ବନ୍ଧୁଗଣ ଏହି ଭିଡିଓରେ ଯେଉଁ ଦୃଶ୍ୟ ଦେଖା ଯାଉଛି ତାହା ଦେଖିଲେ ପିଲା ଦିନ କଥା ମାନେ ପଡିଯିବ । କିନ୍ତୁ ଏହି ଦୃଶ୍ୟ ପଛରେ ଯେଉଁ ରହସ୍ୟ ଲୁଚି ରହିଛି ତାହା ଶୁଣିଲେ ହୃଦୟ ଥଋ ଉଠିବ । ଏହି ହାତ ଟଣା କାଠ ଗାଡିରେ ଘୋଡା ଯାଇଥିବା ଏହି ଜିନିଷଟି ଏକ ମଣିଷର ଶବ । ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗୁଜୁରାଟର ଭାରୋଚ ଆଙ୍କେଲ ସ୍ୱରୂପ ମଧ୍ୟରେ ଥିବା ରାସ୍ତା କଡାର ନର୍ମଦା ନଦୀ କୂଳରେ ।

ଏହି କାଠ ଗାଡିରେ ଘୋଡା ହୋଇ ରହିଛି ଜଣେ ବୃଦ୍ଧାଙ୍କ ମୃତ ଶରୀର । ଆଉ ଗାଡିକୁ ଟାଣୁଥିବା ଯୁବକ ଜଣକ ହେଉଛନ୍ତି ମୃତ ବୃଦ୍ଧାଙ୍କ ପୁଅ । ଏହି ଦୃଶ୍ୟ ଯିଏ ଦେଖିଲା ସେ ମାନେ ପକାଇଲା ଶ୍ରବଣ କୁମାରଙ୍କ କଥା । ବାସ୍ତବରେ କଥା ହେଉଛି ଯୁବକ ଜଣକ ହେଉଛନ୍ତି ମୁକ ବଧିର ମଣିଷ । ଭିକ ମାଗି ବଞ୍ଚିଥିଲେ ଓ ତାଙ୍କ ମାଙ୍କୁ ଖାଇବାକୁ ଦେଉଥିଲେ ।
ଦିନାକା ତଳେ ଅଚାନକ ଯୁବକଙ୍କ ମାଙ୍କର ମୃତ୍ୟୁ ହେବା ପରେ ଏହି କଥା କାହାକୁ କହି ପାରିଲେ ନାହି । କାରଣ ସେ ନିଜେ କଥା କହି ପାରନ୍ତି ନାହି କି ଶୁଣି ପାରନ୍ତି ନାହି । ଯୁବକର ରୂପ ଏମିତି ଯେ ସମସ୍ତେ ତାଙ୍କୁ ପାଗଳ ବୋଲି ଭାବନ୍ତି ।

ଶେଷରେ ଯୁବକ କିଛି ଉପାୟ ନ ପାଇ ମାର ଶବ କୁ ଘୋଡାଇ କାଠ ଗାଡିରେ ଦୀର୍ଘ ୭କିମି ଦୂର ଟାଣି ଟାଣି ନର୍ମଦା ନଦୀ କୁଳକୁ ନେଇ ଆସିଥିଲା । ବାଟରେ ଯାଉଥିବା ସମୟରେ କିଛି ଲୋକ ମାନେ ଏପରି ହୃଦୟ ବିଦାରକ ଦୃଶ୍ୟ ଭିଡିଓ କରି ସୋସିଆଲ ମିଡିଆରେ ଛାଡିବା ପରେ ଅଳ୍ପ ସମୟ ମଧ୍ୟରେ ନର୍ମଦା ନଦୀ କୁଳକୁ ଛୁଟିଥିଲା ସାମାଜିକ କର୍ମୀଙ୍କର ସୁଅ ।
ଆଉ ରୀତିନୀତି ଅନୁସାରେ ବୃଦ୍ଧା ମାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ନିଜ ମା କୁ ହରାଇ ମୁକ ବଧିର ପୁଅ ଟି ଭୋ ଭୋ କରି କାନ୍ଦୁଥିଲା । କାରଣ ଏ ଦୁନିଆରେ ଆଉ ଯୁବକର ନିଜର କହିବାକୁ ଗଲେ କେହି ନାହାନ୍ତି । ଏ ଭିଡିଓ ଟି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିବା ବେଳେ ମୁକ ବଧିର ପୁଅର ନିଜ ମା ପ୍ରତି ଥିବା ଭଲ ପାଇବା ଓ ପ୍ରେମକୁ ସମସ୍ତେ ପ୍ରଶଂସା କରୁଛନ୍ତି । କିଛି ଲୋକ ମାନେ କହିଛନ୍ତି ଯେ ଯୁବକ ଜଣକ କଣ ଏ କଲି ଯୁଗର ଶ୍ରବଣ କୁମାର । ତେବେ ଏହି ଦୃଶ୍ୟ ଟି ବାସ୍ତବରେ ହୃଦୟକୁ ଛୁଇଁଲା ଭଳି ଦୃଶ୍ୟ ହୋଇଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
