ଏହି ଗଛ ମିଳିଲେ ଚୁପ କିନା ଘରେ ଆଣି ରଖନ୍ତୁ, ୧୦୦ ରୋଗ ଭଲ କରେ ଏହି ଗଛ

ରୋଦନ୍ତି କୁ ଉତ୍କଳରେ ରୋଦନ୍ତୀ, ରୁଦନ୍ତି, କାନ୍ଦୁରୀ ଗଛ, ଇଂରାଜୀରେ ଗୋଲ୍ଦିକ, ସଂସ୍କୃତରେ ସବତୋୟା, ସଞ୍ଜିବନୀ, ଅମୃତ ସାବା, ରୋମାଞ୍ଚିକା, ମହାମାନସି, ରାଣା ପାତ୍ର ଓ ସୁଧାସର୍ବ, ରୁଦ୍ରନ୍ତିକା କୁହନ୍ତି । ଏହି ଗଛ ଦେଖିବାକୁ ସୋଲ ଗଛ ଭଳି, ପାଣି କୂଳିଆ ସ୍ଥାନ ମାନଙ୍କରେ ଥାଏ । ଏହି ଗଛରୁ ସର୍ବଦା ଲାଳ ବୋହୁଥାଏ, ସେଥିପାଇଁ ଏହାର ନାମ ରୋଦନ୍ତୀ ବା କାନ୍ଦୁରୀ ଗଛ । ଏହି ଜଳ ଅଳ୍ପ ମଧୁରିଆ ଲାଗେ ବୋଲି ଗଛ ମୂଳରେ ପିମ୍ପୁଡି ଜନ୍ଦା ମାନେ ଦେଖାଯାନ୍ତି ।

Image Courtesy: Google

ରୋଦନ୍ତି ଗଛର ପତ୍ର ଚାଖିଲେ ଅଳ୍ପ ଲୁଣୀ ଲାଗେ, ଧୋଇକାରୀ ଚାଖିଲେ ଲୁଣୀ ଲାଗେ ନାହିଁ । ଫୁଲର ବର୍ନ ଅନୁସାରେ ଏହି ଗଛ ଚାରି ପ୍ରକାର ଶ୍ଵେତ, ନୀଳ, ହଳଦିଆ ଓ ଲାଲ, ସବୁ ଜାତି ଗଛ ପ୍ରାୟ ଏକା ଭଳି । ତାହେଲେ ଆସନ୍ତୁ ଜାଣିବା ଏହାର ଆୟୁର୍ବେଦିକା ଗୁଣ କଣ ଅଛି । ରୋଦନ୍ତି କଟୁଯୁକ୍ତ, କାଶୟରସ, ଉଷ୍ମବୀର୍ଯ୍ୟ, ଅଗ୍ନି ବର୍ଦ୍ଧକ, ଶୁକ୍ର ବର୍ଦ୍ଧକ ଓ ରସାୟନ ଏବଂ ରକ୍ତପିତ, କଫ, ଶ୍ଵାସ, କ୍ଷୟ, କୃମି, କୁଷ୍ଠ, ପିତ, ମେହ ଓ ଜରା ବ୍ୟାଧି ନାଶକ ଅଟେ । ରୋଦନ୍ତି ଗଛକୁ ଜଳରେ ସିଝାଇ ସେହି ଜଳରେ ମହୁ ମିଶାଇ ତିନି ପାନ ସେବନ କଲେ ଯାବତିୟ କାସ ଓ କଫ ଶୀଘ୍ର ଭଲ ହୋଇଥାଏ ।

Image Courtesy: Google

ରୋଦନ୍ତି ପତ୍ର ସହିତ ଗୋଲମରୀଚ ସାତଟି ବାଟି ପ୍ରତିଦିନ ସକାଳେ ଏକ ପାନ କରି ଭକ୍ଷଣ କଲେ ବାତ ରକ୍ତ,  କୁଷ୍ଠ, ଗଣ୍ଠି ବାତ, ବାତ ଜ୍ଵର, ବାଗୀ, ରକ୍ତ ବିକାର ଯାବତିୟ ଚର୍ମରୋଗ ଭଲ ହୋଇଥାଏ । ରୋଦନ୍ତି ଗଛର ପଞ୍ଚଙ୍ଗ ଆଣି  ଶୁଖାଇ ଚୁର୍ଣ କରି ରଖିବେ ଓ ଯେଉଁ ସ୍ତ୍ରୀ ର କ୍ଷୀର ହେଉନଥିବା ଏଥିରୁ ଅଧଭରିଏ ନେଇ ଦ୍ରବ୍ୟ ଦୁଗ୍ଧରେ ଗୋଳି ସେ ସ୍ତ୍ରୀ ପିଇଲେ ସେଇ ସ୍ତ୍ରୀର କ୍ଷୀର ହୋଇଥାଏ । ରୋଦନ୍ତି ପତ୍ର ରସ ସହିତ ଅଳ୍ପ ମିଶ୍ରି ଗୁଣ୍ଡ ମିଶାଇ ସେବନ କରାଇଲେ ଯାବତୀୟ କୃମି, ବାତ ପିହୁଳା ଏଇ ସବୁ ରୋଗ ଆଦି ଭଲ ହୋଇଥାଏ । ତାହେଲେ ଆପଣ ତ ଜାଣିଲେ ଏହାର ଆୟୁର୍ବେଦିକ ଗୁଣ ।

ଏଥର ଆସନ୍ତୁ ଜାଣିବା ଏହାର ତାନ୍ତ୍ରିକ ଗୁଣ କଣ ଅଛି

ରବିବାର ସକାଳୁ ସ୍ନାନସାରି ରୋଦନ୍ତି ଗଛର ମୂଳ ଆଣି ବାହୁରେ ବାନ୍ଧିଲେ ବହୁ ପଥ ଚାଲିଲେ ମଧ୍ୟ କ୍ଲେଶ ହୁଏ ନାହିଁ । ରୋଦନ୍ତି ଚେର ସାଥିରେ ଥିଲେ ସମସ୍ତେ ଦେଖିଲେ ଭୟ କରନ୍ତି । ରୋଦନ୍ତି ଚେର ମସ୍ତକରେ ଖୋସିଲେ କଣ୍ଠସ୍ଵର ମଧୁର ହୁଏ । ରୋଦନ୍ତି ଗଛକୁ ଯାହା ନାମ ଧରି  ବିଶାଖା ନଖେତ୍ରରେ ଉପାଡିଦେବ ସେ ପ୍ରାଣୀ ନିଶ୍ଚୟ ତୁମର  ବଶୀଭୂତ ହୋଇ ରହିବା ।

Image Courtesy: Google

ବିଦ୍ର- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *