IMD ଦେଲା 7 ଜିଲ୍ଲାକୁ ରେଡ ୱାର୍ଣ୍ଣିଂ, ଦେଖନ୍ତୁ ଆପଣଙ୍କ ଜିଲ୍ଲା ଅଛି କି ନାହିଁ

ନମସ୍କାର ବନ୍ଧୁଗଣ, ରାଜ୍ୟରେ ପଶ୍ଚିମ ଝଡ ର ପ୍ରଭାବ । ଯାହା କାରଣରୁ ଗତ ଶନିବାର ସନ୍ଧ୍ୟା ଠାରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ ବିଜୁଳି, ଘଡଘଡି ଦେଖା ଯାଇଛି । ଯାହା ଫଳରେ ଅନେକ ବ୍ୟାପକ କ୍ଷୟ କ୍ଷତି ହୋଇଛି । କୁଆ ପଥର ବର୍ଷା ମଧ୍ୟ ରାଜ୍ୟ ର ଅନେକ ସ୍ଥାନରେ ଦେଖିବାକୁ ମିଳିଛି । ତେବେ ଆଜି ସକାଳୁ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସାଙ୍ଗକୁ ପବନ ଜୋର ରେ ହୋଇଛି ।

ବର୍ତ୍ତମାନ ର ସୂଚନା ଅନୁଯାୟୀ ରାଜଧାନୀ ବୁବନେଶ୍ବର ରେ ଆଜି ସକାଳି ସକାଳୁ ବର୍ଷା ହୋଇଛି । ଭୁବନେଶ୍ବର ରେ ପବନ, ବିଜୁଳି, ଘଡଘଡି ସହ ବର୍ଷା ହୋଇଛି । ଆଜି 7ଟି ଜିଲ୍ଲା କୁ ରେଡ ୱାର୍ନିଙ୍ଗ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ କେନ୍ଦ୍ର । ଏହି 7ଟି ଜିଲ୍ଲା ହେଉଛି ବାଲେଶ୍ଵର, କଟକ, ଢେଙ୍କାନାଳ, ଭଦ୍ରକ, ଯାଜପୁର, ଜଗତସିଂପୁର ଓ କେନ୍ଦ୍ରାପଡା । ଆସନ୍ତା 3 ଘଣ୍ଟା ପାଇଁ ଏହି ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର ।

ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନ ର ବେଗ 50ରୁ 60 କିମି ରହିବ । ବର୍ଷା ପ୍ରଭାବରେ ଆସନ୍ତା 2ରୁ 3 ଦିନ ହେବ ରାଜ୍ୟରେ ତାପମାତ୍ରା ଖାସୁଛି । ଦିନ ପରେ ପୁଣି ତାପମାତ୍ରା ବୃଦ୍ଧି ପାଇଛି ।  ଏହା ସହ ବରଗଡ, ସମ୍ବଲପୁର, ବଲାଙ୍ଗୀର, ମାଲକାନାଗିରି, ରାୟଗଡା ଆଦି ଜିଲ୍ଲା ରେ ବର୍ଷା ହେବାର ସମ୍ଭାବନା ଅଛି ।

ଦକ୍ଷିଣ ଓଡିଶା ଯେମିତି ଗଜପତି ଆଦି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଅଛି । 22 ତାରିଖ ରୁ ବର୍ଷାର ପ୍ରଭାବ ବହୁତ କମିଯିବ ବୋଲି ପୂର୍ବ ଅନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର । କିନ୍ତୁ ପୋଷ୍ଟାଲ ଓଡିଶାରେ ଏହାର ପ୍ରଭାବ ରହିବ । ମାର୍ଚ୍ଚ 23 ଆଡକୁ ତାପମାତ୍ରା ଓଡିଶାରେ ପ୍ରଭାବ କମିବ । କିନ୍ତୁ ମାର୍ଚ୍ଚ 24 ତାରିଖ ଆଡକୁ ଭାରତ ଉତ୍ତର ପଶ୍ଚିମ ଦେଇ ଗତି କରିବ ଯାହାର ପ୍ରଭାବରେ 25 ତାରିଖର ପାଣିପାଗ ରେ ପରିବର୍ତ୍ତନ ହୋଇପାରେ ।

ମାର୍ଚ୍ଚ ଶେଷ ଆଉ ଏପ୍ରିଲ 1 ତାରିଖ ଯାଏଁ ବର୍ଷା ହେବାର ସମ୍ଭବ ଅଛି । ଏପ୍ରିଲ ଦ୍ଵିତୀୟ ସପ୍ତାହ ପରେ ତାପମାତ୍ରା ବୃଦ୍ଧି ପାଇବ ଯାହା ବିଷୟରେ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ କେନ୍ଦ୍ର । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *