IAS ଦେଶର ସବୁଠୁ ସମ୍ମାନ ଜଣକ ଚାକିରି ମଧ୍ୟରୁ ଗୋଟିଏ ଅଟେ । ବହୁତ କଷ୍ଟ ଓ ପରିଶ୍ରମ କରିବା ପରେ ହିଁ କୌଣସି ବ୍ୟକ୍ତିକୁ ଏହି ଚାକିରି ମିଳିଥାଏ । ଆଜି ଆମେ ଆପଣଙ୍କୁ ଏମିତି ଜଣେ ଆଇଏଏସ ଅଫିସରଙ୍କ ବିଷୟରେ କହିବୁ ଯିଏକି ରାସ୍ତାରେ ବସି ଗରିବ ଲୋକମାନଙ୍କ ସହ କଥା ହୋଇ ତାଙ୍କର ଦୁଃଖ କଥା ଶୁଣୁଛନ୍ତି । ଏହା ବିଷୟରେ ଶୁଣିବା ପରେ ହିଁ ଆପଣ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ । କିନ୍ତୁ ଏହା ସତ ଅଟେ । ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ଆଇଏଏସ ଅଫିସରଙ୍କ ଫଟୋ ଭାଇରାଲ ହେଉଛି ।
ଯାହାକୁ ନେଇ ସମସ୍ତେ ଚର୍ଚା ବି କରୁଛନ୍ତି । ଏହି ଫଟୋରେ ଦେଖି ପାରୁଥିବେ କି ଜଣେ ବୟସ୍କ ବ୍ୟକ୍ତିଙ୍କ ସହ ଜଣେ ଆଇଏଏସ ଅଫିସର ରାସ୍ତା କଡରେ ବସି କୌଣସି ଏକ ଗୁରୁତ୍ଵ ପୂର୍ଣ କଥା ଉପରେ ଆଲୋଚନା କରୁଛନ୍ତି । ଦୁଇ ଜଣ କୌଣସି କଥାକୁ ନେଇ ହସୁଛନ୍ତି ।

ଯେଉଁଠି ଆଇଏଏସ ଅଫିସର ଜଣକ ରାସ୍ତାରେ ବସିଛନ୍ତି କିନ୍ତୁ ତାଙ୍କ ସହ ଥିବା ଅନ୍ୟ ଅଫିସରମାନେ କାର ମଧ୍ୟରେ ବସିଛନ୍ତି । ଏଥିରେ ଆପଣ ଏହି ଆଇଏଏସ ଅଫିସରଙ୍କ ମହାନତାକୁ ଜାଣି ପାରୁ ଥିବେ । ବହୁତ କମ ଅଫିସର ଏହିଭଳି କାମ କରିଥାନ୍ତି ।
ଯେତେବେଳେ ସେ କୌଣସି ବ୍ୟକ୍ତି ପାଖରେ ବସି ତାର ଦୁଃଖର କାହାଣୀ ଶୁଣିଥାନ୍ତି । କିନ୍ତୁ କୌଣସି ଉଚ୍ଚ ନିଚ୍ଛ ମନଭାବ ନ ରଖି ରାସ୍ତା କଡରେ ବସି ବୁଦ୍ଧ ବ୍ୟକ୍ତି ସହ କଥାବାର୍ତ୍ତା ହେବା ଆଇଏଏସ ଅଫିସରଙ୍କୁ ମାଟିର ମଣିଷ ବୋଲି କୁହାଯାଇ ପାରିବ ।

ଏହିଭଳି ଅଫିସର ବହୁତ କମ ଦେଖିବାକୁ ମିଳିଥାନ୍ତି । ଆଇଏଏସ ରମେଶ ଘୋଲାପ ନିଜର ଟ୍ଵିଟର ଆକାଉଣ୍ଟରେ ଏହି ଫଟୋ ଗୁଡିକୁ ଶେୟାର କରିଛନ୍ତି । ୟୁଜରମାନେ ବି ଏହି ଫଟୋ ଗୁଡିକୁ ବହୁତ ପ୍ରଶଂସା କରୁଛନ୍ତି । ସବୁଠୁ ବଡ କଥା ହେଉଛି ଆଇଏଏସ ଅଫିସର ଯେତେବେଳେ ବୁଦ୍ଧ ବ୍ୟକ୍ତିଙ୍କ ସହ ଆଲୋଚନା କରୁଥିଲେ ସେହି ସମୟରେ ତାଙ୍କ ପାଖରେ କୌଣସି ସୁରକ୍ଷା କର୍ମୀ ବି ନ ଥିଲେ ।

ସେମାନେ କାର ଭିତରେ ବସିଥିଲେ ଓ ରମେଶ ଘୋଳାପ ବାହାରେ ରାସ୍ତାରେ ବସି ବୁଦ୍ଧଙ୍କ ସହ ଆଲୋଚନା କରୁଥିଲେ । ଏହି ଫଟୋକୁ ଶେୟାର କରି ରମେଶ ଘୋଳାପ କହିଛନ୍ତି କି ମୋର ଅଭିଜ୍ଞାତା କହୁଛି କି ମାଟିରେ ଯେତେବେଳେ ଆମେ ପଦ ରଖୁ ସେତେବେଳେ ପାଦ ଖସେ ନାହିଁ କିନ୍ତୁ ଯେତେବେଳେ ଆମେ ମାର୍ବଲରେ ଗୋଡ ରଖି ଥାଉ ତେବେ ସେହି ସମୟରେ ଗୋଡ ଖସିବାର ଅଧିକ ଭୟ ଥାଏ ।
