ବଲୀଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଂଡୀସଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅଟକ ରଖା ଯାଇ ଥିଲା । ପ୍ରବର୍ତନ ନିର୍ଦେଶାଳୟ ଅର୍ଥାତ ED ରବିବାର ଦିନ ଅଭିନେତ୍ରୀଙ୍କୁ ୨୦୦ କୋଟି ଟଙ୍କାର ଏକ ଠକେଇ ମାମଲାରେ ମୁମ୍ବାଇ ଏୟାରପୋର୍ଟରେ ଅଟକ ରଖିଥିଲେ । ଏହା ପୂର୍ବରୁ ହିଁ ED ଜ୍ୟାକଲିନ ଫର୍ନାଂଡୀସଙ୍କ ବିରୁଦ୍ଧରେ ଲୁକ ଆଉଟ ସର୍କୁଲାର ଜାରି କରି ଥିଲେ । ସୂଚନା ଅନୁସାରେ ଗତକାଲି ଜ୍ୟାକଲିନ ଫର୍ନାଂଡୀସ ଦୁବାଇରେ ଏକ ଶୋରେ ଯୋଗ ଦେବା ପାଇଁ ମୁମ୍ବାଇ ଏୟାରପୋର୍ଟକୁ ଯାଇ ଥିଲେ ।
କିନ୍ତୁ ସେଠି ତାଙ୍କୁ ଏୟାରପୋର୍ଟର ଅଧିକାରୀ ଅଟକାଇ ଦେଇ ଥିଲେ । ସେଠୁ ତାଙ୍କୁ ଦିଲ୍ଲୀ ନିଆଯାଇ ଜେରା କରାଯିବ ବୋଲି କୁହାଯାଉଛି । ଏଜେନ୍ସି ତାଙ୍କୁ କଥିତ ରୂପରେ ସୁକେଶ ଚନ୍ଦ୍ର ଶେଖର ଓ ଅନ୍ୟ କେତେକଙ୍କ ବିରୁଦ୍ଧରେ ଠକେଇ ମାମଲା ସାମ୍ନାକୁ ଆସିବା ପରେ ଏହାର ଯାଞ୍ଚରେ ଜ୍ୟାକଲିନ ଫର୍ନାଂଡୀସ ସାମିଲ ହେବାର ସମ୍ଭାବନା ଜତାଇ ତାଙ୍କୁ ଏୟାରପୋର୍ଟରେ ଅଟକାଇ ଦେଇଥିଲେ ।

ମୁମ୍ବାଇ ଏୟାରପୋର୍ଟର ଅଧିକାରୀଙ୍କ କହିବା ଅଟେ କି ଇଡ଼ି ଦ୍ଵାରା ଜାରି କାରାଯାଇଥିବା ସର୍କୁଲାର ଆଧାରରେ ୩୬ ବର୍ଷୀୟ ଅଭିନେତ୍ରୀଙ୍କୁ ସେମାନେ ଅଟକ ରଖି ଥିଲେ । ଏହା ପରେ ED ଅଧିକାରୀମାନେ ଆସିଲେ ଓ ତାଙ୍କୁ ଯାତ୍ରାର ଅନୁମତି ଦେଲେ ନାହିଁ ଓ ଜ୍ୟାକଲିନଙ୍କୁ ଦେଶ ଭିତରେ ରହିବା ପାଇଁ କହିଲେ । କାରଣ ତାଙ୍କୁ ଏହି ଠକେଇ ମାମଲାର ଯାଞ୍ଚରେ ସାମିଲ ହେବାକୁ ପଡିପାରେ ।
କହିଦେଉଛୁ କି ଚନ୍ଦ୍ର ଶେଖର ଓ ତାର ଅଭିନେତ୍ରୀ ପତ୍ନୀ ଲୀନା ମାରିୟା ପଲ ଏବଂ ଅନ୍ୟ କିଛି ବ୍ୟକ୍ତିମାନଙ୍କ ବିରୁଦ୍ଧରେ ୨୦୦ କୋଟି ଟଙ୍କାର ମାମଳାକୁ ନେଇ ଇଡ଼ି ଦିଲ୍ଲୀ ହାଇକୋର୍ଟରେ ଏକ ଚାର୍ଜସିଟ ଦାଖଲ କରିଥିଲେ ।

ତିହାର ଜେଲରେ ଥାଇ ଜଣେ ବ୍ୟବସାୟଙ୍କ ପତ୍ନୀଙ୍କ ଠାରୁ ୨୦୦ କୋଟି ଟଙ୍କା ଆଦାୟ କରିଛନ୍ତି ବୋଲି ସୁକେଶ ଚନ୍ଦ୍ରଶେଖରଙ୍କ ନାଁରେ ଅଭିଯୋଗ ରହିଛି । ଏହା ସହିତ ସୁକେଶଙ୍କ ଆକାଉଣ୍ଟରୁ ଜ୍ୟାକଲିନଙ୍କ ଆକାଉଣ୍ଟକୁ ଟଙ୍କା କାରୋବର ହୋଇଛି ।
ଯାହାର କି କିଛି ପ୍ରମାଣ ଇଡ଼ି ହାତରେ ଲାଗିଛି । ଏହା ଛଡା ସୁକେଶ ଜ୍ୟାକଲିନଙ୍କୁ ୫୨ ଲକ୍ଷ ଟଙ୍କାର ଘୋଡା, ୯ ଲକ୍ଷ ଟଙ୍କାର ଗୋଟିଏ ବିଲେଇ ସହ ମୋଟ ୧୦ କୋଟି ତାଙ୍କର ଉପହାର ଦେଇଛନ୍ତି ବୋଲି ଇଡ଼ି ନିଜର ଚାର୍ଗସିଟରେ ଦର୍ଶାଇଛି ।

ଏହି ମାମଲାରେ ଅଭିନେତ୍ରୀ ନୋରା ଫତେଇଙ୍କ ନାଁ ବି ସାମିଲ ଅଛି । ନୋରାଙ୍କୁ ସୁକେଶ ଦାମୀ କାର ଦେଇଛନ୍ତି । ଏହି ମାମଲାରେ ଇଡ଼ି ଜ୍ୟାକଲିନ ଓ ନୋରାଙ୍କୁ ଡାକି ଜେରା ବି କରିସାରିଛି । ଯାଞ୍ଚ ଶେଷ ନ ହେବା ପର୍ଯ୍ୟନ୍ତ ଜ୍ୟାକଲିନ ଦେଶ ଛାଡି ଯାଇ ପାରିବେ ନାହିଁ ବୋଲି ଇଡ଼ି ତରଫରୁ ତାଙ୍କୁ କୁହାଯାଇଛି ।
