ଭାତ ଡାଲି Video କରି ଲକ୍ଷ ଲକ୍ଷ କମାଉଛନ୍ତି ଏହି Youtuber, ଦେଖନ୍ତୁ ତାଙ୍କ Success ପଛର କାହାଣୀ

ଆପଣମାନଙ୍କ ମଧ୍ୟରେ ପ୍ରାୟତଃ ଲୋକମାନେ ୟୁଟ୍ୟୁବର ଇଶାକ ମୁଣ୍ଡାଙ୍କୁ ଚିହ୍ନିଥିବେ । ଯାହାଙ୍କର ଭିଡିଓ ବର୍ତ୍ତମାନ ୟୁଟ୍ୟୁବରେ ବହୁତ ଭା-ଇ-ରା-ଲ ହେଉଛି । ସେ ସବୁଦିନ କେଉଁ ସବୁ ଖାଦ୍ୟ ସେବନ କରୁଛନ୍ତି ଓ ତାକୁ କେମିତି ତିଆରି କରୁଛନ୍ତି ସେହି ସବୁକୁ ଭିଡିଓ କରି ସେ ୟୁଟ୍ୟୁବରେ ଅପଲୋଡ କରିଥାନ୍ତି ।

ଏହି କ୍ରମରେ ସେ ବର୍ତ୍ତମାନ ୟୁଟ୍ୟୁବରୁ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି । ଆଜି ଆମେ ଆପଣଙ୍କୁ ଜଣେ ଦଶମ ଫେଲ ଶ୍ରମିକ କେମିତି ୟୁଟ୍ୟୁବର ହେଲେ ସେହି ବିଷୟରେ କହିବୁ । କହିଦେଉଛୁ କି ଇଶାକ ମୁଣ୍ଡାଙ୍କ ୟୁଟ୍ୟୁବରେ ୭ ଲକ୍ଷ ୨୭ ହଜାର ସସ୍କ୍ରାଇବ ଅଛନ୍ତି । ଇଶାକ ମୁଣ୍ଡାଙ୍କ ଅନୁସାରେ ସେ ଗତ ବର୍ଷ ମାର୍ଚ୍ଚ ୨୫ ରୁ ଏହି ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଥିଲେ । ସରକାର ଲକଡାଉନ କାରଣରୁ ସମସ୍ତେ ଘରେ ରହିବା ପାଇଁ ବାଧ୍ୟ ହୋଇଗଲେ ।

ଏମିତିରେ ନା ହିଁ ତାଙ୍କୁ କୌଣସି କାମ ମିଳିଲା ଓ ନା ହିଁ ଟଙ୍କା । ଯେଉଁ କାରଣରୁ ଆର୍ଥିକ ସମସ୍ୟା ଦେଖାଦେଲା । ଏହା ପରେ ସେ ଏକ ୟୁଟ୍ୟୁବ ଚ୍ୟାନେଲକୁ ଆରମ୍ଭ କରିଲେ । ପ୍ରଥମେ ଆମେ ଗୋଟିଏ ବାସୀ ପଖାଳର ଭିଡିଓ ସେ ଛାଡିଲେ । ଇଶାକ ମୁଣ୍ଡା କହିଲେ କି ମୁଁ ୭ମ କ୍ଳାସ ପର୍ଯ୍ୟନ୍ତ ପଢିଛି । ସେଥିପାଇଁ ମୁଁ ବିଶେଷ କିଛି କରି ପାରିବି ନାହିଁ । ଏମିତିରେ ମୁଁ କେବଳ ନିଜର ଲାଇଫ ଷ୍ଟାଇଲ ବିଷୟରେ ହିଁ କହି ପାରିବି ଓ ତାହାକୁ ହିଁ ମୁଁ ଭିଡିଓ ମାଧ୍ୟମରେ ସମସ୍ତଙ୍କୁ ଦେଖାଇଲି ।

ଆମେ ସବୁଦିନ କଣ ଖାଇଲୁ ଓ ରାତିରେ କଣ ଖାଇଲୁ, ତାହାର ସବୁ ଭିଡିଓକୁ ଆମେ ୟୁଟ୍ୟୁବରେ ଅପଲୋଡ କରିଲୁ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ୨୫୯ ଟି ଭିଡିଓ ଅପ୍ଲୋଡ କରିସାରିଛନ୍ତି । ସେ ଆଗକୁ କହିଲେ କି ଲକଡାଉନ କାରଣରୁ ସେ ଜିଓ ଫୋନରେ ବସି ୟୁଟ୍ୟୁବରେ ଭିଡିଓ ଦେଖୁଥିଲେ ।

ଏମିତିରେ ସେ ଦେଖିଲେ କି ୟୁଟ୍ୟୁବରେ କେହି ବି ଭିଡିଓ ଅପଲୋଡ କରି ପାରିବି ଓ ସେଥିରୁ ଟଙ୍କା ଆୟ ମଧ୍ୟ କରି ହେବ । ଏହା ପରେ ଇଶାକ ମୁଣ୍ଡା ୟୁଟ୍ୟୁବରେ ଭିଡିଓ ଅପଲୋଡ କରିବେ ବୋଲି ନିଷ୍ପତି ନେଲେ ।

ମାର୍ଚ୍ଚ ମାସ ୨୫ରୁ ଯେତେବେଳେ ଇଶାକ ମୁଣ୍ଡା ଭିଡିଓ ଅପଲୋଡ କରିଲେ ତେବେ ତାହାର ଠିକ ୪ ମାସ ପରେ ଅର୍ଥାତ ଜୁଲାଇ ମାସ ଠାରୁ ତାଙ୍କୁ ଟଙ୍କା ମିଳିବା ଆରମ୍ଭ ହେଲା । ପ୍ରଥମେ ତାଙ୍କୁ ୩୭ ହଜାର ଟଙ୍କା ମିଳିଲା । କିନ୍ତୁ ୨୦୨୦ ଅଗଷ୍ଟ ମାସରେ ତାଙ୍କୁ ସବୁଠୁ ଅଧିକ ଟଙ୍କା ୫ ଲକ୍ଷ ଟଙ୍କା ମିଳିଥିଲା । ଗତ ମାସରେ ତାଙ୍କୁ ୮୩ ହଜାର ଟଙ୍କା ମିଳିଛି । ଯାହାକି ଜଣେ ଶ୍ରମିକ ପାଇଁ ବହୁତ ବଡ ଆମାଉଣ୍ଟ ଅଟେ । ସେ କହିଲେ କି ମୁଁ କେବେ ବି ଚିନ୍ତା କରି ନ ଥିଲି କି ମୁଁ ଏତେ ଟଙ୍କା ପାଇବି ।

ଏହା ପରେ ସେ ନିଜର ସମସ୍ତ ଦର୍ଶକମାନଙ୍କୁ ଧନ୍ୟବାଦ ମଧ୍ୟ କହିଛନ୍ତି । ପ୍ରଥମେ ସେ କୁଲି କାମ, ଦିନ ମଜୁରିଆ କାମ କରି ନିଜର ଘର ଚଲାଉ ଥିଲେ । ଏହା ସହିତ ସେ କେତେକ ଧନୀ ଘରେ ଚାକରର କାମ ମଧ୍ୟ କରିଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କର ସ୍ଥିତି ବହୁତ ବଦଳି ଯାଇଛି । ପୂର୍ବରୁ ବହୁତ ଅସୁବିଧାରେ ଚଳୁଥିଲେ ଇଶାକ ମୁଣ୍ଡା କିନ୍ତୁ ବର୍ତ୍ତମାନ ସେ ବହୁତ ଖୁସିରେ ଅଛନ୍ତି । ସେ ନିଜର ସେହି ୫ ଲକ୍ଷ ଟଙ୍କାରେ ଛାତ ଘର ତିଆରି କରିଛନ୍ତି ।

ସେ ଆଗକୁ କହିଲେ କି ହିନ୍ଦୀରେ ସେ ଏଥିପାଇଁ କହିଲେ ଯାହା ଦ୍ଵାରା ସମସ୍ତେ ବୁଝି ପାରିବେ ଓ ସମସ୍ତେ ଜାଣି ପାରିବେ କି ଏହିଭଳି ଜଙ୍ଗଲ ଓ ପାହାଡ ମଝିରେ ବି ଏହିଭଳି ଲୋକମାନେ ବି ରହୁଛନ୍ତି । କହିଦେଉଛୁ କି ଯେଉଁ ୟୁଟ୍ୟୁବର ଭିଡିଓ ଦେଖିବା ଗୋଟିଏ ପ୍ରକାରର ନିଶା ଥିଲା ଆଜି ଇଶାକ ମୁଣ୍ଡାଙ୍କ ପାଇଁ ସେହି ୟୁଟ୍ୟୁବ ଭିଡିଓ ଟଙ୍କା ଆୟର ଏକ ନୂତନ ମାଧ୍ୟମ ହୋଇଯାଇଛି ।

Leave a Reply

Your email address will not be published. Required fields are marked *