କୋବିଡର ଦ୍ଵିତୀୟ ଲହରୀ ଆରମ୍ଭ ହେବା ଦିନ ଠାରୁ ହିଁ ଅକ୍ସିଜେନ ଓ ବେଡର ଅଭାବ ଦେଖା ଯାଉଥିଲା । କିନ୍ତୁ ବର୍ତ୍ତମାନ ଏହିଭଳି କିଛି ବି ସମସ୍ୟା ନଜର ଆସୁ ନାହିଁ । କିନ୍ତୁ ବର୍ତ୍ତମାନ କୋବିଡରେ ପ୍ରାଣ ହରାଉଥିବା ବ୍ୟକ୍ତିର ସମ୍ପର୍କୀୟମାନଙ୍କର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଯେଉଁଥିରେ କୋବିଡ ମୃତୁକଙ୍କ ସମ୍ପର୍କୀୟମାନେ ଯେଉଁ ହସ୍ପିଟାଲରେ ତାଙ୍କର ରୋଗୀ ଥିଲେ ସେହି ହସ୍ପିଟାଲ ବିରୁଦ୍ଧରେ ଅଭିଯୋଗ କରୁଥିବାର ଭିଡିଓରେ ନଜର ଆସୁଛନ୍ତି । ଏହିଭଳି ଅଭିଯୋଗ କରୁଥିବା ଭିଡିଓ ବର୍ତ୍ତମାନ ସମୟରେ ପୁରା ଦେଶରେ ଦେଖିବାକୁ ମିଳୁଛି । ଏହି କ୍ରମରେ କିଛି ଦିନ ପୂର୍ବେ ହିଁ ଓଡିଶାର ଏକ ହସ୍ପିଟାଲ ବିରୁଦ୍ଧରେ ଅଭିଯୋଗ କରୁଥୁବାର ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହୋଇଥିଲା ।
ଏମିତିରେ ପୁଣି କିଛି ଦିନ ତଳେ ଆଉ ଜଣେ ମହିଳା ଯିଏକି ନିଜ ପିତାଙ୍କ ମୃତ୍ୟୁ ପଛରେ ସମ୍ବଲପୁର ଘରୋଇ ହସ୍ପିଟାଲ ଆରୋଗ୍ୟମ ହସ୍ପିଟାଲର ହାତ ଅଛି ବୋଲି ନିଜର ଏକ ଭିଡିଓରେ କହୁଛନ୍ତି । କହିଦେଉଛୁ କି ରୋଜିନା ସ୍ଵୟଂସିଗ୍ଧା ସାହୁଙ୍କ ପିତା ସ୍ଵର୍ଗତ ପ୍ରୋଫେସର ହରିଶଙ୍କର ସାହୁ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲ ଆରୋଗ୍ୟମ ହସ୍ପିଟାଲରରେ କରୋନାରେ ଶିକାର ହୋଇ ଚିକିତ୍ସିତ ହେଉଥିଲେ । କିନ୍ତୁ କିଛି ଦିନ ପରେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଗଲା ।
ଏମିତିରେ ତାଙ୍କର ଝିଅ ରୋଜିନା ନିଜ ପିତାର ମୃତ୍ୟୁ ପାଇଁ ହସ୍ପିଟାଲକୁ ଦାୟୀ କରୁଛନ୍ତି । ଏହା ସହିତ ସେ ଏକ ଭିଡିଓରେ ଆରୋଗ୍ୟମ ହସ୍ପିଟାଲର ବିରୁଦ୍ଧରେ ବହୁତ କିଛି ଅଭିଯୋଗ କରୁଥିବାର ବି ନଜର ଆସୁଛନ୍ତି । ତାଙ୍କର କହିବା ଅନୁଯାୟୀ ୧୭ ମେ ୨୦୨୧ରେ ଅଚାନକ ଘରେ ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ସେ ତାଙ୍କର ପିତାକୁ ଆରୋଗ୍ୟମ ହସ୍ପିଟାଲକୁ ନେଇଥିଲେ । ଆରୋଗ୍ୟମ ହସ୍ପିଟାଲ ନେବା ପଛରେ କାରଣ ବିଷୟରେ ସେ କହିଲେ କି ସେ ନିଜେ ଆରୋଗ୍ୟମ ହସ୍ପିଟାଲରରେ ପୂର୍ବରୁ କାମ କରୁଥିଲେ ।
ଏମିତିରେ ତାଙ୍କୁ ସମସ୍ତ ପ୍ରକାରର ସୁବିଧା ମିଳିବ ଆଶାରେ ସେ ନିଜର ପିତାକୁ ଆରୋଗ୍ୟମ ହସ୍ପିଟାଲକୁ ନେଇଥିଲେ । ଯେଉଁଠି ତାଙ୍କର ପିତା କୋବିଡ ପଜିଟିବ ହେବା ପରେ ତାଙ୍କର ଚିକିତ୍ସା କରାଯାଉଥିଲା । ଏହା ସହିତ ରୋଜିନାଙ୍କ ଅନୁସାରେ ତାଙ୍କର ପିତା ସୁସ୍ଥ ମଧ୍ୟ ହେଉଥିଲେ । କିନ୍ତୁ ଏହା ମଧ୍ୟରେ ତାଙ୍କ ପିତାଙ୍କ ସ୍ଵାସ୍ଥ୍ୟାବସ୍ଥା ଖରାପ ହେବା ଆରମ୍ଭ ହୋଇଗଲା । କିନ୍ତୁ ଏହିଭଲି ସ୍ଥିତିରେ ହସ୍ପିଟାଲର କର୍ତ୍ତୁପକ୍ଷ ରୋଜିନାଙ୍କ ପିତାଙ୍କୁ ଆମ୍ବୁଲାନ୍ସରେ ରଖିଲେ । ଏହା ସହିତ ତାଙ୍କ ପିତାଙ୍କ ପାଖରେ କୌଣସି ବି ଡାକ୍ତର ବି ଆସିଲେ ନାହିଁ ।
ଏହା ପରେ କୋବିଡ ପଜିଟିବ ହେବା ସତ୍ବେ ବି ରୋଜିନା ଆମ୍ବୁଲାନ୍ସରେ ନିଜ ପିତାଙ୍କ ପାଖରେ ରହି ତାଙ୍କର ଦେଖାଶୁଣା କରିଲେ । ସେହି ହସ୍ପିଟାଲର କୌଣସି ବି ପ୍ରକାରର ସାହାର୍ଯ୍ୟ ନ ମିଳିବ ପରେ ରୋଜିନା ନିଜ ପିତାଙ୍କୁ ଅନ୍ୟ କେତେକ ହସ୍ପିଟାଲକୁ ନେଇଗଲେ । କିନ୍ତୁ ସକାଳେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଗଲା । ଏମିତିରେ ରୋଜିନା କହୁଛନ୍ତି କି ଆରୋଗ୍ୟମ ହସ୍ପିଟାଲର ଅଣଦେଖା କାରଣରୁ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଛି ଓ ଏହି ହସ୍ପିଟାଲ କେବଳ ରୋଗୀମାନଙ୍କର ଟଙ୍କା ଦେଖି ଚିକିତ୍ସା କରୁଛି । ଏଠିକାର ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥା ବହୁତ ଖରାପ ଅଟେ । ସେ କହିଛନ୍ତି କି ତାଙ୍କର ଏହି ଭିଡିଓ କରିବାର ମୁଖ୍ୟ ଉଦ୍ଦେଶ୍ୟ ଲୋକମାନଙ୍କୁ ସଚେତନ କରିବା ପାଇଁ ।