ଯଦି କୋଟିପତି ହେବାକୁ ଚାହୁଁଛନ୍ତି ତେବେ ଏହି ଦିନ କାଟନ୍ତୁ ଆପଣଙ୍କ ବାଳ

ହିନ୍ଦୁ ଧର୍ମରେ ସପ୍ତାହରେ କିଛି ଦିନ ଏମିତି ଥାଏ, ଯେଉଁଥିରେ ଆପଣଙ୍କର ନୀତିଦିନ ସହିତ ଯୋଡି ହୋଇଥିବା କିଛି ନିୟମ କାନୁନ ରହିଛି ଯାହାକୁ ମାନିବା ବହୁତ ଜରୁରୀ ହୋଇଥାଏ । କାରଣ ଏମିତି ନକଲେ ଆପଣ ନିଜର ଦୁର୍ଭାଗ୍ୟକୁ ଡାକିଥାନ୍ତି । ଏଥିପାଇଁ ଆପଣ ଏହାକୁ ମାନି ନିଜ ଘରେ ସୁଖ ଶାନ୍ତି ସମୃଦ୍ଧି ବନାଇ ରଖନ୍ତୁ । ପରମ୍ପରା ଏବଂ ସମାଜର ଏହି ନିୟମ ଅନୁସାରେ ବାଳ ଏବଂ ନଖ କାଟିବା ବିଷୟରେ ସ୍ପଷ୍ଟ ସଂକେତ ପ୍ରାପ୍ତ ହୋଇ ଥାଏ ।

ଜ୍ୟୋତିଷଙ୍କ ଅନୁସାରେ ଧାରଣା ହେଇଛି ପ୍ରତିଦିନ କାର୍ଯ୍ୟ ସହିତ ଯୋଡିହୋଇଥିବା ଅନେକ ପରମ୍ପରା ଅଛି ଯେଉଁଥିରେ ସ୍ନାନ ପରେ ହି ପୂଜା କରିବା ,ଖାଇବା ପୂର୍ବରୁ ଗାଧୋଇବା ,ମଙ୍ଗଳବାର ଗୁରୁବାର ଏବଂ ଶନିବାର ରେ ବାଳ କାଟିବ ନାହିଁ ଇତ୍ୟାଦି ।

ଏମିତି ହିଁ ଏକ ବହୁତ ମହତ୍ବପୂର୍ଣ ଏବଂ ଅନିବାର୍ଯ୍ୟ ପରମ୍ପରାର ସେହି ନିୟମରେ ବାଳ କାଟିବା ବିଷୟରେ ବି କୁହାଯାଇଛି ତାହେଲେ ଆସନ୍ତୁ ଜାଣିବା କେବେ ଏବଂ କଣ ପାଇଁ ବାଳ କାଟିବା କଥା ନୁହେଁ ।

କୁହାଯାଇଥାଏ କି ରବିବାର ,ବୁଧବାର ଏବଂ ଶୁକ୍ରବାର ଦିନକୁ ଶୁଭ ବୋଲି କୁହାଯାଇଥାଏ । ସୋମବାର ,ମଙ୍ଗଳବାର ,ଗୁରୁବାର ଏବଂ ଶନିବାର ରେ ବାଳ କାଟିଲେ କ୍ଷତି ହୋଇଥାଏ ।

ସୋମବାର ଦିନ ବାଳ କାଟି ବା ଦ୍ଵାରା ସନ୍ତାନର ହାନି ହୋଇଥାଏ ,ତାଙ୍କ ଶିକ୍ଷାରେ ରୁକାବଟ ଆସିବ । ବାଳ କାଟିବା ବ୍ୟକ୍ତିର ମନ ଅଶାନ୍ତି ରହିଥାଏ ।

ମଙ୍ଗଳବାର ଦିନ ବାଳ କାତିଳେ ଧନ ହାନି ହୋଇଥାଏ କୁହାଯାଏ କି ଯଦି ବ୍ଯକ୍ତିର ମଙ୍ଗଳ ଗ୍ରହ କମ୍ଜୋର ହୋଇଥାଏ ତାହେଲେ ସେ ମଙ୍ଗଳବାରରେ କେବେ ବି ବାଳ କାଟିବେ ନାହିଁ ନହେଲେ ମଙ୍ଗଳ ଗ୍ରହ ଅଶୁଭ ଫଳ ଦେବା ଆରମ୍ଭ କରିଦିଅନ୍ତି ।

ଗୁରୁବାର ଦିନ ବାଳ କାଟିଲେ ଗୁରୁଙ୍କ ଶୁଭତାରେ କମି ହୋଇଥାଏ । ଏହା ଦ୍ଵାରା ଦାମ୍ପତ୍ୟ ଜୀବନରେ କଳହ ଲାଗି ରହିଥାଏ ।

ଶନିବାର ଦିନ ବାଳ କାଟିବା ଦ୍ଵାରା ଶନି ଗ୍ରହଙ୍କର ଶକ୍ତି ରେ କମି ଆସିଥାଏ ଘରର ଚାକର କାମ ଛାଡି ଦେଇଥାଏ, ମନରେ ଖରାପ କାମ କରିବାର ବିଚାର ଆସିଥାଏ । ଗଣ୍ଠି ବା ଅଣ୍ଟା ବ୍ୟଥା ଥିବା ରୋଗୀମାନେ ଶନିବାର ଦିନ ବାଳ କାଟିଲେ ତାଙ୍କର ଏହି ରୋଗ ବଢିଥାଏ ।

ଯଦି ମହିଳାମାନଙ୍କର କଥା କହିବା ତାହେଲେ ସୋମବାର ବୁଧବାର ଏବଂ ଗୁରୁବାର ରେ ବାଳ ଧୋଇବା ଉଚିତ ନୁହେଁ । କୁହାଯାଇ ଥାଏ କି ସୋମବାର ଦିନ ବାଳ ଧୋଇଲେ ଝିଅ ଉପରେ ଭାର ରହିଥାଏ ,ବୁଧବାର ଦିନ ଧୋଇଲେ ଭାଇ ଉପରେ । ଗୁରୁବାର ଦିନ ନା ବାଳ ଧୂଆ ,ଘର ବି ପୋଛିବା କଥା ନୁହେଁ । ଏହା କରିବା ଦ୍ଵାରା କେତେକ ଆର୍ଥିକ ଚିନ୍ତା ଲାଗି ରହିଥାଏ ।

Leave a Reply

Your email address will not be published. Required fields are marked *