ଯଦି ଆପଣଙ୍କୁ କେହି ଭଲପାଉଥାଏ ଏହି କାମ ନିଶ୍ଚିତ କରିବ- Krishna Vani

ଆପଣ ସମସ୍ତେ ଏହା ଜାଣିବାକୁ ଚାହୁଁଥିବେନା ଆପଣ ଯେଉଁ ବ୍ୟକ୍ତିକୁ ସତରେ ପ୍ରେମ କରୁଛନ୍ତି ସେ କଣ ଆପଣଙ୍କୁ ସତରେ ସେତିକି ପ୍ରେମ କରୁଛି । ଆପଣଙ୍କୁ ଏହି କଥା ଉପରେ ଧ୍ୟାନ ଦେବାକୁ ହେବ ସେହି ବ୍ୟକ୍ତି ଆପଣଙ୍କ ସହିତ କେମିତି ବ୍ୟବହାର କରୁଛି । ଆପଣଙ୍କ ସହିତ ରହି କଣ କରୁଛି, ଆପଣଙ୍କୁ ସତରେ ଭଲପାଉଛିନା ଖାଲି ଆସକ୍ତି ଅଛି । ଆପଣଙ୍କୁ ସତରେ ପ୍ରେମ କରୁଛି ନା ଆପଣଙ୍କ ଧନକୁ ପ୍ରେମ କରୁଛି । ନା କେବଳ କିଛି ସମୟ ପାଇଁ ଆପଣଙ୍କ ଆଡକୁ ଆକର୍ଷିତ ହୋଇଛନ୍ତି ।

ପ୍ରେମର ମାନେ ପ୍ରତେକ ବ୍ୟକ୍ତି ପାଇଁ ଅଲଗା ଅଲଗା ହୋଇଥାଏ । ଯଦି ଆପଣଙ୍କ ପ୍ରେମ ଆପଣଙ୍କୁ ପ୍ରେମ କରୁଛିତ ବାସ୍ତବରେ ଆପଣଙ୍କ ବିଚାର ଭାବନା,ଡର ଆଉ ଇଛା ଆପଣଙ୍କୁ ଜଣାଇବା କୌଣସି ବ୍ୟକ୍ତି ଆପଣଙ୍କ ପାଖକୁ ଆସିବା ପାଇଁ ତିନୋଟି ମୁଖ୍ୟ କାରଣ ହୋଇଥାଏ ।

ସେଟା ହେଲା ଭାବ, ଅଭାବ, ଓ ପ୍ରଭାବ । ଯଦି ଆପଣଙ୍କ ପାଖକୁ ପ୍ରେମ ଭାବରେ ଆସେ, ଭଲପାଇବା ସନମାନ ଦେଇଥାଏ । ଯଦି କିଏ ଆପଣଙ୍କ ପାଖକୁ ଅଭାବରେ ଆସିଥାଏ, ତାର ଆବଶ୍ୟକତା ବୁଝନ୍ତୁ । ସମ୍ଭବ ହେଲେ ତାର ସହାୟତା କରନ୍ତୁ । ଯଦି କିଏ ଆପଣଙ୍କ ପାଖକୁ ପ୍ରଭାବ ଦ୍ଵାରା ଆସିଥାଏତ ତାକୁ ସମୁଚିତ ସନମାନ ଦିଅନ୍ତୁ । ତାକୁ ଭାଗ୍ୟଶାଳୀ ମାନନ୍ତୁକି କିଏ ଆପଣଙ୍କ ପ୍ରଭାବରେ ଅଛନ୍ତି ।

କେବେ କେବେ ଆପଣଙ୍କ ମନରେ ଏହି ପ୍ରଶ୍ନତ ଉଠୁଥିବ ଏହି ପ୍ରେମ କଣ ଅଟେ, ଏହି ପ୍ରେମକୁ କେମିତି ବୁଝିହେବ । ଏହାର ଉତ୍ତର ବହୁତ ସରଳ ଅଟେ, ଯେତେ ପର୍ଯ୍ୟନ୍ତ ଆପଣ ପ୍ରେମ କରିବେ ନହିଁ, ସେତେ ପର୍ଯ୍ୟନ୍ତ ଆପଣ ପ୍ରେମକୁ ବୁଝି ପାରିବେ ନହିଁ । ଯଦି ରତ୍ନ ହୋଇକି ମୁକୁଟରେ ସାଜିବା ପାଇଁ ଚାହୁଁଥିବେ, ତେବେ କୋଇଲରୁ ହିରାକୁ କାଟିବାର ଦୁଃଖକୁ ସହିବାକୁ ପଡିବ ।

ପ୍ରେମର ଉଚିତ ଅର୍ଥ ବୁଝିବାକୁ ହେଲେ ମୋହକୁ ତ୍ୟାଗ କରି ସମର୍ପଣ କରିବାକୁ ହେବ । ଯେଉଁ ପ୍ରେମ କାହାକୁ ପାଇବା ପାଇଁ କରାଯାଏ ସେ ପ୍ରେମ ନୁହେଁ, ସେ ମୋହ ଅଟେ ।ପ୍ରେମରେ ସମର୍ପଣ ଭାବ ରଖନ୍ତୁ ନିଜ ଅହଂକାର ଓ ଅସ୍ତିତ୍ଵର, ମୋହର ଆଉ ଦେଖିବେ ଭଲପାଇବା ନିଜ ସହିତ ହେବ ।

ଏମିତିରେ ପ୍ରେମ ଅଳ୍ପ କ୍ଷଣରେ ବନୁଥିବା ଖାଦ୍ୟ ନୁହେଁ, ତାର ସ୍ଵାଦକୁ ଚାଖିବା ପାଇଁ ଆପଣଙ୍କ ପ୍ରେମକୁ ସମୟ ଦେବାକୁ ପଡିବ । ସମୟ ଦିଅନ୍ତୁ ଓ ଦୁଇଜଣ ଦୁଇଜଣଙ୍କୁ ସମୟ ଦିଅନ୍ତୁ ଓ ପ୍ରେମର ସହିତ ରୁହନ୍ତୁ । ନିଶ୍ଚିତ ଭାବେ ମନ ପ୍ରସନତା ସହିତ କହିବ ରାଧେ ରାଧେ ….

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *