ଯଦି ଆପଣଙ୍କୁ ମଧ୍ୟ ଏହିଭଳି ସଂକେତ ପ୍ରାପ୍ତ ହେଉଛି, ତେବେ ବୁଝି ଯାଆନ୍ତୁ ଯେ ଆସିବାକୁ ଯାଉଛି ଆପଣଙ୍କ..!

ତେବେ ଏହା ଆପଣ ସମସ୍ତେ ଜାଣି ଥିବେ ଯେ ଠାକୁର ଯେବେ ଠାରୁ ଜୀବନ ଗଢିଲେ, ତେବେ ଠାରୁ ପ୍ରତି ଜୀବନ ର ନିଶ୍ଵାସ ଓ ବୟସ ବିଷୟରେ ଆଗରୁ ଲେଖା ହୋଇଛି । କେହି ଅଧିକ କେହି କମ ଦିନ ଏଠି ରହିକି ଯାଆନ୍ତି ନାହିଁ ଯାହାର ଯେତେ ଲେଖା ହୋଇ ଥାଏ ସେ ସେତେ ବର୍ଷ ବଞ୍ଚି ଥାଏ । ତେବେ ଏହା ଗୀତା ରେ ମଧ୍ୟ ଲେଖା ହୋଇଛି ଯେ ଯିଏ ଜନ୍ମ ହୋଇ ଥାଏ ତା ମୃତ୍ୟୁ ଦିନେ ନା ଦିନେ ହୋଇ ଥାଏ ।

ବୋଧେ ଏହି କାରଣ ପାଇଁ ମନୁଷ୍ୟ ମୃତ୍ୟୁ ପାଇଁ ଏତେ ଚିନ୍ତା କରି ଥାଏ ।

ବିଜ୍ଞାନ ବହୁତ ବିକାଶ କରିଛି କିନ୍ତୁ ଏତେ ନୁହଁ ଯେ ଠାକୁରଙ୍କ ଲେଖା ନିଜ ଅନୁଯାଇ କରି ପାରେ, ଏହା କୌଣସି ବିଜ୍ଞାନ ପାଇଁ ଅସମ୍ଭବ ଅଟେ । ଭଗବାନ ଶିବଙ୍କ ଶିବପୁରାଣ ରେ ଏମିତି କଥା ଲେଖା ହୋଇଛି, ଯାହା ଅନୁଯାଇ ମୃତ୍ୟୁ ଆସିବା ଆଗରୁ ସଂକେତ ବିଷୟରେ କୁହା ଯାଇଛି ଆଜି ଆମେ ଆପଣଙ୍କୁ ଭଗବାନ ଶିବଙ୍କ ବିଶେଷ ସଂକେତ ବିଷୟରେ କହିବାକୁ ଯାଉଛୁ । ଏହି ସଂକେତ ଦ୍ଵାରା ମଣିଷ ଜାଣି ପାରି ଥାଏ ଯେ ତାଙ୍କ ମୃତ୍ୟୁ କେବେ ଓ କେତେ ସମୟ ପରେ ଆସିବ ।

– ଶିବପୁରାଣ ଅନୁଯାଇ ଯେତେବେଳେ ମଣିଷ ଅଇନା ଦେଖି ନିଜକୁ ଚିହ୍ନି ପାରେ ନାହିଁ ତେବେ ବୁଝି ଯାଆନ୍ତୁ ଯେ ସେହି ମଣିଷ ମୃତ୍ୟୁ ପାଖେଇ ଆସିଲାଣି । ଯଦି ଏହି ସଂକେତ ବାରମ୍ବାର ଆପଣଙ୍କୁ ଦେଖା ଯାଉଛି ତେବେ ଆପଣଙ୍କ ମୃତ୍ୟୁ ପାଖେଇ ଆସିଲାଣି ।

– ଏହା ଛଡା ବିଷ୍ଣୁ ପୁରାଣ ଅନୁଯାଇ ମୃତ୍ୟୁ ୬ ମାସ ଆଗରୁ ଲୋକ ଜିଭ ଠିକରେ କାମ କରି ନଥାଏ । ଏମିତି ହେଲା ପରେ ଲୋକ ସଠିକ ସୁଆଦ ଜାଣି ପାରନ୍ତି ନାହିଁ ।

– ଯଦି ଆପଣ ଖୋଲା ଆକାଶ ତଳେ ଠିଆ ହୋଇଛନ୍ତି ଏବଂ ସାରା ଆକାଶ ତାରାରେ ଭରପୁର ଅଛି ତଥାପି ଆପଣ କୌଣସି ତାରା ଦେଖି ପାରୁ ନାହାନ୍ତି ତେବେ ବୁଝି ଯାଆନ୍ତୁ ଯେ ଆପଣଙ୍କ ମୃତ୍ୟୁ ପାଖେଇ ଆସିଲାଣି ।

– କୁହା ଯାଏ ଯେ ମୃତ୍ୟୁ ଆଗରୁ ଶରୀର ୫ଟି ଜ୍ଞାନଇନ୍ଦ୍ରିୟ ଯେମିତିକି ଆଖି, ନାକ, କାନ, ଜିଭ ଏବଂ ପାଟି ସଠିକ ଭାବରେ କାମ କରିବା ବନ୍ଦ କରି ଦେଇ ଥାନ୍ତି ।

– ଏହା ଛଡା ଯଦି ଆପଣଙ୍କୁ ନିଜର ଛାଇ ଦେଖା ଯାଉନାହିଁ ତେବେ ଜାଣିଯାଅନ୍ତୁ କି ଆପଣଙ୍କ ମୃତ୍ୟୁ ବହୁତ ନିକଟରେ ଅଛି ।

Leave a Reply

Your email address will not be published. Required fields are marked *