ଯଦି ଆପଣ ପରଫ୍ୟୁମ ଲଗାଉଛନ୍ତି ତେବେ ସାବଧାନ! ଯାଇପାରେ ଜୀବନ

ଆଜିକାଲିର ସମସ୍ତେ ପରଫ୍ୟୁମ ବ୍ୟବହାର କରିବାକୁ ଅଧିକ ପସନ୍ଦ କରିଥାନ୍ତି । କାରଣ ଏହା ତାଙ୍କୁ ଅନ୍ୟମାନଙ୍କ ସାମ୍ନାରେ ଭଲ ଇମ୍ପ୍ରେସନ ପକାଇବାରେ ସାହାର୍ଯ୍ୟ କରିଥାଏ । ଯଦି ଆପଣ ଗାଧୋଇ ନାହାନ୍ତି ଓ ଦେହରେ ପରଫ୍ୟୁମ ପକାଇ ଯାଉଛନ୍ତି ତେବେ ଏହା ବିଷୟରେ ବି କେହି ଜାଣି ପାରିବେ ନାହିଁ । ପରଫ୍ୟୁମ ପକାଇବା ଦ୍ଵାରା ଆପଣଙ୍କ ଶ-ରୀ-ର-ରୁ ସୁଗନ୍ଧ ବାହାରିବ ଓ ଲୋକମାନେ ଆପଣଙ୍କ ନିକଟକୁ ଆକର୍ଷିତ ହେବେ । ଆଜିକାଲିର ବିଶେଷ କରି ଯୁବପିଢି ଅଧିକ ପରଫ୍ୟୁମ ଲଗାଇଥାନ୍ତି ।

ମାର୍କେଟରେ ଆଜିକାଲି ବିଭିନ୍ନ ପ୍ରକାରର ପରଫ୍ୟୁମ ମିଳୁଛି । ବହୁତ ବଡ ବଡ କମ୍ପାନୀର ପରଫ୍ୟୁମ ବହୁତ ଅଧିକ ମୂଲ୍ୟରେ ବଜାରରେ ମିଳୁଛି । ଯାହାକୁ ଲୋକମାନେ କିଣିବା ପାଇଁ ବି ପ୍ରସ୍ତୁତ ରହୁଛନ୍ତି । ପରଫ୍ୟୁମ ଆପଣଙ୍କ ମୁଡ ଫ୍ରେସ ରଖିବା ସହ ଆପଣଙ୍କ ଶ-ରୀ-ର-ରୁ ଝାଳ ଗନ୍ଧ ମଧ୍ୟ ଦୂର କରିଥାଏ ।

ଯେଉଁ କାରଣରୁ ଆଜିକାଲି ଏହାକୁ ବହୁତ ମାତ୍ରାରେ ଲୋକମାନେ ବ୍ୟବହାର କରୁଛନ୍ତି । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ପରଫ୍ୟୁମ କେଉଁ ଜିନିଷରୁ ତିଆରି ହୋଇଥାଏ । ଏହାକୁ ବ୍ୟବହାର କରିବା ଦ୍ଵାରା ଆମର କଣ କ୍ଷତି ହୋଇଥାଏ । ପୃଥିବୀରେ ଥିବା କେତେକ ଗବେଷଣା କେନ୍ଦ୍ର ବର୍ତ୍ତମାନ ପରଫ୍ୟୁମ ଗୁଡିକରେ ବ୍ୟବହାର କରାଯାଉଥିବା ସମସ୍ତ ପ୍ରକାରର ରସାୟନ ପଦାର୍ଥ ଉପରେ ଗବେଷଣା ଚାଲିଛି । ବିଶେଷଜ୍ଞମାନଙ୍କ କହିବା ଅଟେ କି ପରଫ୍ୟୁମ ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ ।

ପରଫ୍ୟୁମର୍ରେ ଥିବା ସୁଗନ୍ଧ ଉତ୍ପାଦନ ମାଇଗ୍ରେନ ଠାରୁ ଆରମ୍ଭ କରି ଆପଣଙ୍କ ଶରୀରରେ କ୍ୟାନ୍ସର ସୃଷ୍ଟି କରିଥାଏ । ପ୍ରାୟତଃ ପରଫ୍ୟୁମରେ କେମିକାଲ ଗୁଡିକଓନ ଇଥାନଳ କଲୋଜେନ ରହିଛି । ଏହା ଦ୍ଵାରା ଆପଣଙ୍କୁ ଚର୍ମ ରୋଗ ଓ ଶରୀରରେ ବିଭିନ୍ନ ପ୍ରକାରର ଏଲର୍ଜି ହେବାରେ ଆଶଙ୍କା ଥାଏ । ପରଫ୍ୟୁମରେ ଥିବା କେମିକାଳ ଗୁଡିକ ଆମେ ଯେତେବେଳେ ନିଶ୍ଵାସ ଓ ପ୍ରଶ୍ଵାସ ନେଇ ଥାଉ ସେହି ସମୟରେ ଏହା ଆମର ଶରୀର ଭିତରକୁ ପ୍ରବେଶ କରିଥାଏ ।

ଏହା ଫୁସଫୁସକୁ ବହୁତ ମାତ୍ରାରେ ପ୍ରଭାବିତ କରିଥାଏ । ଶ୍ଵାସ କ୍ରିୟାରେ ବି ବାଧା ସୃଷ୍ଟି କରେ । ବିଶେଷ କରି ଶ୍ଵାସ ରୋଗ ଥିବା ଲୋକମାନେ ପରଫ୍ୟୁମ ଦ୍ଵାରା ହେଉଥିବା ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ବେଳେ ବେଳେ ଦେଖା ଯାଇଛି କି କେତେକ ପରଫ୍ୟୁମର ବାସ୍ନା ସମସ୍ତଙ୍କୁ ସୁଟ କରି ନ ଥାଏ । ବେଳେ ବେଳେ ସେମାନଙ୍କ ନାକରୁ ପାଣି ବାହିବାବ, ଆଖି କୁଣ୍ଡେଇ ହେବା, ଦେହ ଫଳିଯିବା ଓ ବାନ୍ତି ଲାଗିବା ଭଳି ସମସ୍ୟା ଦେଖାଯାଏ । ପରିବେଶକୁ ଏହା ସବୁଠୁ ଅଧିକ କ୍ଷତି କରିଥାଏ ।

କାରଣ କେତେକ ପରଫ୍ୟୁମରୁ ବାହାରୁଥିବା କେମିକାଳ ସୂର୍ଯ୍ୟ କିରଣ ସହ ପ୍ରତିକ୍ରିୟା କରି ଓଜନ ସ୍ତରରେ ରନ୍ଧ୍ର ସୃଷ୍ଟି କରିଥାଏ । ଯାହାକି ଆମ ପାଇଁ ବିପଦ ଅଟେ । ଏହିଭଳି ଭାବରେ ପରଫ୍ୟୁମ ଆମ ଶ-ରୀ-ର-କୁ କ୍ଷ-ତି କରିଥାଏ । ବିଶେଷ କରି ଫୁସଫୁସ ପାଇଁ ଏହା ଅଧିକ ବି-ପ-ଦ-ର କାରଣ ହୋଇଥାଏ । କେବଳ ପରଫ୍ୟୁମ ନୁହେଁ ଯେ କୌଣସି ବି ଜିନିଷର ଅଧିକ ବ୍ୟବହାର କରିବା ଦ୍ଵାରା ତାହାର କିଛି ନା କିଛି ପାର୍ଶ୍ଵ ପ୍ରତିକ୍ରିୟା ନିଶ୍ଚିତ ଥାଏ । ଯାହା ବିଷୟରେ ଆମେ ଜାଣିବା ଉଚିତ ।

Leave a Reply

Your email address will not be published. Required fields are marked *