ହୋମ ନିଆଁ ପୂର୍ବରୁ ଜଳିଲା ଜୁଇର ନିଆଁ… ସମ୍ପୁର୍ଣ୍ଣ ଘଟଣା ବିଷୟରେ ଜାଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ, ଦେଖନ୍ତୁ Video

ଦିନ କେତେଟା ପରେ ହାତକୁ ଡି ହାତ ହେଇଥାନ୍ତେ, ୨୧ରେ ଥିଲା ବାହାଘର । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ସବୁବେଳେ ଖୁସି ମିଜାଜ ଓ ବିନ୍ଦାସ ରହୁଥିଲେ ମନୀଷ । ବାହାଘର ପାଇଁ ସବୁ କିଛି ପ୍ରସ୍ତୁତି ସାରିଥିଲା, ସାଙ୍ଗ ସାଥି ଓ ସମ୍ପର୍କୀୟଙ୍କୁ ନିମନ୍ତ୍ରଣ ବି ହୋଇ ସାରିଥିଲା । ବାପା ନବୀନ ଦାସ ବରିଷ୍ଠ ତଥା ଲୋକପ୍ରିୟ ସାମ୍ବାଦିକ ହୋଇଥିବାରୁ ଅତିଥିଙ୍କ ନିମନ୍ତ୍ରଣ ପାଇଁ ତାଲିକା ମଧ୍ୟ ପ୍ରସ୍ତୁତି ସରିଥିଲା । ଏହି ତାଲିକାରେ ଥିଲେ ଅନେକ ଭିଆପୀ ଲୋକ ମାନେ । କିନ୍ତୁ ଦେଖୁ ଦେଖୁ ସବୁ କିଛି ଓଲଟ ପାଲଟ ହୋଇଗଲା । ମନିଷଙ୍କର ଏପ୍ରିଲ ୧୮ରେ ରାଜଧାନୀର ଏକ ମନ୍ଦିରରେ ନିର୍ବନ୍ଧ ହୋଇଥିଲା ।

ହେଲେ ବାହାଘରର ୧୧ ଦିନ ପୂର୍ବରୁ ସମସ୍ତଙ୍କୁ ଏ ଦୁନିଆରୁ ଛାଡି ମନୀଷ ବିଦାୟ ନେଇଛନ୍ତି । ପୋଖରୀ ତୁଠରେ ପୁଅକୁ ଅନାଇ ବାପା ମୁଣ୍ଡରେ ହାତ ଦେଇ ବସିଛନ୍ତି । ବାପା ପୁଅର ଶ-ବକୁ ପାଣିରେ ଭାସୁ ଥିବାର ଦେଖୁଛନ୍ତି । ଏହି ଦୃଶ୍ୟ ଯେତିକି ହୃଦୟ ବିଦାରକ ସେତିକି ଯନ୍ତ୍ରଣା ଦାୟକ । ମନୀଷ ଘରର ବଡ ପୁଅ ଥିଲେ । ବାପା ଅନେକ ଅଳି ଅଝଟ ସହି ମନୀଷଙ୍କୁ ବଡ କରିଥିଲେ । କିନ୍ତୁ ଆଜି ଭାଗ୍ୟର ଦୋଷ ଦେବା ଛଡା ଆଉ କିଛି ଉପାୟ ନାହି ମଣିଷଙ୍କ ବାପାଙ୍କ ପାଖରେ । ମନୀଷଙ୍କ ମା ତାଙ୍କୁ ଝୁରି ଦୁଖରେ ଭାଙ୍ଗି ପଡିଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ହଟାତ ଏମିତି କଣ ସବୁ ଘଟିଗଲା ।

ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି । ସବୁ ଦିନ ଭଳି ଶନିବାର ସନ୍ଧ୍ୟାରେ ମନୀଷ ଘରୁ ବାହାରି ଆସିଥିଲେ । ପଟିଆ ଛକ ଠାରେ ଥିବା ଆଇସକ୍ରିମ ପାର୍ଲର ଓ ଗୁଆ ଭଜା ଠାରେ ନିଜ ସ୍ବୀଟ କାର ଠିଆ କରିଥିଲେ । କିଛି ଦୋକାନୀ ତାଙ୍କୁ ସ୍ନାକ୍ସ ନେଇ ଗାଡି ପାଖକୁ ଯିବାର ଦେଖିଥିଲେ । କିନ୍ତୁ ତା ପର ଠାରୁ ମନୀଷଙ୍କର କିଛି ସନ୍ଧାନ ମିଳି ନ ଥିଲା । ମନୀଷ ତାଙ୍କ ବାପାଙ୍କୁ ଫୋନ କରି କହିଥିଲେ ଯେ ତାଙ୍କୁ କେହି ଅ-ପ-ହ-ର-ଣ କରି ନେଉଛି । ତାହା ହିଁ ଥିଲା ମନୀଷଙ୍କର ଶେଷ କଥା ତାଙ୍କ ବାପାଙ୍କ ସହ । ଏହା ପରେ ତାଙ୍କ ବାପା ଯାଇ ନିକଟସ୍ଥ ଏନଫୋସିଟି ଥାନାରେ ମାମଲା ରୁଜୁ କରିଥିଲେ ।

ମନୀଷଙ୍କ ଗାଡି ସେମିତି ଥୁଆ ହୋଇଛି । ଆଜି ତାଙ୍କର ପାତ୍ରପଡା ପୋଖରୀ ପାଖରୁ ଶ-ବ ମିଳିଛି । ଯେଉଁଠାରେ ମନୀଷ କାର ରଖିଥିଲେ ସେଠିକାର ଜଣେ ଦୋକାନୀ କହିଛନ୍ତି ଯେ ସେ କାଲି ପୁରା ବିନଦାସ ଥିଲେ ଓ ତାଙ୍କ ସହ ଭଲରେ କଥା ହୋଇ ଚାଲି ଯାଇଥିଲେ । ତେବେ ରାଜଧାନୀରେ ଏହି ଛାତି ଥରିଲା ଭଳି ଘଟଣା ଯୋଗୁ ସମସ୍ତେ ସ୍ତବ୍ଧ ହୋଇ ଯାଇଛନ୍ତି । ତେବେ ପୋଲିସ ଏହି ଘଟଣା କେମିତି ଓ କାହିଁକି ହେଲା ତାହା ବିଷୟରେ ଯାଞ୍ଚ କରୁଛି ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *