Special Report: IAS ଚାକିରି ଛାଡି ଆରମ୍ଭ କଲେ Business, ଏବେ ଅଟନ୍ତି 14 କୋଟି ଟଙ୍କା କମ୍ପାନୀର ମାଲିକ….

ଜୀବନରେ ସମସ୍ତେ ସଫଳ ହେବାକୁ ଚାହାନ୍ତି । କିନ୍ତୁ ସଫଳତା କାହାକୁ ସହଜରେ ମିଳି ଯାଏ ନାହିଁ ସଫଳତା ପାଇବାକୁ ହେଲେ ଦୃଢ ସଂକଲ୍ପ, ଆତ୍ମବିଶ୍ଵାସ, କଠିନ ପରିଶ୍ରମ କରିବାକୁ ପଡିଥାଏ । ସମସ୍ତେ ପ୍ରାୟତଃ ଡାକ୍ତର, ଇଞ୍ଜିନିୟର ଓ ଆଇଏଏସ ଆଇପିଏସ ଅଫିସର ହେବାର ସ୍ଵପ୍ନ ଦେଖନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯିଏକି ନିଜ ଜୀବନରେ ସଫଳତାର ସିଢି ଚଢି ଚାଲିଛନ୍ତି ଅର୍ଥାତ ସେ ତାଙ୍କର ଜୀବନରେ ବହୁତ ସଫଳତା ହାସଲ କରିଛନ୍ତି ଓ ଏବେ ବି କରୁଛନ୍ତି ।

ସେ ଯେ କୌଣସି ବି କ୍ଷେତ୍ରରେ ଯାଇଛନ୍ତି ସେଥିରେ ସେ ନିଶ୍ଚିତ ରୂପରେ ସଫଳ ହୋଇଛନ୍ତି । ସେ ପ୍ରଥମେ ଡାକ୍ତର ହୋଇଥିଲେ, ଏହା ପରେ ଦେଶର ସବୁଠୁ ଉଚ୍ଚ ପଦବୀ ଆଇଏଏସ ଅଫିସର ବି ହୋଇଛନ୍ତି ଓ ବର୍ତ୍ତମାନ ସେ ଦେଶର ଜଣେ ଯୁବ ବିଜନେସମ୍ୟାନ ବି ହୋଇ ଯାଇଛନ୍ତି ।

ସେ ଆଉ କେହି ନୁହନ୍ତି ତାଙ୍କ ନାଁ ହେଉଛି ରୋମନ ସଇନି । ରୋମନ ସଇନି ରାଜସ୍ଥାନ ଜୟପୁର ସହରରେ ଜନ୍ମ ଗ୍ରହଣ କରିଥିଲେ । ସେ ବହୁତ କମ ବୟସରେ ହିଁ ସଫଳତା ହାସଲ କରିଛନ୍ତି । ଡାକ୍ତର ଓ ଆଇଏଏସ ଅଫିସର ହେବାର ବିକଳ୍ପ ତାଙ୍କ ପାଖରେ ଥିଲା କିନ୍ତୁ ସେ ଏହି କ୍ଷେତ୍ରକୁ ନ ଯାଇ ଜଣେ ବିଜନେସମ୍ୟାନ ହେବାର ସ୍ଵପ୍ନ ଦେଖିଥିଲେ । ସେଥିପାଇଁ ସେ ୟୁଟ୍ୟୁବରେ unacademy ନାମକ ଏକ ଚ୍ୟାନେଲ ଖୋଲି ପିଲାମାନଙ୍କୁ ମାଗଣାରେ ଆଇଏଏସ ପାଇଁ ଟ୍ରେନିଙ୍ଗ ଦେଉଥିଲେ ।

ସେ ଚାହୁଁ ଥିଲେ କି ଦେଶର କୌଣସି ବି ପିଲା ଅର୍ଥ ଅଭାବ କାରଣରୁ ଶିକ୍ଷାରୁ ବଞ୍ଚିତ ନ ହେଉ । ତାଙ୍କର ଏହି ଚିନ୍ତାଧାରା ହିଁ ଆଜି ତାଙ୍କୁ ଏକ ସଫଳ ବିଜନେସମ୍ୟାନ କରିଛି । ମାତ୍ର ୧୬ ବର୍ଷ ବୟସରେ ରୋମନ ସଇନି ଏମ୍ସ ପରୀକ୍ଷା ପାସ କରିଥିଲେ । ସବୁଠୁ ବଡ କଥା ହେଉଛି କି ଏତେ କମ ବୟସରେ ଏହିଭଳି ସଫଳତା ହାସଲ କରିବାରେ ସେ ପ୍ରଥମ ଯୁବକ ଥିଲେ । ନିଜର ଏମବିବିଏସ ପୁରା କରିବା ପରେ ସେ ଗୋଟିଏ ଏନଡ଼ିଟିସିରେ ସେ କାମ କରିଥିଲେ ।

କିନ୍ତୁ ମାତ୍ର ୬ ମାସ ଚାକିରି କରିବା ପରେ ସେ ଏହି ଚାକିରିକୁ ଛାଡି ଦେଲେ । ଏହା ପରେ ସେ ଆଇଏଏସ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ମାତ୍ର ୨୨ ବର୍ଷ ବୟସରେ ସେ ଏହି ପରୀକ୍ଷାରେ ଉତ୍ତିର୍ଣ ବି ହୋଇଥିଲେ ଓ ସେ ମଧ୍ୟପ୍ରଦେଶରେ ଜିଲ୍ଲାପାଲ ମଧ୍ୟ ହେଲେ । ରୋମନ ସଇନି କହିଥିଲେ କି ସେ ଯେତେବେଳେ ଡାକ୍ତର ଥିଲେ ତେବେ କିଛି ଲୋକମାନଙ୍କୁ ତାଙ୍କର ମୌଲିକ ଅଧିକାରରୁ ବଞ୍ଚିତ କରାଯାଉଥିଲା । ଏହାକୁ ଦୂର କରିବା ପାଇଁ ସେ ଆଇଏଏସ ଅଫିସର ହେବା ପାଇଁ ଇଚ୍ଛା କରିଥିଲେ ।

କିନ୍ତୁ ଜିଲ୍ଲାପାଳ ଚାକିରିକୁ ବି ସେ ମାତ୍ର ଅଳ୍ପ ଦିନ ମଧ୍ୟରେ ଛାଡି ଦେଲେ । ଏହା ପରେ ସେ ନିଜର ଏକ ବନ୍ଧୁ ସହ ମିଶି unacademy ନାମକ କମ୍ପାନୀ କରିଲେ । ପ୍ରଥମେ ଏହି କମ୍ପାନୀ କେବଳ ୟୁଟ୍ୟୁବ ଚ୍ୟାନେଲରେ ହିଁ ଥିଲା । କିନ୍ତୁ ବର୍ତ୍ତମାନ ଏହି କମ୍ପାନୀ ଅନ୍ଲାଇନ ପାଠ ପଢାଇବା କ୍ଷେତ୍ରରେ ସବୁଠୁ ଆଗରେ ଅଛି । କହିଦେଉଛୁ କି ଏହି କମ୍ପାନୀର ମୂଲ୍ୟ ବର୍ତ୍ତମାନ ପାଖାପାଖି ୧୪,୦୦୦ କୋଟି ଟଙ୍କା ଅଟେ ।

Leave a Reply

Your email address will not be published. Required fields are marked *