ଯାଦୁ, କାଛୁ, କୁଣ୍ଡିଆ ଭଳି ସମସ୍ୟା ଥରକରେ ହେବ ଭଲ ? ବାସ କରନ୍ତୁ ଏହି ଉପାୟ

ସାଧାରଣତ ପ୍ରାୟ ଲୋକଙ୍କ ଠାରେ ଯାଦୁ କାଛୁ କୁଣ୍ଡିଆ ଭଳି ରୋଗ ଦେଖା ଯାଇଥାଏ । ଏହି ରୋଗ ପ୍ରାୟତ ହାତ ପାପୁଲିରେ ଦେଖିବାକୁ ମିଳିଥାଏ । ଆମ ଶରୀରରେ ଅନେକ କାରଣ ଯୋଗୁ ଏହି ସମସ୍ଯା ସୃଷ୍ଟି ହୋଇଥାଏ । ଯଦି ଆପଣ ଭିଟାମିନ ଯୁକ୍ତ ଖାଦ୍ୟର ସେବନ କମ କରୁଥାନ୍ତି ବା ଶରୀର ଅପରିଷ୍କାର ରଖୁଥାନ୍ତି ତେବେ ଯାଦୁ କୁଣ୍ଡିଆ ଭଳି ରୋଗ ହୋଇଥାଏ । ସେଥିପାଇଁ ପିତା ଜାତୀୟ ଜିନିଶ୍ର୍ସଷ ସେବନ କରିବା ଉଚିତ । ଏହା ଦ୍ଵାରା ରକ୍ତ ସଫା ହେବା ସହ ଶରୀର ସୁସ୍ଥ ରହିବ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ହୋମ ରେମେଡି ନେଇ ଆସିଛୁ ଯାହାର ପ୍ରୟୋଗ ଦ୍ଵାରା ଯାଦୁ କୁଣ୍ଡିଆ ଭଳି ସମସ୍ୟାର ନିବାରଣ ହେବ ।

ଏହି ରେମେଡି ପ୍ରସ୍ତୁତ କରିବା ପାଇଁ ନିମ ପତ୍ରର ପେଷ୍ଟ କରନ୍ତୁ । ଏହା ପରେ ଏହି ପେଷ୍ଟର ଭଲ ଭାବେ ରସ ବାହାର କରନ୍ତୁ । ଏହା ପରେ ଏହି ରସରେ ଖଇର ପକାନ୍ତୁ ଯାହା ପାନରେ ବ୍ୟବହାର କରାଯାଏ । ନିମ ପତ୍ର ରସରେ ଖଇରକୁ ଘୋରି ଦିଅନ୍ତୁ । ଏହା ସମ୍ପୂର୍ଣ୍ଣ ଘରୋଇ ଓ ପ୍ରାକୃତିକ ଔଷଧ ଅଟେ ଯାହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହି । ଏହି ରେମେଡି ପ୍ରସ୍ତୁତ ହେବା ପରେ ଯେଉଁ ଜାଗାରେ ଯାଦୁ କାଛୁ କୁଣ୍ଡିଆ ବା ପାଣି ଯାଦୁ ହୋଇଛି ସେଠାରେ ପ୍ରୟୋଗ କରିଲେ ଏହା ଦୂର ହୋଇଥାଏ । ଏହାକାଉ ରାତିରେ ଲଗାଇ ସକାଳେ ଧୋଇ ଦିଅନ୍ତୁ ।

ଅନ୍ୟ ଏକ ରେମେଡି ପାଇଁ ଆବଶ୍ୟକତା ରହିଛି କଞ୍ଚା ହଳଦୀକୁ ଭଲ ଭାବେ ପେଷ୍ଟ କରି ଏହାର ରସ ବାହାର କରନ୍ତୁ । ଏହା ପରେ ଦିତୀୟ ସାମଗ୍ରୀର ଆବଶ୍ୟକତା ରହିଛି ହରିଡା । ହରିଡାକୁ କାଟି ସେଥିରେ ଥିବା ମଞ୍ଜିକୁ ଭାର କରନ୍ତୁ । ଏହା ପରେ ହରିଡା ଚୋପା ହଳଦୀ ରସରେ ପକାନ୍ତୁ । ଏହା ପରେ ଲୁହା କଢେଇରେ ହଳଦୀ ମିଶ୍ରଣ ଓ ହରିଡାକୁ ଭଲ ଭାବେ ଗରମ କରନ୍ତୁ ଯେ ଯାଏଁ ଏହା ବହଳିଆ ପେଷ୍ଟ ନ ହୋଇଛି । ଏହା ପରେ ଏହି ମିଶ୍ରଣକୁ ଅନ୍ୟ ପାତ୍ରରେ ବାହାର କରନ୍ତୁ । ଏହି ରେମେଡି ପ୍ରୟୋଗ ଦ୍ଵାରା ପାଣି ଯାଦୁ ହୋଇଥିବା ଜାଗାରେ ବ୍ୟବହାର କରିଲେ ଭଲ ହୋଇଥାଏ ।

ଅନ୍ୟ ଏକ ରେମଡି ହେଉଛି କଞ୍ଚା ଗାଈ କ୍ଷୀର ନିଅନ୍ତୁ । ଏହା ପରେ ଏକ କପଡାରେ କ୍ଷୀର ଭିଯାଇ କାଛୁ କୁଣ୍ଡିଆ ହୋଇଥିବା ଜାଗାରେ ଭଲ ଭାବେ ମାଲିସ କରନ୍ତୁ । ଦିନକୁ ଦୁଇ ରୁ ତିନି ଥର ଏହି ରେମେଦିର ପ୍ରୟୋଗ କରିଲେ ସାତ ଦିନ ମଧ୍ୟ ରେ ଆପଣଙ୍କ ରେଜେଲ୍ଟ ଦେଖିବାକୁ ପାଇବେ । ଏହା ଏକ ଚମତ୍କାରୀ ଘରୋଇ ଉପାୟ ହେବା ସହ ପ୍ରାକୃତିକ ଉପାୟ ଅଟେ । ଏହି ୩ଟି ଉପାୟା ଦ୍ଵାରା ଯାଦୁ କାଛୁ କୁଣ୍ଡିଆ ବା ପାଣି ଯାଦୁ ଭଳି ସମସ୍ଯା ଦୂର ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *