ହୁତୁହୁତୁ ହୋଇ ଜଳିଗଲା ବ୍ୟାଟେରୀ ଗାଡି, ଅଳ୍ପକେ ବଞ୍ଚିଲେ ଗାଡି ଚାଳକ… ଦୃଶ୍ୟ ଦେଖି ଆପଣଙ୍କ ଛାତି ବି ଥଋ ଉଠିବ

ନମସ୍କାର ବନ୍ଧୁଗଣ । ଆଜିର ସମୟରେ ପେଟ୍ରୋଲ ଗାଡି ଅପେକ୍ଷା ଲୋକ ମାନେ ବ୍ୟାଟେରି ବା ଛାଡ଼ ଗାଡି କିଣିବାକୁ କିମ୍ବା ଚଲାଇବାକୁ ଅଧିକ ପସନ୍ଦ କରୁଛନ୍ତି । କାରଣ ବ୍ୟାଟେରି ଗାଡି ରେ ପେଟ୍ରୋଲ ପକାଇବାକୁ ପଡିବ ନାହି ଆଉ ପଇସା ବି ବଞ୍ଚିଯିବ । ବ୍ୟାଟେରି ଗାଡି କୁ ଖାଲି ଚାର୍ଜ କରି ଦେଲେ ତାହା ଚାଲିବାକୁ ଲାଗିବ । କିନ୍ତୁ ବ୍ଯାଟେରୀ ଗାଡି କୁ ନେଇ ଏବେ ଅନେକ ଘଟଣାମାନ ସାମନା ଆସୁଛି ।

ଯାହାକୁ ଦେଖିବା ପରେ ଲୋକେ ବ୍ଯାଟେରୀ ଗାଡି କିଣିବାକୁ ଭୟ କରୁଛନ୍ତି । ଆଜ୍ଞା ହଁ ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଘଟଣା ସାମନା କୁ ଆସୁଛି । ଗୋଟେ ପଟେ ବ୍ଯାଟେରୀ ଗାଡି ର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ତାକୁ ନେଇ ଯେଉଁ ସମସ୍ଯା ମନ ଦେଖା ଯାଉଛି ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ । ସୂଚନା ଅନୁଯାୟୀ ପୁଣି ଥରେ ହୁତୁହୁତୁ ହୋଇ ଜଳି ଯାଇଛି ବ୍ୟାଟେରି ଗାଡି । ଯାହାର ଭିଡିଓ ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡିଓ ରେ ଆପଣ ମାନେ ଦେଖି ପାରିବେ କେମିତି ବିଦ୍ୟୁତ ଚାଳିତ ବ୍ୟାରେଇ ଗାଡି ରେ ନିଆଁ ଲାଗି ଜଳି ଚାଲିଛି ।

ତେବେ ଦେଖି ଦେଖୁ ଆଖି ପିଛୁଳାକେ କ୍ଷଣକ ମଧ୍ୟରେ ବିଦ୍ୟୁତ ଚାଳିତ ଏହି ଦୁଇ ଚକିଆ ଗାଡି ଟି ଛାରଖାର ହୋଇ ପୁରା ପାଉଁଶ ହୋଇଗଲା । ଏପରି ଏକ ଘଟଣା ଗତ କାଲି ସମ୍ବଲପୁର ମହାନଗର ନିଗମ ଗୁରୁପାଲି ଗ୍ରାମ ରେ ଦେଖିବାକୁ ମିଳିଥିଲା । ତେବେ ଦେଖୁ ଦେଖୁ ସ୍କୁଟି ଟି ସଂପୂର୍ଣ୍ଣ ଭାବେ ଜଳି ଯାଉଛି ।

ତେବେ ସୂଚନା ଅନୁଯାୟୀ ଗୁରୁପାଲି ଗାଁ ର ଜଗନ୍ନାଥ ଦୀକ୍ଷିତ ପ୍ରତି ଦିନ ଭଳି ଆଜି ବି ତାଙ୍କର ବିଦ୍ୟୁତ ଚାଳିତ ଦୁଇ ଚକିଆ ଗାଡି କୁ ନିଜ ଘର ଗୁରୁପାଲି ରୁ ଷ୍ଟାର୍ଟ କରୁଥିଲେ । ତେବେ ଏହି ସମୟରେ ତାଙ୍କ ଘର ଆଗରେ ଗାଡି ରେ ହଠାତ ନିଆଁ ଲାଗିବାରୁ ଦେଖୁ ଦେଖୁ ଗାଡି ଟି ହୁତୁ ହୁତୁ ହୋଇ ଜଳି ପାଉଁଶ ହୋଇଗଲା । ତେବେ ଏଥିରେ ଗାଡି ଚାଳକ ଜଗନ୍ନାଥ ଦୀକ୍ଷିତ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *