ଓଲିଉଡ ଫେମସ ସିଙ୍ଗର Ira Mohanty ଙ୍କ ଜୀବନୀ ଓ Family Album

ଓଲିଉଡ ଜଗତର କଳାକାର ମାନେ ନିଜର ଜ-ବ-ର-ଦ-ସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ଠିକ ସେହିପରି ଓଲିଉଡ ଜଗତରେ ଏମିତି କିଛି ଗାୟକ ଓ ଗାୟିକା ମାନେ ଅଛନ୍ତି ଯେଉଁ ମାନେ ନିଜ ସୁମଧୁର କଣ୍ଠ ରେ ଗୀତ ଗାଇ ଖୁବ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛନ୍ତି । ଏହା ଛଡା ଗୀତିକାର ମାନେ ସୋ-ସି-ଆ-ଲ ମି-ଡି-ଆ-ରେ ମଧ୍ୟ ନିଜର ଜବରଦସ୍ତ ସ୍ଵର ପାଇଁ ଖୁବ ଚର୍ଚ୍ଚା ରେ ରହିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଗୀତିକାର ଇରା ମହାନ୍ତି ଙ୍କ ଜୀବନୀ ଓ ପରିବାର ବିଷୟରେ କିଛି କଥା କହିବାକୁ ଯାଉଛୁ ।

ଆପଣ ମାନେ ଓଡିଶାର ପ୍ରସିଦ୍ଧ ଗୀତିକାର ଇରା ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ତାଙ୍କର ପ୍ରକୃତ ନାଁ ହେଉଛି ମଧୁମିତା ମହାନ୍ତି । ସେ ଓଡିଶାର ଆଗ ଧାଡିର ଜଣେ ଲୋକପ୍ରିୟ ଗାୟିକା ଭାବେ ପରିଚିତ ଅଟନ୍ତି । ସେ ଜୁଲାଇ ୨୩ ରେ ନିଜ ଜନ୍ମ ଦିବସ ପାଳନ କରିଥାନ୍ତି । ସେ ଖୋର୍ଦ୍ଧା ବାଳକାଟି ରେ ଜନ୍ମଗ୍ରହଣ କରିଥିଲେ । ବର୍ତ୍ତମାନ ସେ ତାଙ୍କ ପୁରା ପରିବାର ସହ ଭୁବେନେଶ୍ବର ରେ ରହୁଛନ୍ତି । ତାଙ୍କ ପିତାଙ୍କ ନାଁ ହେଉଛି ଜିତେନ୍ଦ୍ର ମହାନ୍ତି ଓ ମା ଙ୍କ ନାଁ ହେଉଛି କଳ୍ପନା ମହାନ୍ତି । ତାଙ୍କ ପରିବାରରେ ସେମାନେ ଦୁଇ ଭଉଣୀ ଓ ଗୋଟେ ଭାଇ ଅଛନ୍ତି ।

ପିଲା ଦିନୁ ତାଙ୍କର ସଙ୍ଗୀତ ପ୍ରତି ରୁଚି ରହିଥିଲା । ସେଥିପାଇଁ ସେ ମାତ୍ର ଦୁଇ ବର୍ଷ ବଯସରୁ ଗୀତ ଗାଇବା ଆରମ୍ଭ କରିଥିଲେ କେବଳ ନିଜ ପରିବାରର ପ୍ରେରଣା ପାଇ । ସେ ମେଲୋଡିରେ ନିଜର ସଂଗୀତ କ୍ଯାରିୟର ଆରମ୍ଭ କରିଥିଲେ ଯାହା ପାଇଁ ତାଙ୍କୁ ମେଲୋଡି କୁଇନ ଭାବେ ଜଣାଯାଏ । ୨୦୦୩ରେ ସେ ଜି ଟିଭିର ସାରେ ଗାମା ପା ସୋ ରେ ତୃତୀୟ ବିଜେତା ହୋଇଥିଲେ । ୨୦୦୬ରେ ସେ ଏଫଏମ ରେଡିଓରେ କାମ କରୁଥିଲେ । ସେ ସଂଗୀତ ନିର୍ଦେଶକ ମଳୟ ମିଶ୍ରଙ୍କ ନିର୍ଦେଶନାରେ ଅନେକ ଓଡିଆ ଭଜନରେ କଣ୍ଠ ଦାନ କରିଛନ୍ତି । ତାଙ୍କର ଗାଇଥିବା ଗୀତ ସକଳ ତୀର୍ଥ ତୋ ଚରଣରେ ସେ ଖୁବ ପ୍ରସିଦ୍ଧି ଲାଭ କରିଥିଲେ ।

ସେ ତାଙ୍କର ନମ୍ର ଓ କୋମଳ ବ୍ୟବହାର ପାଇଁ ଓଡିଶାରେ ଏକ ଚର୍ଚ୍ଚିତ ଚେହରା ଭାବେ ଜଣାଶୁଣା ଅଟନ୍ତି । ୨୦୧୩ରେ ସେ ଷ୍ଟେଟ ଫିଲ୍ମ ଆୱାର୍ଡରେ ସମ୍ମାନିତ ହୋଇଥିଲେ । ସେ ଇଷ୍ଟର୍ନ ମିଡିଆ ଲିମିଟେଡରେ ଜେନେରାଲ ମ୍ୟାନେଜର ଭାବେ କାମ କରିଥିଲେ । କାରଣ ତାଙ୍କର ଫ୍ୟାସନ ଡିଜାଇନ ପ୍ରତି ରୁଚି ରହିଥିଲା । ସେ ଗାଇଥିବା ଗୀତ ଗୁଡିକ ମଧ୍ୟରେ “ମୋ ଦୁନିଆ ତୁହି ତୁ”, “ମତେ ବୋହୁ କରି ନେଇ ଯା”, ‘ଆସିବୁ କେବେ ସାଜି ମୋ ରାଣୀ”, “ମୋ କୋଳ ତୋ ଝୁଲଣା” ଇତ୍ୟାଦି । ସେ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଆଧୁନିକ ଓ ଭଜନ ଗୀତ ରେ କଣ୍ଠ ଦାନ କରି ଓଡିଆ ଜଗତକୁ ଭେଟି ସ୍ୱରୂପ ପ୍ରଦାନ କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *