ଜନ୍ମଭୂମି ପ୍ରତି ନିବିଡ ମମତା ହିନ ଅସଲ ଦେଶପ୍ରେମୀ ବୋଲି କୁହାଯାଏ । ଦେଶ ଓ ଦେଶର ଉନ୍ନତି ଆଗରେ ଧନ ସମ୍ପତିର ମୋହର ବା ମୂଲ୍ୟ ବା କେତେ ହୋଇଥାଏ । ଏମିତି ଜଣେ ମହାନ ବ୍ୟକ୍ତି ହେଲେ ଆପିଏସ ସନ୍ତୋଷ ମିସରା । ବିଦେଶରେ ମିଳିଥିବା ୫୦ ଲକ୍ଷ ଟଙ୍କାର ଚାକିରି ଛାଡି ସେ ପୋଲିସ ରେ ଚାକିରି କରିବା ପାଇଁ ପସନ୍ଦ କରିଛନ୍ତି ।

ଟୋକିଓ ଅଲମ୍ପିକ କୁସ୍ତିରେ ବ୍ରୋଞ୍ଚ ପଦକ ଜିତିଥିବା ରେଶଳର ବଜରଙ୍ଗ ପୁନିୟା ତାଙ୍କ ଅଫିସିୟାଲ ଟ୍ଵିଟରେ ଏହି ଆପିଏସ ଅଧିକାରୀଙ୍କ ଫୋଟୋ ସେୟାର କରିଛନ୍ତି । ଏହା ସହ ତାଙ୍କର ଅନେକ ପ୍ରଶଂସା ମଧ୍ୟ କରିଛନ୍ତି । ବଜରଙ୍ଗ ପୁନିୟା ତାଙ୍କ ପୋଷ୍ଟରେ ଆପିଏସ ଅଧିକାରୀ ସନ୍ତୋଷ ମିଶ୍ରାଙ୍କର ଦୁଇଟି ଫୋଟୋ ସେୟାର କରିଛନ୍ତି ।
ଏହି ଫୋଟୋ ରେ ଆପିଏସ ଅଧିକାରୀ ସନ୍ତୋଷ ସରକାରୀ ବିଦ୍ୟାଳୟରେ ପାଠ ପଢୁଥିବା ପିଲା ମାନଙ୍କୁ ଶିକ୍ଷା ଦାନ କରିବାର ନଜର ଆସୁଛନ୍ତି । ଅଫିସ କାମ ସାରିବା ପରେ ବାଳକ ସମୟ ଆପିଏସ ଅଧିକାରୀ ସନ୍ତୋଷ ମିଶ୍ରା ଗରିବ, ଅସହାୟ ଓ ଆର୍ଥିକ ଅଭାବରେ ରହୁଥିବା ପିଲା ମନାଙ୍କୁ ଶିକ୍ଷା ଦାନ କରି ନିଜର ସମୟ ଅତିବାହିତ କରିଥାନ୍ତି ।

ଦିନ ଥିଲା ସେ ଆମେରିକାର ନିୟୁର୍କ ସିଟିରେ ମାସିକ ୫୦ଲକ୍ଷ ଟଙ୍କା ବେତନରେ ଚାକିରି କରୁଥିଲେ । କିନ୍ତୁ ଟଙ୍କାର ଲୋଭ ବା ବିଦେଶର ରହଣସହଣି ତାଙ୍କୁ ବାନ୍ଧି ପାରି ନ ଥିଲା । ଦେଶ ବାହାରୁ ଚାକିରି ପାଇଁ ଯାଇଥିଲେ ସତ କିନ୍ତୁ ତାଙ୍କ ମନ ସର୍ବଦା ଦେଶ ଆଡକୁ ଟାଣୁଥିଲା ।
ଶେଷରେ ସେ ନିଜ ଦେଶ ଭାରତକୁ ଫେରି ଆସିଥିଲେ । ବର୍ତ୍ତମାନ ସେ ଉତ୍ତର ପ୍ରଦେଶ ଗୋଣ୍ଡା ଜିଲାରେ ଏସପି ଭାବେ କାର୍ଯ୍ୟରତ ଅଛନ୍ତି । ବର୍ତ୍ତମାନ ସେ ଟ୍ବିଟରେ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି ତାଙ୍କର ଏଭଳି ମହାନ କାମ ପାଇଁ । ବିହାର ନିବାସୀ ସନ୍ତୋଷ ମିଶ୍ରା ୨୦୧୩ ମସିହାର ବ୍ୟାଚ ଆପିଏସ ଅଧିକାରୀ ଅଟନ୍ତି । ୨୦୧୧ ମସିହାରେ ସେ ଆମେରିକାର ସଫ୍ଟ ୱେୟାର ଇଞ୍ଜିନିୟର ଚାକିରି ଛାଡିଥିଲେ ।
ସେହି ସମୟରେ ଆମେରିକାରେ ତାଙ୍କର ସାଲରି ୫୦ ଲକ୍ଷ ଟଙ୍କା ଥିଲା । ଚାକିରି ଛାଡିବା ପରେ ସେ ସିଭିଏଲ ଚାକିରି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ପ୍ରଥମ ପ୍ରୟାସ ରେ ଦେଶର ସବୁଠାରୁ ବଡ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବା ପରେ ଆପିଏସ ଅଧିକାରୀ ଭାବେ ସଫଳ ହୋଇଥିଲେ । ପାଟଣା ଜିଲ୍ଲାର ଜଣେ ଅବସର ପ୍ରାପ୍ତ ଅଧିକାରୀଙ୍କ ପୁଅ ହେଉଛନ୍ତି ସନ୍ତୋଷ ମିଶ୍ରା ।

ପିଲାଦିନୁ ସେ ମେଧାବୀ ଥିବାରୁ ବିହାର ସ୍କୁଲରୁ ୧୦ମ ଓ ଦ୍ଵାଦଶ ପାସ କରିବା ପରେ ସେ ପୁନେ ବିଶ୍ଵ ବିଦ୍ୟାଳୟରୁ ମେକାନିକାଲ ଇଞ୍ଜିନିୟରିଙ୍ଗ ରେ ଡିଗ୍ରୀ ହାସଲ କରିଥିଲେ । ଏହା ପରେ ସେ ୟୁରୋପର ଏକ କମ୍ପାନୀରେ ଚାକିରି ପାଇ ମନୋନୀତ ହୋଇଥିଲେ । ୟୁରୋପରେ ୪ବର୍ଷ କାମ କରିବା ପରେ ଆମେରିକା ଯାଇଥିଲେ । ଦୀର୍ଘ ୭ବର୍ଷ ଆମେରିକାରେ କାମ କରିବା ପରେ ନିଜ ଦେଶକୁ ଫେରି ଆସିଥିଲେ ।
ବନ୍ଧୁଗଣ ଆପଣ ମାନଙ୍କର ସନ୍ତୋଷ ମିଶ୍ରାଙ୍କର ଗରିବ ପିଲାଙ୍କୁ ଶିକ୍ଷାଦାନକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
