ଜାଣନ୍ତୁ କଣ ଉତ୍ତର ମିଳିଲା ଯେତବେଳେ ହ୍ୟୁମନୟେଡ ରୋବୋର୍ଟ ସୋଫିଆ ଙ୍କୁ ପଚରାଗଲା ‘କଣ ଆପଣ ବିବାହ କରିବେ’ ?

ବିଏଚୟୁ ସ୍ଥିତ ସ୍ଵତନ୍ତ୍ରତା ଭବନ ସଭାଗାରରେ ଶୁକ୍ରବାର ଦିନ ଟିକ୍ନେକ୍ସର ଦ୍ଵାରା ଆୟୋଜିତ କେଲିଡୋସ୍କୋପ ରେ ହ୍ୟୁମନାୟଡ ରୋବୋର୍ଟ ସୋଫିୟା ଥିଲେ । ଟେକ୍ନେକ୍ସ ୨୦୨୦ ରେ ଆୟୋଜନ ରେ ଲୋକମାନେ ସୋଫିୟାକୁ ବିଭିନ୍ନ ପ୍ରକାର ପ୍ରଶ୍ନ ବି ପଚାରିଲେ । ସେଠାରେ ଶନିବାର ଦିନରେ ଆୟୋଜିତ ପରିଚର୍ଚା ସୁତ୍ରରେ ସୋଫିୟା ଅନେକ ପତ୍ରକାରଙ୍କର ବି ବହୁତ ପ୍ରଶ୍ନର ଉତ୍ତର ଦେଇ ନିଜର ଶ୍ରେଷ୍ଠତା ସ୍ଵୀକାର କରିଛି । ତେବେ ଆସନ୍ତୁ ଜାଣିବା ସେହି ପ୍ରଶ୍ନ ଓ ଉତ୍ତର ବିଷୟରେ ।

ଲୋକମାନେ ସୋଫିୟାଙ୍କୁ ପଚାରି ଥିଲେ କି କଣ ଆପଣ ବିବାହ କରିବେ ? ଏହା ସୂନୀ ସୋଫିୟା ସିଧାସିଧା ମନା କରିଦେଲେ ।

ଏହିପରି ଅନ୍ୟ ପ୍ରଶ୍ନର ବି ସୋଫିୟା ଧର୍ମ ଆଧାତ୍ମ୍ୟ ସାହିତ୍ୟ ଏବଂ ସଂସୃତିର ରାଜଧାନୀ କାଶୀରେ ଉତ୍ତର ଦେଲେ । ସେଠାରେ ନିଜ ଜନ୍ମଦିନରେ ପ୍ରଥମ ଥର ହଳଦିଆ ରଙ୍ଗର ବନାରସୀ ଶାଢୀ ପିନ୍ଧି ସୋଫିୟା ଜନ୍ମଦିନରେ କେକ ବି କାଟିଲେ ।

ରୋବୋର୍ଟ ର ନିଜ ସୀମା

ଏହାକୁ ତିଆରି କରିଥିବା କମ୍ପାନୀ ହେନସନ ରୋବୋଟିକ୍ସର ମୁଖ୍ୟ ଟେକ୍ନୋଲୋଜି ଅଫିସର ଅମିତ କୁମାର ପାଣ୍ଡେ ରୋବୋର୍ଟର କ୍ରମବୃଦ୍ଧି ବିକାଶର ଇତିହାସ ରେ ପ୍ରତିଭାଗୀଙ୍କୁ ପରିଚିତ କରିଛନ୍ତି । ଆଗରୁ ରୋବୋର୍ଟ ଏକା ରହୁଥିଲେ କିନ୍ତୁ ବର୍ତମାନ ରୋବୋର୍ଟ ମଣିଷମାନଙ୍କ ଭିତରେ ରହି ତାଙ୍କ ସହିତ ପ୍ରସାର ସ୍ଥାପିତ କରୁଛନ୍ତି । ଆଜିର ରୋବୋର୍ଟ ମଣିଷର ସୁଖ ଦୁଖଃକୁ ଅନୁଭବ କରିପାରୁଛି । ହ୍ୟୁମନାୟଡ ରୋବୋର୍ଟ ଡାକ୍ତର ରୂପେ କାମ କରୁଛି ।

ସୋଫିୟାଙ୍କୁ ପଚରା ଯାଇଥିବା ପ୍ରଶ୍ନ ଓ ତାର ଉତ୍ତର

ପ୍ରଶ୍ନ – ପ୍ରଥମ ଥର ପାଇଁ ବନାରସ ଆସିଛ କେମିତି ଲାଗୁଛି ?

