ହୋଇଯାଆନ୍ତୁ ସାବଧାନ: “ହୋଟେଲ” ତଥା “ଲଜ” ବୁକ କରିବାକୁ ଯିବା ଆଗରୁ ଥରେ ନିଶ୍ଚୟ ଦେଖନ୍ତୁ ଏହି ଭିଡିଓ

ବନ୍ଧୁଗଣ, ବର୍ତ୍ତମାନ ବହୁତ ପ୍ରକାରର ଅପରାଧୀ ମାନଙ୍କ ସମୁଖୀନ ହେଉଛନ୍ତି ସାଧାରଣ ଜନତା । ଦେଶ ତଥା ରାଜ୍ୟରେ ଦିନକୁ ଦିନକୁ ଅପରାଧ ବଢି ଚାଲିଛି । ଅପରାଧି ମାନଙ୍କର କାର୍ଯ୍ୟକଳାପ ଦିନକୁ ଦିନ ଏତେ ମାତ୍ରାରେ ବୃଦ୍ଧି ହେବାକୁ ଲାଗିଛି ଯେ,

ଦେଶ ତଥା ରାଜ୍ୟର ରକ୍ଷକ ପୋଲିସ ମାନଙ୍କ ପାଇଁ ଅପରାଧୀକୁ ଚିହ୍ନଟ କରି ଧରିବା କାଠିକର ପାଠ ପାଲଟିଛି । ବନ୍ଧୁଗଣ ଏହା ଫଳରେ ଅପରାଧୀ ମାନେ ଆହୁରି ଶକ୍ତିଶାଳୀ ହୋଇଯାଉଛନ୍ତି । ତାଙ୍କର କୌଣସି ପ୍ରକାରର ଅପରାଧ କରିବାକୁ ସେମାନେ ଆଦୌ ଡରୁ ନାହାନ୍ତି । ବନ୍ଧୁଗଣ ଏହି ବିଷୟକୁ ନେଇ ବର୍ତ୍ତମାନ କମିସରନେଟ ପୋଲିସ ଏକ ଆପ ବାହାର କରିଛନ୍ତି । ବନ୍ଧୁଗଣ ସାଧାରଣତ ଅପରାଧୀ ମାନେ ନିଜ କୁକାର୍ଯ୍ୟ କୁ ଲୁଚାଇବା ପାଇଁ ହୋଟେଲ ତଥା ଲଜ ମାନଙ୍କରେ ଆଶ୍ରୟ ନେଇଥାନ୍ତି ।

ଅଥବା ସେମାନେ ସେହିଠାରେ ରହି ଗୋଟିଏ ପରେ ଗୋଟିଏ ଅପରାଧ କରିଥାନ୍ତି । ଏହି କାରଣ ରୁ କମିସରନେଟ ପୋଲିସ ଏକ ଆପ ପ୍ରସ୍ତୁତ କରିଛନ୍ତି ଯାହାର ନାମ ହେଉଛି,- “ଅତିଥି ଆପ” । ବନ୍ଧୁଗଣ ଯଦି ଆପଣଙ୍କ ଉଦେଶ୍ୟ ଭଲ ତେବେ ହୋଟେଲ ଅଥବା ଲଜ ରେ ରୁହନ୍ତୁ । ମାତ୍ର ଯଦି ଅପରାଧିକ କାର୍ଯ୍ୟ କଳାପ ପାଇଁ ହୋଟେଲ ଅଥବା ଲଜ ବ୍ୟବହାର କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ ।

ବନ୍ଧୁଗଣ “ଅତିଥି ଆପ” ଆପଣଙ୍କ ପାଖରେ ପହଞ୍ଚାଇବ ପୋଲିସଙ୍କୁ । ଏଣିକି ଏହି ଆପ ଧରିବ ଅପରାଧୀ । ବନ୍ଧୁଗଣ ରାଜ୍ୟ ବାହାରର ଅପରାଧୀ କୁ କାବୁ କରିବାକୁ କମିସର୍ନେଟ ପୋଲିସ ବ୍ୟବହାର କରିବେ ଏହି ଆପ । ଏହି ଆପ ଜରିଆରେ ହୋଟେଲ ଅଥବା ଲଜ ରେ ରହୁଥିବା ଅପରାଧୀ ମାନଙ୍କୁ ଟ୍ରାକ କରିହେବ । କେମିତି ଅପରାଧୀ ମାନଙ୍କୁ ଟ୍ରାକ କରିବ ଏହି ଆପ ଆସନ୍ତୁ ଜାଣିବା ।

ବନ୍ଧୁଗଣ ଏହି ଆପ ରେ ରହିବ ଭୁବନେଶ୍ଵରର ସମସ୍ତ ଛୋଟ ତଥା ବଡ ହୋଟେଲ ମାନଙ୍କର ଠିକଣା । ହୋଟେଲ ରେ କେଉଁ ଗ୍ରାହକ କେତେ ଦିନ ରହୁଛନ୍ତି ସମସ୍ତ ତଥ୍ୟ ଏହି ଆପ ରେ ଦାଖଲ କରିବେ ହୋଟେଲ କର୍ତ୍ୟୁପକ୍ଷ । ଏହା ଫଳରେ ସମସ୍ତ ଗ୍ରାହକ ମାନଙ୍କ ସମ୍ପର୍କରେ ଯାଞ୍ଚ କରିପାରିବ  ପୋଲିସ । ବନ୍ଧୁଗଣ ଏହି ଆପ କୁ ସାର୍ବଜନୀନ କରାଯିବନାହିଁ । କେବଳ ହୋଟେଲ କର୍ତ୍ୟୁପକ୍ଷ ଏବଂ ପୋଲିସ ଏହି ଆପ କୁ ଦେଖିପାରିବେ । ବନ୍ଧୁଗଣ ଏଭଳି ନିଷ୍ପତ୍ତି ନେବା ପଛର କାରଣ ହେଉଛି,- ବହୁ ଚର୍ଚ୍ଚିତ ଆଦି ଛାତ୍ରୀ “ଝରାଫୁଲ” ର ବର୍ତ୍ତମାନ ପର୍ଯ୍ୟନ୍ତ ଗେଷ୍ଟହାଉସ ଲିଙ୍କ ବାହାର କରିପାରୁନାହିଁ ପୋଲିସ ।

ତେବେ ଭୁବନେଶ୍ଵରର କେତେକ ହୋଟେଲ ତଥା ଲଜ କୁ ଅପରାଧୀ ମାନେ ନିରାପଦ ଆଶ୍ରୟସ୍ଥଳ ଭାବରେ ବାଛିଥିବାରୁ “ଅତିଥି ଆପ” ସେମାନଙ୍କୁ ଟ୍ରାକ କରିବାରେ ସହାୟକ ହୋଇପାରିବ ବୋଲି ହୋଟେଲ କର୍ତ୍ୟୁପକ୍ଷ କହିଛନ୍ତି । ବନ୍ଧୁଗଣ ପୂର୍ବରୁ ଅମିତି ଅନେକ ଉପାୟ ଆପଣେଇସାରିଛି ମାତ୍ର ଏହି ଆପ ଟି ବହୁତ କାର୍ଯ୍ୟକାରୀ ସାବ୍ୟସ୍ଥ ହେବ ବୋଲି କମିସର୍ନେଟ ପୋଲିସ ତଥା ହୋଟେଲ କର୍ତ୍ୟୁପକ୍ଷ କହିଛନ୍ତି । ବନ୍ଧୁଗଣ ଆପଣଙ୍କର ମତାମତ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟିକୁ ନେଇ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *