ବଲିଉଡ ଦୁନିଆରେ ବହୁତ୍ ଏମିତି କଳାକାର ଆସିଲେ ଯିଏ ନିଜ ଅଭିନୟ ଆଉ ସୁନ୍ଦରତା ଦ୍ୱାରା ଦର୍ଶକ ମାନଙ୍କ ମନ ଏପରି କିଣିଲେ ଯେ ତାଙ୍କ ଜୀବନ ବିଷୟରେ ଜାଣିବା ପାଇଁ ଦର୍ଶକ ଉତ୍ସୁକ ରହିଲେ । କିଛି କଳାକାର ଆଜିବି ଅଛନ୍ତି ଯାହାଙ୍କ ବୟସ ହୋଇ ଯାଇଛି କିନ୍ତୁ ଲୋକେ ତାଙ୍କ ଅଭିନୟ ଦେଖିବା ପାଇଁ ଏବେ ବି ଅପେକ୍ଷା କରନ୍ତି । ତେବେ ସେ ଧର୍ମେନ୍ଦ୍ର ହୁଅନ୍ତୁ, ଅମିତାଭ ବଚ୍ଚନ, ବା ରେଖା ବା ହେମା ମାଲିନୀ ।
ଆଜି ଆମେ ଆପଣଙ୍କୁ ପ୍ରସିଧ ଅଭିନେତ୍ରୀ, ନୃତ୍ୟାଙ୍ଗନା ଆଉ ସୁନ୍ଦରତା ର ପ୍ରତିମା ହେମା ମାଳିନିଙ୍କ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ଯାହା କେହି ଜାଣି ନଥିବେ ବା ବହୁତ କମ ଲୋକେ ଜାଣିଥିବେ ।
ହେମାଙ୍କ ଜନ୍ମ ତାମିଲ ନାଡୁ ସହରରେ ହୋଇଥିଲା ତାଙ୍କ ପାଠ ସେଠିକା କଲେଜ ରେ ହୋଇଥିଲା । ତେବେ ହେମାଙ୍କ ମାତା ଫିଲ୍ମ ନିର୍ମାତା ଥିଲେ ଆଉ ତାଙ୍କ ସୁନ୍ଦରତା ଏତେ ଥିଲା ଯେ ତାଙ୍କୁ ଅଭିନେତ୍ରୀ ବନେଇବା ପାଇଁ ତାଙ୍କ ମାତାଙ୍କୁ ଅଧିକ କିଛି କଷ୍ଟ କରିବାକୁ ବି ପଡ଼ିଲା ନାହିଁ ।
ତେବେ କଣ ଆପଣ ଜାଣିଛନ୍ତି ଯେ ହେମା ମାଳିନୀ ବହୁତ୍ ସୁନ୍ଦର ଭରତ ନାଟିଆମ୍ ନାଚ ଜାଣିଛନ୍ତି ଆଉ ବହୁତ ଜାଗାରେ ସେ ଏହାର ଷ୍ଟେଜ ଶୋ ମଧ୍ୟ କରିଛନ୍ତି ଯାହା ତାଙ୍କ ଦର୍ଶକ ମାନଙ୍କୁ ବହୁତ ପଶନ୍ଦ ଆସିଛି । ହେମା ମାଳିନୀ ଙ୍କ ପ୍ରଥମ ଚଲଚିତ୍ର ଠାରୁ ବର୍ତମାନ ପର୍ଯ୍ୟନ୍ତ ତାଙ୍କ ନାମ ର ମହତ୍ତ୍ଵ କେବେ କମି ନାହିଁ ।
ଫିଲ୍ମ ଦୁନିଆରେ ତାଙ୍କ ଆଉ ଧର୍ମେନ୍ଦ୍ରଙ୍କ ଯୋଡିକୁ ଦୁନିଆ ବହୁତ ପସନ୍ଦ କରିଥିଲେ ଆଉ ଫିଲ୍ମ ମାଧ୍ୟମରେ ଦୁହେଁ ଏତେ ପାଖକୁ ଆସି ଗଲେ ଜେ ଦୁହିଁଙ୍କୁ ପ୍ରେମ ହୋଇଗଲା ଆଉ ଦୁହେଁ ବିବାହ କଲେ । ଏହା ପରେ ହେମା ମାଲିନୀଙ୍କ ବଡ ଝିଅ ଇସା ଦେଓଲ ଜନ୍ମ ହୋଇଥିଲେ ୧୯୮୨ ରେ ତାଙ୍କ ପରେ ୩ ବର୍ଷ ପରେ ଆହାନା ଦେଓଲଙ୍କ ଜନ୍ମ ହେଲା ।
ଦୁଇ ଭଉଣୀ ନିଜ ମା ପରି ଅଟନ୍ତି, ଦୁହିଁଙ୍କ ସୁନ୍ଦରତା ବହୁତ ଅଛି, କିନ୍ତୁ ଅଭିନୟ ଦୁନିଆରେ ଦୁହେଁ କିଛି ବିଶେଷ କରି ପାରିଲେ ନାହିଁ । ପ୍ରାୟତଃ ଭରତ ନାଟିଆମ ନାଚ ପାଇଁ ମା ଆଉ ଝିଅ ଇସା ଦେଓଲ ଷ୍ଟେଜ ଶୋ କରିବାର ଦେଖା ଦେଇଛନ୍ତି ।
ଆଉ ଦର୍ଶକ ମାନେ ଏହି ନାଚ ଯୋଡିକୁ ବହୁତ ପସନ୍ଦ ମଧ୍ୟ କରନ୍ତି । ହେମା ମାଲିନିଙ୍କ ବୟସ ହେଲେ ମଧ୍ୟ ସେ ଆଜିବି ବହୁତ ସୁନ୍ଦରୀ ଲାଗନ୍ତି ଆଉ ଆଜିକା ସମୟ କେହି ବି ଅଭିନେତ୍ରୀ ତାଙ୍କ ଭଳି ନାହାନ୍ତି । ଦୁଇ ଝିଅ ବିଜନେସମେନ ସହ ବିବାହ କରିଛନ୍ତି ଆଉ ବର୍ତମାନ ବହୁତ ଖୁସିରେ ଅଛନ୍ତି ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।