“ଆମ ପାଇଁ କେଉଁ ଭଗବାନରୁ କମ୍ ନୁହନ୍ତି ଭାରତୀୟ ସେନା” – ଜମ୍ମୁ କାଶ୍ମୀରର ଜଣେ ମହିଳା ଦେଲେ ଏଭଳି ମନ୍ତବ୍ୟ, ଜାଣନ୍ତୁ ପୁରା ଘଟଣା କଣ

ଦେଶ ପାଇଁ ଯଦି କେହି ଜୀବ ଦେଇପାରେ ସେ ହେଉଛନ୍ତି ସେହି ଦେଶର ସେନା ବା ବୀର ଯବାନ । ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଦିଅନ୍ତି ଏହି ଦେଶ ପାଇଁ ନିଜ ଘର ପରିବାରକୁ ଭୁଲି କେବଳ ଦେଶ ପାଇଁ ବଞ୍ଚନ୍ତି। ତେବେ ଭାରତୀୟ ସେନା ସବୁ ବେଳେ କିଛି ନା କିଛି କାରଣରୁ ଚ୍ଚର୍ଚାର ବିଷୟ ହୋଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେହି ସେନା ମାନଙ୍କ ବିଷୟରେ କିଛି ଏଭଳି କଥା କହିବାକୁ ଯାଉଛୁ ଯାହା ଶୁଣି ଆପଣ ବି ଗର୍ବ କରିବେ ।

ତେବେ ଜମ୍ମୁ କାଶ୍ମୀରରେ ଗତ କିଛି ସମୟ ଧରି ବହୁତ ହିଂସାର ବାତାବରଣ ସୃଷ୍ଟି ହୋଇଥିଲା । କିନ୍ତ ସେଠାକାର ସାଧାରଣ ଲୋକ ସେମାନଙ୍କୁ ଯେତେ ବି ହିଂଶ୍ର ପଣିଆ ଦେଖାଇଥିଲେ ମଧ୍ୟ ଭାରତୀୟ ସେନା ସେମାନଙ୍କ ପ୍ରତି ନିଜର କର୍ତ୍ତବ୍ୟରେ କେବେ ହେଳା କରି ନଥିଲେ । ଯେଉଁ ସେନାର ଜବାନ ଦେଶ ପାଇଁ ସୁରକ୍ଷା ଦେଉଛନ୍ତି  ସେମାନେ ସ୍ଥାନୀୟ ଲୋକ ମାନଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି । ଓ ଯେବେ ବି ଏଭଳି କିଛି ଘଟନା ନଜରକୁ ଆସିଥାଏ ତେବେ ଏହା ଦର୍ଶାଇ ଥାଏ କି ସେନାର ଜବାନ ସବୁବେଳେ ଏହି ଦେଶ ପାଇଁ ନିଜର ଜୀବନ ହାରିବାକୁ ବି ପ୍ରସ୍ତୁତ ଥାଏ।

କିନ୍ତୁ କିଛି ଲୋକ ଏମିତି ବି ଥାନ୍ତି ଯେଉଁମାନେ ଏହି ସେନା ମାନଙ୍କ ଉପରେ ଆରୋପ ମଧ୍ୟ ଲଗାଇଥାନ୍ତି, ତେବେ ଏହି ମଧ୍ୟରେ ଏମିତି ଏକ ଖବର ସାମ୍ନାକୁ ଆସିଲା ଯାହା ସେନା ଉପରେ ଆରୋପ ଲଗାଊଥିବା ନାଗରିକ ମାନଙ୍କର ଆଖି ଖୋଲିଦେଲା  । ଘଟଣାଟି ହେଲା, ଏକ ଗାଁର ମହିଳା ସେନାର ଏମ୍ବୁଲାନ୍ସରେ ନିଜ ଛୁଆକୁ ଜନ୍ମ ଦେଇଥିଲେ, ତେବେ ଏହା ନିୟନ୍ତ୍ରଣ ରେଖା ଏଲଓସି ପାଖରେ ଥିବା ଏକ ଗାଁ । କୁହାଯାଏ କି ଦୁର ବାଟରୁ ଗାଁରେ ରହୁଥିବା ଏହି ଗର୍ଭବତୀ ମହିଳାର ଅବସ୍ଥା ଏତେ ସଙ୍କଟାପନ୍ନ ହୋଇଗଲା କି ଯାହା ପାଇଁ ସେନାର ଆମ୍ବୁଲାନ୍ସରେ ତାଙ୍କୁ ମେଡିକାଲ୍ ଅଣାଯାଇଥିଲା ।

ସେନାଙ୍କ ପ୍ରବକ୍ତାଙ୍କ ଅନୁସାରେ ପ୍ରସବ ପୀଡା କାରଣରୁ ଜଣେ ମହିଳାଙ୍କ ସ୍ଥିତି ସଙ୍କଟାପନ୍ନ ହୋଇଯାଇଥିଲା । ସେଠାରେ ରହୁଥିବା ଗାଁ ଲୋକେ ସ୍ଥାନୀୟ ଏଲ୍ ଓ ସି ସେନାର ଏକ ଶିବିରରେ ଆସି ଯୋଗାଯୋଗ କଲେ । ଯାହାପରେ ସେନାର ଏକ ଡାକ୍ତରି ଟିମ୍  ସେହି ମହିଳାର ଘରେ ପହଞ୍ଚିଥିଲେ । ସେଠାରେ ମହିଳାଙ୍କ ଗମ୍ଭୀର ସ୍ଥିତି ଦେଖିକରି ଡାକ୍ତର ତାଙ୍କୁ ତତ୍ କାଳ ରାଜୋରି ସ୍ଥିତ ଏକ ମେଡିକାଲ୍ କୁ ନେବାପାଈଁ ଫଇସଲା କଲେ ।

ସେହି ମହିଳାଙ୍କୁ ମେଡିକାଲ୍ ନେବା ବାଟରେ ସେ ଆମ୍ବୁଲାନ୍ସରେ ହିଁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଲେ । ଏବେ ଖବର ମିଳିଛି କି ଏବେ ସେହି ମହିଳା ଓ ତାର ନବଜାତ ଶିଶୁ କନ୍ୟା ସୁସ୍ଥ ଅଛନ୍ତି । ସେନାର ଏହି ମାନବୀୟ କାର୍ଯ୍ୟ ଓ ବ୍ୟବହାରର ଯେତେ ପ୍ରଶଂସା କଲେ ବି କମ୍ ହେବ । ଖାସକରି ଏହି କ୍ଷେତ୍ରରେ ଯେଉଁଠି ସେନା ଉପରେ ସ୍ଥାନୀୟ ଲୋକେ ଅଧିକାଂଶ ସମୟରେ ପଥରମାଡ କରିଥାନ୍ତି । ସେମାନେ ଆଜି ଏପରି ସେନା ପାଇଁ ନିଜକୁ ଗର୍ବିତ ମନେ କରନ୍ତି ।

ତେବେ ଆପଣମାନେ ବି ଯଦି ଗର୍ବିତ ଆମ ଦେଶର ସେନା ପାଇଁ ତେବେ ଗୋଟେ ଶେୟାର ନିଶ୍ଚୟ କରିବେ। ଓ ଆଗକୁ ଏହିଭଳି ଖବର ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *