ଭାଇରାଲ ହେଲା Hospital ରେ Sidharth Shukla ଙ୍କ ଶେଷ ସମୟର Video

ସିଦ୍ଧାର୍ଥ ଶୁକ୍ଲାଙ୍କ ନାଁ ବର୍ତ୍ତମାନ ଚାରିଆଡେ ଆପଣଙ୍କୁ ଶୁଣିବାକୁ ମିଳିବ । କାରଣ ସେ ଜଣେ ଏମିତି ବ୍ୟକ୍ତିତ୍ବ ଥିଲେ ଯିଏକି ନିଜ ପରିଶ୍ରମ ଓ ପ୍ରତିଭା ଦମରେ ବଲୀଉଡ ଦୁନିଆରେ ନିଜର ଏକ ଖାସ ପରିଚୟ ସୃଷ୍ଟି କରିଥିଲେ । କିନ୍ତୁ ଅଚାନକ ତାଙ୍କର ଦେହାନ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ବି ବିଶ୍ଵାସ ହେଉ ନାହିଁ କି ସେ ମୃ-ତ୍ୟୁ ବରଣ କରିଛନ୍ତି । କାରଣ ବୁଧବାର ଦିନ ସେ ସବୁଦିନ ଭଳି ଫିଟ ଓ ସୁସ୍ଥ ଥିଲେ ।

କିନ୍ତୁ ଗୁରୁବାର ରାତିରେ ହୃଦଘାତ କାରଣରୁ ତାଙ୍କର ମୃ-ତ୍ୟୁ ହୋଇଗଲା । ଯାହାକି ସମସ୍ତଙ୍କ ପାଇଁ ବହୁତ ବଡ ଦୁଃଖଦାୟକ ଖବର ଅଟେ । କହିଦେଉଛୁ କି ବୁଧବାର ରାତିରେ ସେ ସବୁଦିନ ଭଳି କିଛି ଔଷଧ ଖାଇ ଶୋଇ ପଡିଥିଲେ ।

କିନ୍ତୁ ରାତି ଅଧରେ ତାଙ୍କୁ ଛାତିରେ ଯନ୍ତ୍ରଣା ହୋଇଥିଲା । ଏହା ପରେ ସେ ତାଙ୍କୁ ମାଙ୍କୁ ଏହା ବିଷୟରେ ଜଣାଇ ଥିଲେ । ତାଙ୍କ ମା ଓ ଭଉଣୀ ସକାଳୁ ସକାଳୁ ତାଙ୍କୁ କୁପର ହସ୍ପିଟାଲ ନେଇଗଲେ । ଯେଉଁଠି ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଲେ ଓ ସେମାନେ କହିଲେ କି ହସ୍ପିଟାଲ ଆସିବାର କିଛି ସମୟ ପୂର୍ବରୁ ହିଁ ତାଙ୍କର ମୃ-ତ୍ୟୁ ହୋଇଛି । ଏମିତିରେ ଆମେ ଆପଣଙ୍କ ପାଇଁ ହସ୍ପିଟାଲର କିଛି ଦୃଶ୍ୟ ନେଇ ଆସିଛି ।

ମୃ-ତ୍ୟୁ ପରେ ସିଦ୍ଧାର୍ଥ ଶୁକ୍ଲାଙ୍କ ଶବର ପୋସ୍ଟମର୍ଟେମ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । ଯାହାର କିଛି ଦୃଶ୍ୟ ବି ସାମ୍ନାକୁ ଆସୁଛି । ସିଦ୍ଧାର୍ଥ ଶୁକ୍ଲା ଯେଉଁ ହସ୍ପିଟାଲରେ ଥିଲେ ସେଠିକାର ବି କିଛି ଦୃଶ୍ୟ ସାମ୍ନାକୁ ଆସିଛୁ । ଯେଉଁଠି କି ଗତକାଲି ଠାରୁ ଭିଡ ଲାଗି ରହିଛି । ଏମିତିରେ ପୋଲିସ ଏହି ଭିଡକୁ ସମ୍ଭାଳିବାରେ ଲାଗିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସିଦ୍ଧାର୍ଥ ଶୁକ୍ଲାଙ୍କ ପୋସ୍ଟମର୍ଟେମର ରିପୋର୍ଟ ସାମ୍ନାକୁ ଆସି ନାହିଁ ।

ସିଦ୍ଧାର୍ଥ ଶୁକ୍ଲା ଯେଉଁ ସ୍ଥାନରେ ରହୁଥିଲେ ସେହି ସ୍ଥାନରେ ବି ଭିଡ ଲାଗିଛି । ତାଙ୍କର କେତେକ ସହ କଳାକାର ତାଙ୍କ ଘରକୁ ଯାଇଛନ୍ତି ଓ ଅନ୍ୟ କିଛି କଳାକାର ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରୁଛନ୍ତି । ସିଦ୍ଧାର୍ଥ ଶୁକ୍ଲାଙ୍କ ଫ୍ୟାନ ଫୋଲଇଙ୍ଗ ବି ଜବରଦସ୍ତ ଥିଲା ଓ ତାଙ୍କର ମୃ-ତ୍ୟୁ ଖବର ସାମ୍ନାକୁ ଆସିବା ପରେ ତାଙ୍କର ଫ୍ୟାନମାନେ ହସ୍ପିଟାଲ ଓ ତାଙ୍କ ଘର ସାମ୍ନାରେ ତାଙ୍କୁ ଦେଖିବା ପାଇଁ ଛିଡା ହୋଇଛନ୍ତି ।

Leave a Reply

Your email address will not be published. Required fields are marked *