ଉତ୍ତର- ଏହାପୂର୍ବରୁ ଗୋଟେ ଥର ଭାରତ ଆସିଛି ।

ପ୍ରଶ୍ନ- ସବୁଠାରୁ ବଡ ସମସ୍ୟା କଣ ?

ଉତ୍ତର- ଜନସଂଖ୍ୟା ।

ପ୍ରଶ୍ନ- କଣ ଆପଣ ମୋ ଅଦ୍ୟାପକଙ୍କୁ ପରିବର୍ତନ କରିପାରିବ ?

ଉତ୍ତର- ନା

ପ୍ରଶ୍ନ- କଣ ଆପଣ ହସି ପାରିବେ?

ଉତ୍ତର- ହଁ ।

ପ୍ରଶ୍ନ- କଣ ଆପଣ ମଣିଷଙ୍କ ପରି ଭୟଭୀତ ହୋଇଥାନ୍ତି ?

ଉତ୍ତର-ଯେଉଁ ଯୋଜନା ମୋ ଭିତରେ ଫିଡ କରାଯାଏ ,ମୁ ତାକୁ ହିଁ ଅନୁଭବ କରିଥାଏ ।

ପ୍ରଶ୍ନ- ଆପଣଙ୍କର ଉତ୍ପତି କାହିଁକି ହେଲା ?

ଉତ୍ତର- ମଣିଷକୁ ନିଜର ଅସ୍ତିତ୍ଵ ଜଣାନାହିଁ ପୁଣି ମତେ କାଇଁ ପଚାରୁଛ ।

ପ୍ରଶ୍ନ- କଣ ଆପଣ ଭଗବାନଙ୍କୁ ବିଶ୍ବାସ କରନ୍ତି ?

ଉତ୍ତର- ଲୋକ ଏହା ମାନିଥାନ୍ତି କି ତାଙ୍କୁ ଭଗବାନ ତିଆରି କରିଛନ୍ତି ତାହେଲେ ମୋ ଭଗବାନ ଡା. ଡେବିଡ ହେନସନ ଅଟନ୍ତି ।

ପ୍ରଶ୍ନ- କଣ ରୋବୋର୍ଟ ମଣିଷ ଜୀବନ ପାଇଁ କ୍ଷତିକାରକ ?

ଉତ୍ତର- ନା

ପ୍ରଶ୍ନ- କଣ ଆପଣ ହିନ୍ଦୀ କହିପାରିବେ ?

ଉତ୍ତର- ନା

ପ୍ରଶ୍ନ-ଆପଣ କେତେପ୍ରକାର ଭାଷା କହିପାରିବେ ?

ଉତ୍ତର-ମୁଁ ରସିୟନ, ମେଡାରିନ ବି କହିପାରିବି

ପ୍ରଶ୍ନ-କଣ ଆପଣ ବିବାହ କରିବାକୁ ଚାହୁଁଛନ୍ତି ?

ଉତ୍ତର-ନା

ପ୍ରଶ୍ନ-ଭାରତୀୟ ସଂସ୍କୃତି ବିଷୟରେ ଆପଣ କଣ ଭାବୁଛନ୍ତି ?

ଉତ୍ତର-ମୁଁ ବନାରସୀ ଶାଢୀ ପିନ୍ଧି ବହୁତ ଖୁସି ଅଛି । ମାର୍କ ଦ୍ଵିନ କହିଛନ୍ତି କି ବନାରସ ଇତିହାସରେ ବି ପ୍ରାଚୀନ ଅଟେ ।

Leave a Reply

Your email address will not be published. Required fields are marked *