ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସାରା ରାଜ୍ୟ ରେ ପଶ୍ଚିମା ଝଡ କାରଣରୁ ନାହି ନ ଥିବା ଅସୁବିଧାର ସମୁଖିନ୍ନ ହେଉଛନ୍ତି ଜନ ସାଧାରଣ । ପଶ୍ଚିମା ଝଡ କାରଣରୁ ବର୍ଷା, ବିଜୁଳି, ଘଡଘଡି ସହ ଅତି ତୀବ୍ର ବେଗରେ ପବନ ମଧ୍ୟ ବୋହିବାରେ ଲାଗିଛି । ଯାହା ପାଇଁ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡିଲାଣି । ରାଜ୍ୟର କିଛି ଜାଗାରେ କୁଆ ପଥର ବର୍ଷା କାରଣରୁ ମଧ୍ୟ ଲୋକ ମାନଙ୍କର ଘର ଦ୍ଵାରା ଭାଙ୍ଗି ଯାଇଛି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ବର୍ତ୍ତମାନ ଆଉ ଏକ ବଡ ଖବର ଆସି ପହଞ୍ଚିଛି ପଶ୍ଚିମା ଝଡ କୁ ନେଇ ଯାହା ବିଷୟରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ସୂଚନା ଅନୁଯାୟୀ ରାଜ୍ୟରେ ଗୋଟିଏ ପଶ୍ଚିମ ଝଡ ର ତାଦଣ୍ଡ ନ ସରୁଣୁ ଆଉ ଏକ ପଶ୍ଚିମା ଝଡ ଆସୁଛି ।
ଆସନ୍ତା କାଲି ଉତ୍ତର ପଶ୍ଚିମ ଭାଗରେ ଆଉ ଗୋଟେ ପଶ୍ଚିମା ଝଡ ଆସିବା ନେଇ ପୂର୍ବ ଅନୁମାନ କରିଛି ଭାରତୀୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ସକାଳ 8ଟା 30 ମିନିଟ ଯାଏଁ କିଛି ସ୍ଥାନକୁ ଅରେଞ୍ଜ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ସମ୍ବଲପୁର, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ନୟାଗଡ, ଯାଜପୁର, କଟକ, ଭଦ୍ରକ, ବାଲେଶ୍ଵର, ନ୍ଦ୍ରାପଡା ଆଦି ଜିଲ୍ଲା ଗୁଡିକର ଗୋଟିଏ ଦୁଇ ଟି ସ୍ଥାନରେ ବିଜୁଳି ଘଡଘଡି ସହ 30 ରୁ 40 କିମି ବେଗରେ ଘଣ୍ଟା ପ୍ରତି ପବନ ବୋହିବାର ସମ୍ଭାବନା ରହିଛି ।
ସେପଟେ ଗତ ଦିନେ ଦୁଇ ଦିନ ଭିତରେ ପ୍ରବଳ ବର୍ଷା ଝଡ ତୋଫାନ ସାଙ୍ଗ କୁଆ ପଥର ମାଡ କାରଣରୁ ଚାଷ କ୍ଷେତ ରେ ପ୍ରଭାବ ପକାଇଛି । କିଭଳି ଭାବେ ଚାଷ କ୍ଷେତ ଗୁଡିକ ନଷ୍ଟ ହୋଇ ଯାଇଛି ତାହାର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେଉଁଠି ତରଭୁଜ ଚାଷ ତ ଆଉ କେଉଁଠି ବନ୍ଧା କୋବି ଚାଷ ନଷ୍ଟ ହୋଇ ଯାଇଛି କୁଆ ପଥର ବର୍ଷା କାରଣରୁ ।
ବିଶେଷ କରି କଟକ, ଯାଜପୁର, କେନ୍ଦ୍ରାପଡା ଆଦି ଜିଲ୍ଲା ଗୁଡିକରେ ଚାଷୀ ମାନଙ୍କର ଶହ ଶହ ଏକର ଜମିରେ ଚାଷ କୁଆ ପଥର ବର୍ଷା କାରଣରୁ ନଷ୍ଟ ହୋଇ ଯାଇଛି । କୁଆ ପଥର ବର୍ଷା ଯୋଗୁ ବ୍ୟାପକ କ୍ଷୟ କ୍ଷତି ହୋଇ ଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।