ଡିଗ୍ରୀ ଥାଇ ମଧ୍ୟ ଚାକିରି ମିଳୁ ନାହିଁ ତ ନିଜ ସହରରେ ଖୋଲନ୍ତୁ Indian Oil ର ପେଟ୍ରୋଲ୍ ପମ୍ପ, ୩ ଲକ୍ଷରୁ ଅଧିକ ହେବ ରୋଜଗାର ସବୁ ମାସରେ

ଆଜିକାଲି ବେକାରି ସମସ୍ୟା ଯେଉଁ ହାରରେ ବୃଦ୍ଧି ପାଉଛି ତାହା ଏକ ବଡ ଚିନ୍ତାର ବିଷୟ ହୋଇଗଲାଣି। କେତେ କେତେ ପିଲା ଭଲ ଭଲ ଡିଗ୍ରୀ ଥାଇ ମଧ୍ୟ ଚାକିରି ଟିଏ ପାଉ ନାହାନ୍ତି। ତେବେ ଆଜି ଆମେ ଆପଣଙ୍କୁ କହିବୁ ଯଦି ବି ଆପଣଙ୍କ ପାଖରେ କିଛି ଡିଗ୍ରୀ ନାହି କି ଆପଣ ବିଶେଷ ପାଠ ପଢି ନାହାନ୍ତି ତଥାପି ଆପଣ ମାସକୁ ୩ ଲକ୍ଷରୁ ଅଧିକା ଟଙ୍କା କେମିତି ରୋଜଗାର କରିବେ।

ଏଭଳି ଏକ ବ୍ୟବସାୟ ଅଛି ଯାହାଦ୍ୱାରା ଆପଣଙ୍କୁ ପ୍ରଚୁର ପରିମାଣରେ ଲାଭ ମିଳି ପାରିବ। ସେହି ବ୍ୟବସାୟ ହେଲା ନିଜ ସହରରେ ପେଟ୍ରୋଲ୍ ପମ୍ପ ଖୋଲିବା। ଏହି ବହୁତ ହିଁ ଫାଇଦା ଦାୟକ ବ୍ୟବସାୟ ବୋଲି ସମସ୍ତେ ମନନ୍ତି  । ପେଟ୍ରୋଲ୍ ପମ୍ପ ଜରିଆରେ ଆପଣ ସବୁ ମାସ ୫ ଲକ୍ଷର ଆୟ କରି ପାରିବେ । ଦେଶରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ପେଟ୍ରୋଲ୍ ପମ୍ପର ମାଲିକ ହେବାର ଆଶା ରଖିଛନ୍ତି । ଯଦି ଆପଣ ମଧ୍ୟ ସେମିତି କିଛି ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି ।

ଭାରତର ସବୁଠାରୁ ବଡ ତୈଳ ମାର୍କେଟିଙ୍ଗ୍ କମ୍ପାନୀ ଇଣ୍ତିଆନ୍ ଅୟେଲ୍ କର୍ପୋରେଶନ୍ ଦେଶର ଲୋକଙ୍କୁ ପେଟ୍ରୋଲ୍ ପମ୍ପ ଡିଲରସିପ୍ ଦେବାକୁ ଯାଉଛି । କମ୍ପାନୀ ଦେଶ ମଧ୍ୟରେ ୨୭ ହଜାର ନୂଆ ପେଟ୍ରୋଲ୍ ପମ୍ପ ଖୋଲିବା ପାଇଁ ଆବେଦନ କରିଛି । ଯଦି ଆପଣ ପେଟ୍ରୋଲ୍ ପମ୍ପର ଡିଲରସିପ୍ ନେବାକୁ ଇଚ୍ଛୁକ ତେବେ ଏହା ପାଇଁ ଆପଣଙ୍କୁ ଅନ୍ ଲାଇନ୍ ଆବେଦନ କରିବାକୁ ହେବ । କମ୍ପାନୀର ଏହି ୱେବ୍ ସାଇଡ୍ www.petrolpumpdealerchayan.in ଯାଇ ଡିଲରସିପ୍ ପାଇଁ ସବିଶେଷ ନିୟମ ଓ ସର୍ତ୍ତାବଳୀମାନ ଦିଆଯାଇଛି ।

ପେଟ୍ରୋଲ୍ ପମ୍ପ ଡିଲରସିପ୍ ନେବା ବହୁତ ସହଜ ଅଟେ । କମ୍ପାନୀର ନିୟମ ଓ ସର୍ତ୍ତ ବହୁତ କମ୍ ଅଟେ । ଯଦି ଆପଣଙ୍କ ପାଖରେ କମ୍ ପଇସା ଅଛି ଓ ଜାଗା ନାହିଁ ତେବେ ଆପଣ ତା ସତ୍ତ୍ୱେ ବି ଡିଲରସିପ୍ ପାଇଁ ଆବେଦନ କରିପାରିବେ । କିନ୍ତୁ ଡିଲରସିପ୍ ପାଇଲା ପରେ ଆପଣଙ୍କୁ ଜାଗା ଚିହ୍ନଟ କରିବାକୁ ହେବ । କିନ୍ତୁ ଆବେଦନ ପାଇଁ ଏହାର ଆବଶ୍ୟକତା ପଡିବ ନାହିଁ । ଡିଲରସିପ୍ ଚଲାଇବାକୁ ହେଲେ ସେହି ବ୍ୟକ୍ତି ପାଖରେ ସେତିକି ପଇସା ରହିବା ଜରୁରୀ କି ସେ ରିଟେଲ୍ ଆଉଟଲେଟ୍ ଚଲାଇପାରୁଥିବ । ଏଥିପାଇଁ ଗ୍ରାହକଙ୍କୁ ନିଜର ଏଫ୍ ଡି କିମ୍ବା ଅନ୍ୟ ସ୍ରୋତରୁ କିଛି ପ୍ରମାଣ ଆବଶ୍ୟକତା ପଡିନଥାଏ । ଖାଲି କମ୍ପାନୀକୁ ବିଶ୍ୱାସ ଦେଖେଇବାର ଅଛି କି ଆପଣ ଯେଉଁ ଆଉଟ୍ ଲେଟ୍ ଚଳାଇବେ ସେଥିପାଇଁ ଆପଣଙ୍କ ପାଖରେ ଯଥେଷ୍ଟ ପଇସା ଅଛି ।

Leave a Reply

Your email address will not be published. Required fields are marked *