ଦିନରେ ନିଦ ଲାଗୁଥିଲେ ଜାଣି ନିଅନ୍ତୁ ଏହାର କାରଣ, ନ ଚେତ ହୋଇପାରେ ବଡ ସମସ୍ୟା

ନାର୍କୋଲେପ୍ସି କାରଣରୁ ବ୍ୟକ୍ତି କୌଣସି ବି ପରିସ୍ଥିତିରେ ହଠାତ ଶୋଇପାରେ । ବହୁତ ଥର ରୋଗୀ ବସିଥିବା ସମୟରେ, ହସୁଥିବା ସମୟରେ ବା କାନ୍ଦୁଥିବା ସମୟରେ ଶୋଇବାକୁ ଲାଗେ । ସାଧାରଣତଃ କାହାରିକୁ ଯଦି ନିଦ ଆସେ ତାହାଲେ ଆମେ ତାକୁ ପରିଶ୍ରମ ଅବା ଅଧିକ ଖାଇଥିବା କାରଣରୁ ନିଦ ଲାଗୁଛି ବୋଲି ଭାବୁ । ଦିନରେ ମଧ୍ୟ ଦୁଇପହର ସମୟର ଭୋଜନ ପରେ ପ୍ରାୟତଃ ଅଧିକାଂଶ ଲୋକ ଅଧଘଣ୍ଟା ପାଇଁ ଶୋଇଥାନ୍ତି । ତେବେ କଣ ଏହାର କାରଣ ଆସନ୍ତୁ ଜାଣିବା ?

ଏହା ଏକ ସାମନ୍ୟ କଥା, ମାତ୍ର ଯଦି ଆପଣଙ୍କୁ ବାରମ୍ବାର ନିଦ ଲାଗୁଛି ତାହାଲେ ଆପଣଙ୍କୁ ନାର୍କୋଲେପ୍ସି ରୋଗ ହୋଇପାରେ । ତେବେ ଚାଲନ୍ତୁ ଜାଣିବା ନାର୍କୋଲେପ୍ସି ରୋଗ କଣ ?

ନାର୍କୋଲେପ୍ସି ଏକ ପ୍ରକାରର ସ୍ଳିପିଙ୍ଗ ଡିଜଅଡର ଅଟେ । ଯାହାଦ୍ୱାରା ରୋଗୀ କେବେବି କେଉଁଠି ହଠାତ ଶୋଇପାରେ । ଏହି ରୋଗରେ ପ୍ରଭାବିତ ରୋଗୀ ଯେତେବି ଶୋଇଥାଉନା କାହିଁକି ତାକୁ ଏମିତି ଲାଗିଥାଏ ଯେମିତି ସେ ଜମାରୁ ଶୋଇନାହିଁ । ଏହି ରୋଗର ଲକ୍ଷଣ କିଛି ଏମିତି ପ୍ରକାର ଅଟେକି ନାର୍କୋଲେପ୍ସିର ରୋଗୀକୁ ପୁରା ଦିନ ସାରା ନିଦ ଲାଗିଥାଏ । ରାତିରେ ଭରପୁର ନିଦ ନେବା ପରେବି ରୋଗୀକୁ ଦିନରେ ନିଦ ଲାଗିଥାଏ ।

ସାଧାରଣତଃ ନାର୍କୋଲେପ୍ସିରେ ପୀଡିତ ରୋଗୀ ସକାଳୁ ବହୁ ବିଳମ୍ବରେ ଉଠିଥାଏ । ନିଦ ସହ ରୋଗୀକୁ ଆଳସ୍ୟ ଓ ଦୁର୍ବଳ ଲାଗିଥାଏ । ଯଦି ଆପଣଙ୍କୁବି ଏମିତି ନିଦ ଆସୁଥାଏ ତାହାଲେ ଆଜିହିଁ ଡାକ୍ତରକୁ ଦେଖାନ୍ତୁ । ଏହା ଏକ ବଡ ସମସ୍ଯା ମଧ୍ୟ ହୋଇପାରେ, ଏମିତି ମଧ୍ୟ ଲୋକ ଅଛନ୍ତି ଯେଉଁ ମାନେ ଏହି ରୋଗର ଶିକାର ଅଟନ୍ତି ଓ ସେମାନେ ରାସ୍ତାରେ ଗାଡି ଚଲାଉଥିବା ସମୟରେ ମଧ୍ୟ ଘୁମେଇ ପଡନ୍ତି । ଯାହା ବହୁତ ଭୟଙ୍କର ହୋଇପାରେ ।

ତେବେ ଯଦି ଆପଣ ବି ଏହି ସମସ୍ୟାରେ ଶିକାର ଅଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ ଓ ଏହାର ଚିକତ୍ସା ଆରମ୍ଭ କରନ୍ତୁ ନ ହେଲେ ଆପଣ ବହୁତ ଅସୁବିଧାର ସମ୍ମୁଖୀନ ହେବେ । ତେବେ ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ଆମ ଖବର ଓଡିଆ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *