି । ଯୁବକର ମୃତ୍ୟୁ ହେବେ ଚାରିଆଡେ ଚର୍ଚାର ବିଷୟ ହୋଇ ଯାଇଛି । କାରଣ ଏହି ଯୁବକ ଜଣକ କହିବାକୁ ଗଲେ ଛୋଟ ବୈଜ୍ଞାନିକ ଥିଲା ।

ଅର୍ଥାତ ସେ ପିଲାଦିନୁ ହିଁ ଭଙ୍ଗା ଦଦରା ଜିନିଷକୁ ନେଇ କିଛି ନୂଆ ଜିନିଷ ତିଆରି କରି ଦେଉଥିଲା । ଯେଉଁ କାରଣରୁ ପୁରା ଅଞ୍ଚଳରେ ସେ ବହୁତ ପରିଚିତ ଥିଲା । ବର୍ତ୍ତମାନ ସେ ନିଜର ଜ୍ଞାନ କୌଶଳରେ ହେଲିକପ୍ଟର ତିଆରି କରିଥିଲା । ଯାହାକୁ ସେ ସ୍ଵତନ୍ତ୍ରତା ଦିବସ ଦିନ ଉଡାଇବାକୁ ଚାହୁଁ ଥିଲା । ଏହା ପୂର୍ବରୁ ସେ ଏହାର ଟାୟଲ ନେବାକୁ ଇଚ୍ଛା କରିଲା, କିନ୍ତୁ ଏହି ସମୟରେ ଏକ ଦୁର୍ଘଟଣା ଘଟିଲା ଓ ତାହାର ମୃତ୍ୟୁ ହୋଇଗଲା ।

ମହାରାଷ୍ଟ୍ର ୟବତମାଳ ଜିଲ୍ଲାର ମହାଗ୍ରାମ ତହସୀଲର ଫୁଲସାୱଂଗୀ ଗାଁରେ ରହୁଥିବା ଇସମାଇଲ ଶେଖ ଇବ୍ରାହିମ ୨୪ ବର୍ଷ ବୟସର ଥିଲା । ପିଲାଦିନୁ ହିଁ ସେ ଭଙ୍ଗା ଭଙ୍ଗା ଜିନିଷକୁ ନେଇ କିଛି ରୋଚକପୂର୍ଣ ଜିନିଷ ତିଆରି କରି ଦେଉଥିଲା । ଏମିତିରେ ଇସମାଇଲ ନିଜର ୱର୍କଶପରେ ନିଜର ଜ୍ଞାନ କୌଶଳରେ ଗୋଟିଏ ହେଲିକପ୍ଟର ତିଆରି କରିଥିଲେ ।

ସେ ଦିନ ରାତି ପରିଶ୍ରମ ବି କରୁଥିଲେ । ଯେତେବେଳେ ହେଲିକପ୍ଟର ପୂରାପୂରି ପ୍ରସ୍ତୁତ ହୋଇଗଲା ତେବେ ଇସମାଇଲ ତାକୁ ୧୫ ଅଗଷ୍ଟ ଦିନ ଉଡାଇବାକୁ ଚାହୁଁ ଥିଲା ଓ ଏହା ପୂର୍ବରୁ ସେ ପରୀକ୍ଷଣ କରିବାର ଯୋଜନା ବି କରିଥିଲା । ଏଥିପାଇଁ ସେ ନିଜର ହେଲିକପ୍ଟରକୁ ଗୋଟିଏ ଖୋଲା ପଡିଆରେ ନେଇ ଗଲା ।

ଏହି ସମୟରେ ବହୁତ ସଂଖ୍ୟାରେ ବି ଲୋକମାନେ ଥିଲେ, ଯେଉଁମାନେ କି ହେଲିକପ୍ଟରକୁ ଉଡିବା ସମୟରେ ଦେଖିବାକୁ ଚାହୁଁ ଥିଲେ । ଇସମାଇଲ ହେଲିକପ୍ଟର ଇଞ୍ଜିନ ଷ୍ଟାର୍ଟ କରିଲା ଓ ତାହା ଉଡିବା ପାଇଁ ବି ପ୍ରସ୍ତୁତ ହୋଇଗଲା । କିନ୍ତୁ ଠିକ ଏହି ସମୟରେ ହେଲିକପ୍ଟରର ଗୋଟିଏ ବ୍ଲେଡ ଭାଙ୍ଗି ଗଲା ଓ ଏହା ଯାଇ ଇସମାଇଲର ମୁଣ୍ଡରେ ବାଜିଲା । ଯେଉଁ କାରଣରୁ ତାହାର ମୃତ୍ୟୁ ସେହି ହେଲିକପ୍ଟରରେ ହିଁ ହେଇଗଲା ।

କିନ୍ତୁ ସଙ୍ଗେ ସଙ୍ଗେ ଇସମାଇଲକୁ ଡାକ୍ତରଖାନ ନିଆ ଯାଇଥିଲା । ଯେଉଁଠି ଡାକ୍ତର ବି ତାକୁ ମୃତ ଘୋଷିତ କରିଲେ । ଗ୍ରାମବାସୀମାନଙ୍କ ଅନୁସାରେ ଇସମାଇଲ ପିଲାଦିନୁ ହିଁ ହେଲିକପ୍ଟରରେ ବସି ବୁଲିବାର ସ୍ଵପ୍ନ ଦେଖିଥିଲା । ତାହାର ଭାଇ ୱେଲ୍ଦର ଥିଲା ।

ଏହି କାରଣରୁ ୱେଲ୍ଡଙ୍ଗର ପୁରା କାମ ଇସମାଇଲକୁ ବି ଜାଣି ଥିଲା । ଏହା ସହ ସେ ହେଲିକପ୍ଟର ତିଆରି କରିବା ବିଷୟରେ ବି ଜାଣି ଥିଲା । କିନ୍ତୁ ଦୁବର୍ଭାଗ୍ୟ ବଶତଃ ତାହାର ସ୍ଵପ୍ନ ଅଧାରେ ରହିଗଲା ଓ ସେ ଆର ପାରିକୁ ଚାଲି ଗଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *