ଇଶ୍ଵରଙ୍କ 5ଟି ସଂକେତ! ଭଗବାନ ଆପଣଙ୍କ ସହ ଅଛନ୍ତି କି ନାହାନ୍ତି, ଏମିତି ଜାଣନ୍ତୁ

ବନ୍ଧୁଗଣ, ଈଶ୍ଵରଙ୍କ ପ୍ରେମ ମୁଖ୍ୟତ ସମସ୍ତେ ଚାହିଁଥାନ୍ତି । କିନ୍ତୁ ଈଶ୍ଵର ସମସ୍ତଙ୍କୁ ଅଲଗା ଅଲଗା ଭାବଢଙ୍ଗି ରେ ନିଜର ପ୍ରେମ ଅର୍ପଣ କରିଥାନ୍ତି । କେତେକଙ୍କ ଜୀବନ ରେ ଅପାର ଦୁଖ ରହିଥିବା ବେଳେ ଆଉ କେତେକଙ୍କ ଜୀବନରେ ମିଶ୍ରିତ ଭାବରେ ସ୍ଥିତି ରହିଥାଏ । ମାତ୍ର ସାଧାରଣ ମନୁଷ୍ୟ ସାଙ୍ଗରେ ଯେତେବେଳେ କିଛି ଖରାପ ହୋଇଥାଏ ତେବେ ସେ ମନରେ ଏହି ଚିନ୍ତାଧାରା ଆଣିଥାଏ ଯେ ଈଶ୍ଵର କେବେ ତା ସାଥ ଦେବେ । ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ୫ ଟି ସଙ୍କେତ ସମ୍ବନ୍ଧରେ, ଏହି ସଙ୍କେତ ମାନ କୁ ଆଧାର କରି ଆପଣ ଜାଣିପାରିବେ ଯେ, ଈଶ୍ଵର ଆପଣଙ୍କର କେତେ ନିକଟତର ଅଛନ୍ତି ।

୧- ଭଗବାନ ଯଦି ଆପଣଙ୍କୁ ପ୍ରେମ କରୁଛନ୍ତି ତେବେ ତାହାର ସବୁଠାରୁ ପ୍ରଥମ ସଙ୍କେତ ହେଉଛି ଯେ, ଆପଣ ଯାହା ମଧ୍ୟ କରନ୍ତୁ ସେଥିରୁ ଆପଣଙ୍କୁ ବିଫଳତା ମିଳିବ ।

ଆପଣଙ୍କୁ ସଫଳତା ମିଳିବ ନାହିଁ । ଏହା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ମାତ୍ର ଏହା ସତ୍ୟ ଅଟେ । ଆପଣ ଯେଉଁ ସବୁ କାମ ରେ ନିଜର ୧୦୦ ପ୍ରତିଶତ ଦେଲେ ମଧ୍ୟ ସେଥିରୁ ଆପଣଙ୍କୁ ଅସଫଳତା ହିଁ ପ୍ରାପ୍ତ ହେବ ।

୨- ଆପଣଙ୍କର ନିଜ ଉପରେ ଥିବା ବିଶ୍ଵାସ ଶେଷ ହୋଇଯିବ । ଈଶ୍ଵର ଯେତେବେଳେ ଆପଣଙ୍କ ସାଥିରେ ରହିଥାନ୍ତି ତେବେ ଆପଣଙ୍କୁ ଏକୁଟିଆ ଲାଗିଥାଏ । ଆପଣ ଚିନ୍ତା କରି ପାରିବେ ନାହିଁ ଯେ ଆପଣଙ୍କୁ ଆଗକୁ କଣ କରିବାର ଅଛି । ଆପଣ ନିଜକୁ ଏକ ଏଭଳି ସ୍ଥିତି ରେ ଅନୁଭବ କରିବେ ଯେ, ଆପଣଙ୍କର କେହି ମଧ୍ୟ ସାହାର୍ଯ୍ୟ କରି ପାରିବେ ନାହିଁ । ଆପଣ ନିଜର ସମସ୍ୟା କାହାକୁ କହି ମଧ୍ୟ ପାରିବେ ନାହିଁ ।

୩- ଆପଣଙ୍କ ଜୀବନରେ ଦୁଖ ଚରମ ସୀମା ରେ ଅବସ୍ଥିତ ଥିବ । ଆପଣଙ୍କୁ ଅନୁଭବ ହେବ ଯେ, ଆପଣଙ୍କ ସ୍ଥିତି ଏହାଠାରୁ ଖରାପ ଆଉ କଣ ବା ହୋଇପାରେ ? ଆପଣ ଦୁଖ ର ଚରମ ସୀମା କୁ ଅନୁଭବ କରିନେବେ । ଈଶ୍ଵର ସର୍ବ ପ୍ରଥମେ ହାର ଶିଖାଇ ଥାନ୍ତି କାରଣ ଯଦି ଆପଣ ନିଜ ଜୀବନରେ ହାରିବା ଶିଖିବେନି ତେବେ ଆପଣ ଜିତି ପାରିବେ ନାହିଁ ।

୪- ଯେବେ ଆପଣଙ୍କର ସମସ୍ତ ଆଶା ସମାପ୍ତ ହୋଇଯିବ, ତେବେ ଆପଣଙ୍କ ମଧ୍ୟରେ ନିଜକୁ ବୁଝିବା ନିମନ୍ତେ ଏକ ପ୍ରତିକ୍ରିୟା ଆରମ୍ଭ ହେବ । ଏଥିରୁ ଆପଣ ନିଜକୁ ପରଖିବେ ଯେ, ଆପଣଙ୍କ ମଧ୍ୟରେ କେଉଁ ଗୁଣ ର ଅଭାବ ରହିଅଛି । ଆପଣ ଜୀବନରେ ଯାହା ସବୁ ହରାଇଛନ୍ତି ତାହା ପଛର କାରଣ ଖୋଜିବା ଆରମ୍ଭ କରିଦେବେ ।

୫- ଆପଣଙ୍କ ଜୀବନରେ ଆପଣଙ୍କ କ୍ୟାରେକ୍ଟର ଅଥବା ଆପଣଙ୍କର ଚରିତ୍ରରେ ନୂତନ ପରିବର୍ତ୍ତନ ହେବ । ଯେତେବେଳେ ଆପଣ ନିଜ ସହିତ ଜଡିତ ହେବାକୁ ପ୍ରୟାସ କରିଥାନ୍ତି, ସେତେବେଳେ ଆପଣ ନିଜ ମଧ୍ୟରେ ଥିବା ଦୁର୍ଗୁଣ କୁ ବୁଝିବାକୁ ଲାଗିଥାନ୍ତି । ଆପଣ ପ୍ରଥମ ଠାରୁ ଅଧିକ ଶାନ୍ତ ସରଳ ହୋଇଯାଆନ୍ତି । ଏହା ସହିତ ସମସ୍ତ ସ୍ଥିତି କୁ ଭଲ ଭାବରେ ବୁଝିବାକୁ ମଧ୍ୟ ଲାଗିଥାନ୍ତି । ବନ୍ଧୁଗଣ ଯଦି ଆପଣ ମାନଙ୍କ ସହିତ ଏହି ସବୁ ଘଟଣା ଘଟୁଅଛି ଆପଣ ବୁଝି ନିଅନ୍ତୁ ଯେ ଈଶ୍ଵର ଆପଣଙ୍କ ସହିତ ଅଛନ୍ତି । ଏହି ପ୍ରସଙ୍ଗ କୁ ନେଇ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *